Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ସବର୍ଣ୍ଣ ସଂରକ୍ଷଣ ବିଲ ଉପାସ୍ଥାପିତ

    Share on :
    Date: Jan 8, 2019    Views: 55

    ନୂଆଦିଲ୍ଲୀ: ସାଧାରଣ ବର୍ଗର ଆର୍ଥିକ ଅନଗ୍ରସର ଲୋକମାନଙ୍କ ପାଇଁ ଚାକିରି ଓ ଶିକ୍ଷାନୁଷ୍ଠାନରେ ଶତକଡ଼ା ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ଥିବା ବିଲ ମଙ୍ଗଳବାର ଲୋକସଭାରେ ଉପସ୍ଥାପିତ ହୋଇଛି । ସମ୍ବିଧାନର ୧୨୪ତମ ସଂଶୋଧନ ବିଲକୁ ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରୀ ଥାୱରଚାନ୍ଦ ଗେହଲଟ ଉପସ୍ଥାପନା କରିଛନ୍ତି । ଉଚ୍ଚଜାତିର ଆର୍ଥିକ ଅନଗ୍ରସର ଲୋକମାନଙ୍କୁ ଚାକିରି ଓ ଶିକ୍ଷାନୁଷ୍ଠାନରେ ସଂରକ୍ଷଣ ଯୋଗାଇବା ପାଇଁ ଏହି ବିଲରେ ବ୍ୟବସ୍ଥା ରହିଛି । ଗତକାଲି କେନ୍ଦ୍ର କ୍ୟାବିନେଟ ଏହାକୁ ଅନୁମୋଦନ କରିଥିଲା । ତେବେ ବିଜେପି ନିଜର ସମସ୍ତ ସାଂସଦକୁ ହ୍ୱିପ ଜାରି କରି ଅଧିବେଶନରେ ଉପସ୍ଥିତ ରହିବା ପାଇଁ କହିଥିବାବେଳେ କଂଗ୍ରେସ ମଧ୍ୟ ନିଜ ସାଂସଦଙ୍କୁ ଅଧିବେଶନରେ ଉପସ୍ଥିତ ରହିବା ପାଇଁ ହ୍ୱିପ ଜାରି କରିସାରିଛି । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook