Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    କୋହଲିଙ୍କୁ ଇମ୍ରାନ ଖାନଙ୍କ ଅଭିନନ୍ଦନ

    Share on :
    Date: Jan 8, 2019    Views: 77

    ନୂଆଦିଲ୍ଲୀ: ବିରାଟ କୋହଲିଙ୍କ ନେତୃତ୍ୱାଧୀନ ଭାରତୀୟ କ୍ରିକେଟ ଦଳ ଅଷ୍ଟ୍ରେଲିଆ ମାଟିରେ ଐତିହାସିକ ଟେଷ୍ଟ ସିରିଜରେ ବିଜୟ ହାସଲ କରିଛି । ଏହି ବିଜୟ ପରେ ଭାରତୀୟ ଦଳକୁ ଚାରିଆଡ଼ୁ ପ୍ରଶଂସାର ସୁଅ ଛୁଟିଛି । ଏହି କ୍ରମରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ କୋହଲିଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ଐତିହାସିକ ବିଜୟ ପରେ ସାରା ଦେଶରେ ଖୁସିର ଲହରି ଖେଳି ଯାଇଥିଲା । କୋହଲି ବାହିନୀକୁ ଶୁଭେଚ୍ଛା ଓ ଶୁଭକାମନାର ସୁଅ ଛୁଟିଥିଲା । ରାଷ୍ଟ୍ରପତି ରାମନାଥ କୋବିନ୍ଦ, ଉପରାଷ୍ଟ୍ରପତି ଏମ.ଭେଙ୍କିୟା ନାଇଡୁ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭାରତୀୟ ଦଳକୁ ଏହି ବିଜୟ ପାଇଁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଥିଲେ ।  ପ୍ରକାଶ ଯେ, ଭାରତୀୟ ଦଳ  ଅଷ୍ଟ୍ରେଲିଆକୁ ତା’ରି ମାଟିରେ ୨-୧ ପରାସ୍ତ କରି ଦୀର୍ଘ ୭୨ ବର୍ଷ ପରେ ସିରିଜ ଜିତିବାରେ ସକ୍ଷମ ହୋଇଛି । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook