Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ପୁଣି ରକ୍ତ ରଞ୍ଜିତ ହେଲା ଶୁଳିଆ ପୀଠ

    Share on :
    Date: Jan 8, 2019    Views: 41

    ବଲାଙ୍ଗୀର: ପୁଣି ରକ୍ତ ରଞ୍ଜିତ ହେଲା ବଲାଙ୍ଗୀରର ଶୁଳିଆ ପୀଠ । ପ୍ରଶାସନର କଟକଣା ସତ୍ୱେ ଶୁଳିଆ ପୀଠରେ ମଙ୍ଗଳବାର ଶହ ଶହ ପଶୁପକ୍ଷୀଙ୍କ ବଳି ଦିଆଯାଇଛି । ପୁଲିସ ଅଧିକାରୀଙ୍କ ଉପସ୍ଥିତିରେ ଏହି ବଳି କାର୍ଯ୍ୟ ଶେଷ ହୋଇଛି । ମାନସିକ କରିଥିବା ବ୍ୟକ୍ତିମାନେ ଶୁଳିଆ ପୀଠାରେ ପଶୁବଳୀ ଦେଇ ପୂଜାର୍ଚ୍ଚନା କରିଥିଲେ । ପ୍ରତିବର୍ଷ ପୌଷ ମାସର ଦ୍ୱିତୀୟ ମଙ୍ଗଳବାର ଦିନ ଶୁଳିଆ ପୀଠରେ ପଶୁପକ୍ଷୀଙ୍କ ବଳି ଦିଆଯାଇ ପୂଜାର୍ଚ୍ଚନା କରାଯାଏ । ବଳି ପ୍ରଥା ବନ୍ଦ କରିବା ପାଇଁ ପ୍ରଶାସନ ଅନେକ ଥର ଉଦ୍ୟମ କରିବା ସତ୍ୱେ ବିଫଳ ହୋଇଛି । ପ୍ରତି ବର୍ଷ ପରି ଚଳିତ ବର୍ଷ ଆଦିବାସୀ ସମ୍ପ୍ରଦାୟର ଶ୍ରଦ୍ଧାଳୁମାନେ ଶୁଳିଆ ପୀଠକୁ ଆସିଥିଲେ । 

    Maximum 500 characters

    ଆଂଚଳିକ View all

    Find Us on Facebook