Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ନିକିତା ମୃତୁ୍ୟ ଘଟଣାରେ ସ୍ୱାମୀ ଦାୟୀ

    Share on :
    Date: Jan 8, 2019    Views: 53

    ଭୁବନେଶ୍ୱର: ଓଲିଉଡ ତଥା ଓଡ଼ିଆ ଧାରାବାହିକର ଲୋକପ୍ରିୟ ଅଭିନେତ୍ରୀ ଲକ୍ଷ୍ମିପ୍ରୀୟା ବେହେରା ଓରଫ ନିକିତାଙ୍କ ମୃତୁ୍ୟ ପାଇଁ ତାଙ୍କ ସ୍ୱାମୀ ଲିପନ ଦାୟୀ ବୋଲି ଡିସିପି ଅଖିଳେଶ୍ୱର ସିଂହ କହିଛନ୍ତି । ନିକିତାଙ୍କ ମୃତୁ୍ୟ ଘଟଣାରେ ଶ୍ରୀ ସିଂହ ନିଜର ପ୍ରତିକ୍ରିୟା ରଖି କହିଛନ୍ତି ପାରିପାଶ୍ୱର୍ିକ ସ୍ଥିତି ଓ ତଥ୍ୟ ପ୍ରମାଣ ଆଧାରରେ ଲିପନ ଦାୟୀ ।  ଘଟଣା ଦିନ ଉଭୟଙ୍କ ଭିତରେ ଗଣ୍ଡଗୋଳ କଥା ସ୍ୱୀକାର କରିଛି ଲିପନ । ବଚସା ପରେ ଉଭୟଙ୍କ ମଧ୍ୟରେ ଠେଲାପେଲା ଯୋଗୁଁ ଖସିପଡ଼ିଛନ୍ତି ନିକିତା । ଲିପନର ବାପା ମାଆଙ୍କୁ ମଧ୍ୟ ଏନେଇ ପଚରାଉଚୁରା କରାଯାଇଛି । ଉଭୟଙ୍କ ନାମରେ ଘରୋଇ ହିଂସା ମାମଲା ରୁଜୁ କରାଯାଇଛି । 

    Maximum 500 characters

    ରାଜ୍ୟ ଖବର View all

    Find Us on Facebook