Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଚଳନ୍ତା ଟ୍ରେନରେ ବିଜେପି ନେତାଙ୍କୁ ଗୁଳି କରି ହତ୍ୟା

    Share on :
    Date: Jan 8, 2019    Views: 81

    ଅହ୍ମଦାବାଦ:  ଗୁଜୁରାଟର ପୂର୍ବତନ ବିଜେପି ବିଧାୟକ ଜୟନ୍ତୀ ଭାନୁଶାଳୀଙ୍କୁ ଚଳନ୍ତା ଟ୍ରେନରେ ଗୁଳିମାରି ହତ୍ୟା କରାଯାଇଛି । ସୋମବାର ରାତିରେ ୫୩ ବର୍ଷୀୟ ଭାନୁଶାଳୀ ଭୁଜରୁ ଅହମ୍ମଦାବାଦ ଯାଉଥିବାବେଳେ ସୟାଜୀ ନଗର ଏକ୍ସପ୍ରେସ ଟ୍ରେନରେ ଏହି ଅଘଟଣ ଘଟିଛି । କଟାରିୟା-ସୁରବରୀ ଷ୍ଟେସନ ନିକଟରେ ଦୁର୍ବୃତ୍ତମାନେ ଏସ ବଗିରେ ପଶି ଭାନୁଶାଳୀଙ୍କ ଉପରକୁ ଗୁଳି ଚଳାଇ ଫେରାର ହୋଇଯାଇଥିଲେ । ଫଳରେ ଘଟଣାସ୍ଥଳରେର ତାଙ୍କର ମୃତୁ୍ୟ ଘଟିଛି । ହତ୍ୟାକାଣ୍ଡ ପରେ ପୁଲିସ ମୃତଦେହ ଜବତ କରି ସରକାରୀ ହସ୍ପିଟାଲରେ ଭର୍ତ୍ତି କରିଛି । ବର୍ତ୍ତମାନ ସୁଦ୍ଧା ହତ୍ୟାକାଣ୍ଡର କାରଣ ଜଣାପଡ଼ିନଥିବାବେଳେ ପୁଲିସ ଘଟଣାର ତଦନ୍ତ କରୁଛି । 

    ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ବିଧାୟକ ଭାନୁଶାଳୀଙ୍କ ନାମରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ହୋଇଥିଲା । ସୁରଟରେ ରହୁଥିବା ଯୁବତୀ ଜଣଙ୍କ ବିଧାୟକ ବିରୋଧରେ  ଏତଲାରେ ଦର୍ଶାଇଥିଲେ ଯେ, ଏକ ପ୍ରତିଷ୍ଠିତ ଫ୍ୟାଶନ ଡିଜାଇନ ଇନଷ୍ଟିଚୁ୍ୟଟରେ ନାମ ଲେଖାଇ ଦେବା ବାହାନାରେ ନଭେମ୍ବର ୨୦୧୭ରୁ ୨୦୧୮ ମାର୍ଚ୍ଚ ପର୍ଯ୍ୟନ୍ତ ତାଙ୍କୁ  ଅନେକ ଥର ବଳାକ୍ରାର କରିଥିଲେ । ଏହି ଅଭିଯୋଗ ପରେ ଭାନୁଶାଳୀ ରାଜ୍ୟ ବିଜେପି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ । କିନ୍ତୁ ଅଭିଯୋଗକାରିଣୀ ମାମଲାକୁ ଉଠାଇ ନେଇଥିଲେ । 

    Read more

    ପୂର୍ବତନ ସରପଞ୍ଚଙ୍କୁ ହତ୍ୟା

    ଗଞ୍ଜାମ: ଗଞ୍ଜାମ ପୋଲସରା ଥାନା ଅନ୍ତର୍ଗତ ଇଚ୍ଛାପୁର ଗାଁରେ ଜଣେ ଯୁବକଙ୍କୁ ଅତି ନିର୍ମମଭାବେ ହତ୍ୟା କରାଯାଇଛି । ମୃତକ ଜଣକ ହେଲେ ପାଣ୍ଡିରିପଡ଼ା ପୂର୍ବତନ ସରପଞ୍ଚ ଦଣ୍ଡପାଣି ନାୟକଙ୍କ ପୁଅ ସୁଶାନ୍ତ ନାୟକ । ପୂର୍ବ ଶତ୍ରୁତାରୁ ତାଙ୍କୁ ହତ୍ୟା କରାଯାଇଥିବା ...

    Read more

    ମହିଳାଙ୍କୁ ପୋଡ଼ି ହତ୍ୟା ଅଭିଯୋଗ

    କେନ୍ଦୁଝର: ମହୁଲଡିହା ଥାନା ଅନ୍ତର୍ଗତ କୋଇଲିପାଳ ଗାଁରେ ଜଣେ ମହିଳାଙ୍କୁ ପୋଡ଼ି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ତାଙ୍କ ସ୍ବାମୀ କିରୋସିନି ଢାଳି ପୋଡି ହତ୍ୟା କରିଥିବା ମହିଳାଙ୍କ ବାପଘର ଲୋକେ ଅଭିଯୋଗ କରିଛନ୍ତି । ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ...

    Read more

    ସ୍ତ୍ରୀକୁ ହତ୍ୟା କରି ସ୍ୱାମୀର ଆତ୍ମ ସମର୍ପଣ

    କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲା ପାଟକୁରା ଅଞ୍ଚଳରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ସ୍ତ୍ରୀକୁ ହତ୍ୟା କରି ଜଣେ ସ୍ୱାମୀ ଆତ୍ମ ସମର୍ପଣ କରିଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ପାଟକୁରା ଅଞ୍ଚଳର ଜଣେ ବ୍ୟକ୍ତି ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ନିଜ ...

    Maximum 500 characters

    ଦେଶ ବିଦେଶ View all

    Find Us on Facebook