ମୁଖ୍ୟ ଖବର
ଭୁବନେଶ୍ୱର: ଧାନମଣ୍ଡିରେ ଅବ୍ୟବସ୍ଥା ଅଭିଯୋଗରେ ବିଜେପି କୃଷକ ମୋର୍ଚ୍ଚା ପକ୍ଷରୁ ସଚିବାଳୟ ଘେରାଉ କରାଯାଇଛି । ଅନ୍ୟପକ୍ଷରେ ସଚିବାଳୟରେ ସୁରକ୍ଷା ଦୃଷ୍ଟିରୁ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା । ବିକ୍ଷୋଭକାରୀମାନେ ସୁରକ୍ଷା ବଳୟ ଭାଙ୍ଗି ସଚିବାଳୟକୁ ଧସେଇ ପଶିବାକୁ ଉଦ୍ୟମ କରୁଥିବାବେଳେ ସେମାନଙ୍କର ପୁଲିସ ସହ ଧସ୍ତାଧସ୍ତି ହୋଇଛି । ଫଳରେ ସେଠାରେ ଉତ୍ତେଜନା ଦେଖାଦେଇଛି । ସରକାର ନିର୍ଦ୍ଧାରିତ ମୂଲ୍ୟ ଦେଇ ଧାନ ମଣ୍ଡିରୁ ଧାନ କିଣି ପାରୁନାହାନ୍ତି ବୋଲି ବିଜେପି ଅଭିଯୋଗ କରିବା ସହ ଦିଲ୍ଲୀରେ ବିଜେଡିର ଚାଲିଥିବା କୃଷକ ସମାବେଶକୁ ସମାଲୋଚନା କରିଛି ।
ଅନ୍ୟପକ୍ଷରେ ବିଜେଡି ପକ୍ଷରୁ ଦିଲ୍ଲୀର ତାଲକୋଟରା ଠାରେ କୃଷକ ମହାସମାବେଶ କରାଯାଉଛି । ସେଠାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ସଂସଦ, ବିଧାୟକ ଓ ଦଳୀୟ ନେତାମାନେ ଉପସ୍ଥିତ ରହିଛନ୍ତି ।
Comments ସମସ୍ତ ମତାମତ 0