Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ପୃଥକ ଦୁର୍ଘଟଣାରେ ୭ ମୃତ, ୧୩ରୁ ଊଦ୍ଧ୍ୱର୍ ଆହତ

    Share on :
    Date: Jan 8, 2019    Views: 47

    ଅନୁଗୁଳ: ମଙ୍ଗଳବାର ରାଜ୍ୟର ବିଭିନ୍ନ ସ୍ଥାନରେ ସଡ଼କ ଦୁର୍ଘଟଣା ଘଟି ୭ ଜଣଙ୍କର ମୃତୁ୍ୟ ହୋଇଥିବାବେଳେ ୧୩ରୁ ଊଦ୍ଧ୍ୱର୍ ଆହତ ହୋଇଛନ୍ତି ।
    ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଅନ୍ତର୍ଗତ ବାମୁର ନିକଟରେ ଏକ ସଡ଼କ ଦୁର୍ଘଟଣାରେ ୨ ବାଇକ ଆରୋହୀଙ୍କ ମୃତୁ୍ୟ ହୋଇଛି । ମୃତକମାନେ ହେଲେ ମାନସ ରଞ୍ଜନ ପ୍ରଧାନ ଓ ଚନ୍ଦ୍ରକାନ୍ତ ରାଉଳ । ଉଭୟ ଏକ ବାଇକରେ ନିଜ ଗାଁକୁ ଫେରୁଥିବାବେଳେ ମଙ୍ଗଳବାର ଭୋର ବାମୁର ନିକଟରେ ସେମାନଙ୍କ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ପୁଲିସ ଉଭୟଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ମଧ୍ୟ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ । 

    ଚୌଦ୍ୱାର:  ସେହିପରି କଟକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ବଇଁଚୁଆ ନିକଟରେ ମଙ୍ଗଳବାର ସକାଳେ ସଡ଼କ ଦୁର୍ଘଟଣା ଘଟିଛି । ଏକ କଣ୍ଟେନରଟି ଟ୍ରଲର ପଛପଟୁ ଧକ୍କା ଦେବା ଫଳରେ  ୨ ଜଣଙ୍କ ମୃତୁ୍ୟ ହୋଇଛି । ମୃତକମାନେ ହେଲେ କଣ୍ଟେନର ଡ୍ରାଇଭର ଓ ହେଲପର । ପୁଲିସ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ୨ ଜଣଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ  ପଠାଇଛି ।

    ଢେଙ୍କାନାଳ:  ଦୁଇଟି ଟ୍ୟାଙ୍କର ମୁହାଁମୁହିଁ ଧକ୍କା ହୋଇଛି । ଏଥିରେ ଦୁଇ ଜଣଙ୍କ ମୃତୁ୍ୟ ହୋଇଥିବାବେଳେ ଜଣେ ଗୁରୁତର ହୋଇଥିବା ଜଣାଯାଇଛି । ଦୁଇଟି ଟ୍ୟାଙ୍କର ଚାଳକଙ୍କ ମୃତୁ୍ୟ ହୋଇଛି । ଢେଙ୍କାନାଳ ଜିଲ୍ଲା ବଳଦିଆବନ୍ଧ ଠାରେ ମଙ୍ଗଳବାର ସକାଳେ ଏହି ଅଘଟଣ ଘଟିଛି । ଟ୍ୟାଙ୍କରର ଜଣେ ହେଲପରଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । 

    ଯାଜପୁର: ଯାଜପୁର ଜାରକା ନିକଟ ବ୍ରାହ୍ମଣୀ ପୋଲ ନିକଟରେ ଏକ ସଡ଼କ ଦୁର୍ଘଟଣାରେ ଜଣଙ୍କର ମୃତୁ୍ୟ ହୋଇଥିବାବେଳେ ୧୨ରୁ ଉଦ୍ଧ୍ୱର୍ ବ୍ୟକ୍ତି ଆହତ ହୋଇଛନ୍ତି । ଏକ ଟୁରିଷ୍ଟ ବସ ଟ୍ରକକୁ ପଛ ପଟୁ ଧକ୍କା ଦେବାରୁ ଏହି ଦୁର୍ଘଟଣା ଘଟିଛି । ଆହତମାନଙ୍କୁ ଧର୍ମଶାଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ବସଟି କୋଲକାତାରୁ ପୁରୀ ଅଭିମୁଖେ ଆସୁଥିବାବେଳେ ମଙ୍ଗଳବାର ଭୋର ସମୟରେ ଏହି ଦୁର୍ଘଟଣା ଘଟିଥିଲା । 

    Maximum 500 characters

    ଆଂଚଳିକ View all

    Find Us on Facebook