Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ସିବିଆଇ ଅଫିସ ଫେରିବେ ଆଲୋକ ବର୍ମା

    Share on :
    Date: Jan 8, 2019    Views: 51

    ଭୁବନେଶ୍ୱର : ଆଲୋକ ବର୍ମାଙ୍କୁ ଛୁଟିରେ ପଠାଇବା ପାଇଁ ସିଭିସି ଯେଉଁ ନିଷ୍ପତି ନେଇଥିଲେ ତାହାକୁ ସୁପ୍ରିମକୋର୍ଟ ରଦ୍ଧ କରିଦେଇଛନ୍ତି  । ଫଳରେ ଆଲୋକ ବର୍ମା ପୁଣି ସିବିଆଇ ଅଫିସକୁ ଫେରିବେ  । ସେ ସିବିଆଇ ଚିଫ ରହିଲେ ମଧ୍ୟ କୌଣସି ନୀତିଗତ ନିଷ୍ପତି ନେଇପାରିବେ ନାହିଁ ବୋଲି ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି  ।

    ସୂଚନାଯୋଗ୍ୟଯେ, ନିକଟରେ ସିବିଆଇ ଝଡ଼ ସାରା ଦେଶକୁ ଚକିତ କରିଦେଇଥିଲା  । ସିବିଆଇରେ ବିବାଦ କାରଣରୁ ସିବିଆଇ ମୁଖ୍ୟ ଆଲୋକ ବର୍ମାଙ୍କ ସହ ରାକେଶ ଆସ୍ଥାନଙ୍କୁ ଛୁଟିରେ ପଠାଇ ଦିଆଯାଇଥିଲା  । ଗତ ଅକ୍ଟୋବରରେ ସିଭିସିଙ୍କ ଏଭଳି ନିଦେ୍ର୍ଧଶ ବିରୋଧରେ ଆଲୋକ ବର୍ମା ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ  । ସିବିଆଇ ମୁଖ୍ୟ ଭାବେ ୨ ବର୍ଷ କାର୍ଯ୍ୟ କରିବାର ବିଧି ରହିଥିଲେ ମଧ୍ୟ ତାହାକୁ ଉଲ୍ଳଂଘନ କରାଯାଇଛି ବୋଲି ସେ ଯୁକ୍ତି ଉପସ୍ଥାପନ କରିଥିଲେ  । ଅପରପକ୍ଷରେ ଦୁଇ ବରିଷ୍ଠ ଅଧିକାରୀ କଳି କରୁଥିବାରୁ ସେମାନଙ୍କୁ ଛୁଟିରେ ପଠାଇବା ବ୍ୟତୀତ ଅନ୍ୟ କୌଣସି ବିକଳ୍ପ ନଥିଲା ବୋଲି କେନ୍ଦ୍ର ସରକାର ଯୁକ୍ତି ବାଢ଼ିଥିଲେ  । ଅପରପକ୍ଷରେ ସିଲେକ୍ସନ କମିଟି ସହ ପରାମର୍ଶ କରି କାର୍ଯ୍ୟାନୁଷ୍ଠାନ କାହିଁକି ଗ୍ରହଣ କରାଯାଇନଥିଲା ବୋଲି ସୁପ୍ରିମକୋର୍ଟ କେନ୍ଦ୍ରକୁ ପାଲଟା ପ୍ରଶ୍ନ ପଚାରିଥିଲେ  ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook