Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ସାରା ଦେଶରେ ଶ୍ରମିକ ଧର୍ମଘଟ

    Share on :
    Date: Jan 8, 2019    Views: 85

    ଭୁବନେଶ୍ୱର : ଆଜିଠାରୁ ସାରା ଦେଶରେ ୪୮ ଘଂଟିଆ ଶ୍ରମିକ ଧର୍ମଘଟର ପ୍ରଭାବ ପରିଲକ୍ଷିତ ହୋଇଛି  । କେନ୍ଦ୍ରୀୟ ଶ୍ରମିକ ସଂଘର ଏହି ଡାକରାକୁ ଦେଶର ବିଭିନ୍ନ ରାଜନୈତିକ ଦଳ ସମର୍ଥନ କରିଛନ୍ତି  । ଫଳରେ ଟ୍ରେନ, ବସ ପରିବହନ ସେବା ଠପ ହୋଇଯାଇଥିବାବେଳେ ବ୍ୟାଙ୍କ ସେବା ମଧ୍ୟ ପ୍ରଭାବିତ ହୋଇଛି  । ଅପରପକ୍ଷରେ ରାଜ୍ୟର ସ୍କୁଲ ଓ କଲେଜ ମଧ୍ୟ ବନ୍ଦ ରହିଛି  । ଏହି ଧର୍ମଘଟକୁ କଂଗ୍ରେସ ସହ ବିଜେଡ଼ି ମଧ୍ୟ ସମର୍ଥନ କରୁଛି  । ଧର୍ମଘଟ ପାଇଁ ହାଇକୋର୍ଟର ଆଇନଜୀବୀମାନେ ମଧ୍ୟ ଅଦାଲତ କାର୍ଯ୍ୟରୁ ନିବୃତ ରହିଛନ୍ତି  । 

    ଦରଦାମ ନିୟନ୍ତ୍ରଣ କରିବା ଓ ଶ୍ରମିକଙ୍କୁ ହକ ଦେବା ଦାବିରେ ଶ୍ରମିକ ସଂଗଠନଗୁଡ଼ିକ ପକ୍ଷରୁ ଧର୍ମଘଟ ଡାକରା ଦିଆଯାଇଛି  । ଆଇନଟିୟୂସି, ଏଆଇଟିୟୂସି, ଏଚଏମଏସ, ସିଟୁ, ଏଆଇୟୂଟିୟୂସି, ୟୂଟିୟୂସି, ଟିୟୂସିସି ଓ ଏଲପିଏଫ ଭଳି ୧୦ଟି ଶ୍ରମିକ ସଂଗଠନ ବନ୍ଦ ଡାକରା ଦେଇଛନ୍ତି  । ଅପରପକ୍ଷରେ ସିପିଆଇ, ସିପିଏମ, ସିପିଆଇ ଏମଏଲ, ଫରୱାଡର଼୍ ବ୍ଲକଗୁଡ଼ିକ ଭଳି ବାମ ଦଳ ମଧ୍ୟ ଏହି ଧର୍ମଘଟରେ ସାମିଲ ହୋଇଛନ୍ତି  । କେନ୍ଦ୍ର ସରକାରଙ୍କ ଶ୍ରମିକ ମାରଣ ନୀତି ବିରୋଧରେ ପ୍ରତିବାଦ କରାଯାଉଥିବାବେଳେ ମୋଦି ସରକାରଙ୍କୁ ଟାର୍ଗେଟ କରାଯାଇଛି  ।

    Read more

    ନିର୍ମାଣ ଶ୍ରମିକଙ୍କ ନବୀକରଣ ୧ବର୍ଷରୁ ୩ବର୍ଷକୁ ବୃଦ୍ଧି

    ଭୁବନେଶ୍ୱର: ସହରାଞ୍ଚଳରେ ରହୁଥିବା ନିର୍ମାଣ ଶ୍ରମିକମାନଙ୍କ ପାଇଁ ରାଜ୍ୟସରକାର ରେଣ୍ଟାଲ ପକ୍କାଘର ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି  । ଏହି ଯୋଜନାରେ ୨୫ ଶହ ପରିବାରକୁ ପକ୍କାଘର ନିର୍ମାଣ କରି ଯୋଗାଇ ଦିଆଯିବ । ସେହିପରି ନିର୍ମାଣ ଶ୍ରମିକ ହିତାଧିକାରୀଙ୍କ ...

    Read more

    ଘର ଓ ପେନସନ୍‍ ମିଳିବ ନିର୍ମାଣ ଶ୍ରମିକଙ୍କୁ

    ଗ୍ରାମାଞ୍ଚଳ ଶ୍ରମିକଙ୍କୁ ଘର ପାଇଁ ମିଳିବ ଲକ୍ଷେ ଟଙ୍କା
    ସହରାଞ୍ଚଳ ଶ୍ରମିକଙ୍କୁ ‘ଆବାସ’ ଯୋଜନାରେ ମିଳିବ ଘର
    ଚଳିତ ଆର୍ଥିକ ବର୍ଷରେ ଘର ପାଇଁ ଖର୍ଚ୍ଚ ହେବ ୩୦ କୋଟି
    ୬୦ ଟପିଲେ ୫୦୦ ଟଙ୍କାର ଭତ୍ତା

    ଭୁବନେଶ୍ୱର, : ...

    Maximum 500 characters

    ରାଜ୍ୟ ଖବର View all

    Find Us on Facebook