Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ପ୍ରଧାନମନ୍ତ୍ରୀଙ୍କୁ ନବୀନଙ୍କ ପତ୍ର

    Share on :
    Date: Jan 7, 2019    Views: 111

    ଭୁବନେଶ୍ୱର : ଝାରସୁଗୁଡ଼ା ବିମାନ ବନ୍ଦରରେ ବିମାନ ଚଳାଚଳ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ।

    ଝାରସୁଗୁଡ଼ା ବିମାନବନ୍ଦରକୁ ବୀର ସୁରେନ୍ଦ୍ର ସାଏଙ୍କ ନାମରେ ନାମକରଣ କରାଯାଇଥିବାରୁ ମୁଖ୍ୟମନ୍ତ୍ରୀ ତାଙ୍କ ପତ୍ରରେ  ପ୍ରଧାନମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି  । ନବୀନ ଉଲ୍ଳେଖ କରିଛନ୍ତିଯେ, ୨୦୧୮ ସେପ୍ଟେମ୍ବର ୨୨ରେ ଝାରସୁଗୁଡ଼ା ବିମାନ ବନ୍ଦରର ଉଦଘାଟନ କରାଯାଇଥିଲା  । ଉଡ଼ାଣ ଯୋଜନାରେ ସେହିଦିନ ଠାରୁ ଏୟାର ଓଡ଼ିଶା ବିମାନ ସେବା ଆରମ୍ଭ କରିଥିଲା  । କିନ୍ତୁ କୌଣସି ଠୋସ କାରଣ ନଦର୍ଶାଇ ଏୟାର ଓଡ଼ିଶା ୨୦୧୮ ନଭେମ୍ବର ୬ରେ ବିମାନ ଚଳାଚଳ ବନ୍ଦ କରିଦେଇଥିଲା  । ଝାରସୁଗୁଡ଼ା ଓଡ଼ିଶାର ଶିଳ୍ପ ଓ ଖଣି ଅଂଚଳରେ ଅବସ୍ଥିତ  । ପଶ୍ଚିମଓଡ଼ିଶା ସହ ଯୋଗାଯୋଗର ଏହା ଏକ ପ୍ରମୁଖ କେନ୍ଦ୍ର  । ବାଣିଜି୍ୟକ ବିମାନ ବନ୍ଦର ଚଳାଚଳ ପାଇଁ ରାଜ୍ୟ ସରକାର ସବୁ ପ୍ରକାର ସହାୟତା ଯୋଗାଇଦେବେ ବୋଲି ସେ ଏୟାର ଇଣ୍ଡିଆକୁ ଅବଗତ କରିବା ସହ ଝାରସୁଗୁଡ଼ାରୁ ଦିଲ୍ଲୀ ବିମାନ ଚଳାଚଳ ପାଇଁ ଅନୁରୋଧ କରିଥିଲେ  । ଭୁବନେଶ୍ୱରରୁ ଦିଲ୍ଲୀ ଯାଉଥିବା ଏକ ବିମାନକୁ ଝାରସୁଗୁଡ଼ା ଦେଇ ଚଳାଚଳ କରାଯାଇପାରିବ ବୋଲି ମୁଖ୍ୟମନ୍ତ୍ରୀ ପତ୍ରରେ ଉଲ୍ଳେଖ କରିଛନ୍ତି  । ଏନେଇ ତ୍ୱରିତ ପଦକ୍ଷେପ ଗ୍ରହଣ କରିବାକୁ ସେ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ଏହାଦ୍ୱାରା ପଶ୍ଚିମ ଓଡ଼ିଶାକୁ ବିମାନ ସଂଯୋଗ ହୋଇପାରିବ ବୋଲି ନବୀନ ଉଲ୍ଲେଖ କରିଛନ୍ତି  ।

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook