Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ସମ୍ବଲପୁରରେ ୭୨ ଘଣ୍ଟିଆ ଅର୍ଥନୈତିକ ଅବରୋଧ

    Share on :
    Date: Jan 7, 2019    Views: 63

    ସମ୍ବଲପୁର: ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ପାଇଁ ଦୁଇ ମାସରୁ ଅଧିକ ଦିନ ଧରି ସମ୍ବଲପୁର ଜିଲ୍ଲା ଓକିଲ ସଂଘ ଆନେ୍ଦାଳନ ଚଳାଇ ଆସିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏ ଦିଗରେ କୌଣସି ପଦକ୍ଷେପ ନିଆଯାଇନାହିଁ । ଏହା ପ୍ରତିବାଦରେ ଆଜି ଠାରୁ ୭୨ ଘଣ୍ଟିଆ ଅର୍ଥନୈତିକ ଅବରୋଧ ପାଇଁ ଜିଲ୍ଲା ଓକିଲ ସଂଘ ଡାକରା ଦେଇଥିଲା । ଏହି ଅର୍ଥ ନୈତିକ ଅବରୋଧ ଡାକରା ଯୋଗୁଁ ସମ୍ବଲପୁର ଦେଇ ଯାଇଥିବା ଜାତୀୟ ରାଜପଥରେ ସମସ୍ତ ଭାରିଯାନ ଚଳାଚଳ ବନ୍ଦ ରହିଛି । ବିଶେଷ କରି ଟ୍ରକରେ ମାଲ ପରିବହନ ଗୁରୁତର ଭାବେ ବାଧାପ୍ରାପ୍ତ ହୋଇଛି । 

    ଏହି ଅର୍ଥନୈତିକ ଅବରୋଧ ଆଜି ଠାରୁ ଆସନ୍ତା ୯ ତାରିଖ ପର୍ଯ୍ୟନ୍ତ ଚାଲିବ  । ଏଥିପାଇଁ ଆଜି ସକାଳେ ଆଇନୀଜୀବମାନେ ସମ୍ବଲପୁର ସହରର ଦୁଇ ପ୍ରବେଶ ପଥ ଯଥା ଅଇଁଠାପାଲି ଛକ ଓ ଧନୁପାଲି ଛକ ଠାରେ ପିକେଟିଂ କରିବା ସହିତ କୌଣସି ଗାଡ଼ିକୁ ସହର ଭିତରକୁ ପୁରାଇ ଦେଇନଥିଲେ । ଏପରିକି ଜାତୀୟ ରାଜପଥ ମଧ୍ୟ ଅବରୋଧ କରି ରଖିବାରୁ ଏହି ରାସ୍ତା ଦେଇ କୌଣସି ଯାନବାହାନ ଚଳାଚଳ କରିପାରୁନାହିଁ । 

    Maximum 500 characters

    ଆଂଚଳିକ View all

    Find Us on Facebook