Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ରାଜ୍ୟସାରା ‘କାଳିଆ’ କଳି

    Share on :
    Date: Jan 7, 2019    Views: 141

    ଭୁବନେଶ୍ୱର: ‘କାଳିଆ’ ଯୋଜନାରେ ହିତାଧିକାରୀ ଫର୍ମ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଝାମେଲା ସହ ଉତ୍ତେଜନା ପ୍ରକାଶ ପାଇଛି ।  ବାଲିକୁଦା, ବାଲେଶ୍ୱର, ବଣାଇ ଓ ଜଳେଶ୍ୱରରେ ଝାମେଲା ହେବା ସହ ପାଟିତୁଣ୍ଡ ମଧ୍ୟ ହୋଇଛି ।  

    ଜଗତସିଂହପୁର ଜିଲ୍ଲା ବାଲିକୁଦା ବ୍ଲକ ଇଚ୍ଛାପୁର ପଞ୍ଚାୟତରେ ପାଟିତୁଣ୍ଡ ହୋଇଛି । ଫର୍ମ ମିଳିବାରେ ବିଳମ୍ବ ଯୋଗୁଁ ଶତାଧିକ ହିତାଧିକାରୀ ପାଟିତୁଣ୍ଡ କରିଥିଲେ । ସେହିପରି ବାଲେଶ୍ୱର ସଦର ବ୍ଲକ ଗୋପୀନାଥପୁରରେ ହିତାଧିକାରୀ ଫର୍ମ ପାଇଁ ଉତ୍ତ୍ୟକ୍ତ ଲୋକେ ଆରଆଇଙ୍କୁ ତାଲା ପକାଇ ଦେଇଥିବା ଜଣାଯାଇଛି । ଫର୍ମ ବଣ୍ଟନ ପାଇଁ ବିଳମ୍ବରେ ଆସିବା ଯୋଗୁଁ ମହିଳାମାନେ ଆରଆଇଙ୍କୁ ଅଟକ ରଖିଥିବା ଜଣାଯାଇଛି ।  ସେହିପରି ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଏରଡଙ୍ଗରେ ହିତାଧିକାରୀମାନେ ରାସ୍ତାରୋକ କରିଛନ୍ତି । 

    ସେହିପରି ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଜଗତିପୁରରେ ନୋଡାଲ ଅଫିସରଙ୍କୁ ଲୋକେ ଅଟକ ରଖିଥିବା ଜଣାଯାଇଛି । ଏହାଛଡ଼ା ବଣାଇ ରଜାମୁଣ୍ଡାରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି । 

    Maximum 500 characters

    ତାଜା ଖବର View all

    Find Us on Facebook