Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ଛାତ୍ରୀଙ୍କୁ ଗଣଦୁଷ୍କର୍ମ

    Share on :
    Date: Jan 7, 2019    Views: 81

    ରାଉରକେଲା: ରାଉରକେଲାରେ ଏକ ଘରୋଇ ଇଞ୍ଜିନିୟରିଂ କଲେଜରେ ପଢୁଥିବା ଜଣେ ଛାତ୍ରୀଙ୍କୁ ଗଣବଳକ୍ରାର କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ରାଉରକେଲା ରେଲୱେ ପୁଲିସ ଏକ ମାମଲା ରୁଜୁ କରିଛି । ଛାତ୍ରୀ ଜଣଙ୍କୁ ଗୁରୁତର ଅବସ୍ଥରେ ରାଉରକେଲା ସରକାରୀ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଛାତ୍ରୀ ଜଣଙ୍କୁ କିଛି ଛାତ୍ର ଅପହରଣ କରି ବଳାକ୍ରାର କରିଥିବା ଅଭିଯୋଗ ହୋଇଛି । ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି । 

    ପ୍ରକାଶ ଯେ,  ଝାରସୁଗୁଡ଼ା ଅଞ୍ଚଳର ଉକ୍ତ ଛାତ୍ରୀ ଜଣକ ଗତ ଡିସେମ୍ବର ୩୦ ତାରିଖ ଦିନ ହଷ୍ଟେଲରୁ ଘର ଝାରସୁଗୁଡ଼ା ଯିବା ପାଇଁ ରାଉରକେଲା ଷ୍ଟେସନରେ ପହଞ୍ଚିଥିଲେ । ଷ୍ଟେସନରେ ଜଣେ ଯୁବକ ତାଙ୍କୁ ଭାଇର ସାଙ୍ଗ ବୋଲି ପରିଚୟ ଦେଇଥିଲେ । ପରେ ତାଙ୍କ ସହ ମିଶି ଝାରସୁଗୁଡ଼ା ଯିବା କହି ଅନ୍ୟ ଏକ ଟ୍ରେନରେ ଝାଡ଼ଖଣ୍ଡ ନେଇଯାଇଥିଲେ । କିନ୍ତୁ ଟ୍ରେନଟି ଅଲଗା ରୁଟରେ ଯିବାରୁ ଛାତ୍ର ଟିକେ ସନେ୍ଦହ ପ୍ରକାଶ କରିଥିଲେ । ମାତ୍ର ଟ୍ରେନ ବୁଲିକି ଆସିବ ବୋଲି କହି ଉକ୍ତ ଯୁବକ ଜଣକ ତାଙ୍କୁ ବୁଝାଇ ଦେଇଥିଲେ । ଏହା ପରେ ଟ୍ରେନଟି ଝାଡ଼ଖଣ୍ଡର ଲୋଟାପାହାଡ଼ ଠାରେ ଅଟକି ଥିଲା । ସେଠାରୁ ବସରେ ଯୁବକ ଜଣକ ତାଙ୍କୁ ଏକ ଘରକୁ ନେଇଯାଇଥିଲା । ସେଠାରେ ଅନ୍ୟ ୫ ଜଣ ଯୁବକ ଉକ୍ତ ଛାତ୍ରୀଙ୍କୁ ୨ ଦିନ ଧରି ଗଣଦୁଷ୍କର୍ମ କରିଥିଲେ । 

    Read more

    ୨ଜଣ ନାବାଳିକାଙ୍କୁ ଗଣଦୁଷ୍କର୍ମ

    ବଣାଇ:ଚାନ୍ଦିପୋଷ ଥାନା ଅଞ୍ଚଳରେ ୨ଜଣ ନାବାଳିକାଙ୍କୁ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି । ନାବାଳିକା ଦ୍ୱୟଙ୍କୁ ଏକ ଜଙ୍ଗଲରେ  ଗଣଦୁଷ୍କର୍ମ କରାଯାଇଛି ।  ସେମାନଙ୍କୁ ଯାତ୍ରା ଦେଖାଇବାକୁ ନେଇ ଜଙ୍ଗଲରେ ଦୁଷ୍କର୍ମ କରାଯାଇଛି । ଏନେଇ ୨ ଜଣ ପୀଡ଼ିତା ଥାନାରେ ...

    Read more

    ନାବାଳିକାକୁ ଗଣଦୁଷ୍କର୍ମ, ୩ ଗିରଫ

    ବ୍ରହ୍ମପୁର: ଜଣେ ଦଳିତ ନାବାଳିକାକୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି ।  ନାବାଳିକାକୁ ଗାଁ ରାସ୍ତାରୁ ଉଠାଇ ନେଇ ୩ ଜଣ ଯୁବକ ଗଣଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିବାବେଳେ  ଗୋଳନ୍ଥରା ପୁଲିସ ସେମାନଙ୍କୁ ଗିରଫ କରିଛି ।

    ପ୍ରକାଶ ଯେ, ଗତ ୧୫ ତାରିଖ ...

    Read more

    ସାଙ୍ଗଙ୍କ ସହ ପ୍ରେମିକାକୁ ଗଣଦୁଷ୍କର୍ମ

    ପାଲଲହଡ଼ା: ଘରୁ ଡାକି ନେଇ ଜଣେ ଯୁବତୀଙ୍କୁ ଗଣଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି ।

    ତେବେ  ଯୁବତୀଙ୍କୁ ତାର ପ୍ରେମିକ ନିଜ ସାଙ୍ଗମାନଙ୍କ ସହ ଗଣଦୁଷ୍କର୍ମ କରିଥିବା ଭଳି ସଙ୍ଗୀନ ଅଭିଯୋଗ ଆସିଛି । ପ୍ରେମିକ ଜଣକ ନିଜର ୨ ଜଣ ସାଙ୍ଗଙ୍କ ସହ ଏଭଳି କାଣ୍ଡ ଭିଆଇଛି ...

    Maximum 500 characters

    ଆଂଚଳିକ View all

    Find Us on Facebook