Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ବିଜେପିର ଚିନ୍ତା ବଢାଉଛି ଜନମତ ସର୍ଭେ

    Share on :
    Date: Jan 7, 2019    Views: 137

    ଭୁବନେଶ୍ୱର : ପୁଣି ଥରେ କ୍ଷମତାକୁ ଆସିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ରାଷ୍ଟ୍ରୀୟ ବିଜେପି ଅଧ୍ୟକ୍ଷ ଅମିତ ଶାହା ଗୋଟିଚାଳନା କରୁଛନ୍ତି  । ଏବେବି ମୋଦିଙ୍କ ଲୋକପ୍ରିୟତା ଦେଶର ଅନ୍ୟ ନେତାଙ୍କ ଠାରୁ ଢେର ଅଧିକ ରହିଛି  । ତେବେ ବିଭିନ୍ନ ଗଣମାଧ୍ୟମ ସଂସ୍ଥାଦ୍ୱାରା ହେଉଥିବା ଜନମତ ସର୍ଭେ ଏବେ ବିଜେପିର ଚିନ୍ତା ବଢାଇଦେଇଛି  । ବିଭିନ୍ନ ରାଜ୍ୟରେ ରାଜନୀତିକ ସମୀକରଣ ଏନଡ଼ିଏ ପାଇଁ ଚିନ୍ତାର କାରଣ ବୋଲି ସର୍ଭେରେ ଦର୍ଶାଯାଇଛି  । ବିଶେଷକରି ୫ ରାଜ୍ୟର ନିର୍ବାଚନ ଫଳାଫଳ ପରେ ଏନଡ଼ିଏର ସ୍ଥିତି ନେଇ ପ୍ରଶ୍ନବାଚୀ ସୃଷ୍ଟିହୋଇଛି  ।

    ଇଣ୍ଡିଆ ଟିଭି-ସିଏନଏକ୍ସ ସର୍ଭେ ଅନୁଯାୟୀ, ଏନଡିଏକୁ ୨୫୭ ଆସନ ମିଳିବ  । ବହୁମତ ଠାରୁ ୧୫ ଆସନ ପଛରେ ପଡ଼ିଯିବ  । ଯେତେବେଳେକି ଗତ ୨୦୧୪ରେ ବିଜେପି ଏକାକୀ ବହୁମତ ହାସଲ କରିପାରିଥିଲା  । ସେହିପରି ଉପା ମେଂଟକୁ ୧୪୬ ଆସନ ମିଳିବାର ଥିବାବେଳେ ଅନ୍ୟ ଦଳଗୁଡ଼ିକ ୧୪୦ ଆସନ ପାଇବେ  । ଫଳରେ ଆଚଂଳିକ ଦଳଗୁଡ଼ିକ ହିଁ କିଙ୍ଗମେକର ଭାବେ ଉଭା ହେବେବୋଲି ଆକଳନ କରାଯାଉଛି  ।

    ୨୦୧୪ରେ ବିଜେପି ଏକାକୀ ୨୮୨ ଆସନ ପାଇଥିଲା  । କିନ୍ତୁ ଇତିମଧ୍ୟରେ ଉପନିର୍ବାଚନମାନଙ୍କରେ ବିଜେପି ଡଜେନରୁ ଉଦ୍ଧ୍ୱର୍ ଆସନ ହରାଇସାରିଛି  । ଏନଡ଼ିଏ ୩୩୬ ଆସନ ପାଇଥିବାବେଳେ ଉପା ୬୦ରେ ସୀମିତ ରହିଥିଲା  । ପ୍ରଥମ ଥର ପାଇଁ କଂଗ୍ରେସ ୪୪ ଆସନରେ ସନ୍ତୁଷ୍ଟ ରହିଥିଲା  । କିନ୍ତୁ ୨୦୧୯ରେ ପୂର୍ବାପେକ୍ଷା କଂଗ୍ରେସ ଭଲ ପ୍ରଦର୍ଶନ କରିବ ବୋଲି ଆକଳନ କରାଯାଉଛି  । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook