Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଚାଷୀଙ୍କ ପାଇଁ ବିଜେଡିର ଦିଲ୍ଲୀ ଯାତ୍ରା

    Share on :
    Date: Jan 6, 2019    Views: 53

    ଭୁବନେଶ୍ୱର : ଧାନର ସର୍ବନିମ୍ନ ସହାୟକ ରାଶି ୨୯୩୦ ଟଙ୍କା ରଖିବା ଏବଂ ଚାଷୀକୁଳ ସ୍ୱାର୍ଥର ସୁରକ୍ଷା ଦାବିରେ ବିଜୁ କୃଷକ ଜନତା ଦଳ ପକ୍ଷରୁ ନୂଆଦିଲ୍ଲୀରେ ୮ ତାରିଖ ମଙ୍ଗଳବାର ଦିନ ଧାରଣା ଓ ବିକ୍ଷୋଭ କରିବା ନିମନ୍ତେ ଆଜି ଭୁବନେଶ୍ୱରରୁ ରାଜ୍ୟର କୃଷକନେତା, ବିଧାୟକ, ମନ୍ତ୍ରୀ, ସାଂସଦ ଓ ପଞ୍ଚାୟତ ପ୍ରତିନିଧିମାନେ ଦିଲ୍ଲୀ ଅଭିମୁଖେ ‘କୃଷକ ଅଧିକାର ଯାତ୍ରା’ କରିଛନ୍ତି । ଏହି ଯାତ୍ରାର ଶୁଭାରମ୍ଭ ବିଧାନସଭା ପରିସରରେ ଥିବା ଜାତିର ପିତା ମହାତ୍ମା ଗାନ୍ଧିଙ୍କ ପ୍ରତିମୂର୍ତ୍ତି ନିକଟରୁ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଦଳର ବିଧାୟକ, ସାଂସଦଙ୍କ ଉପସ୍ଥିତିରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ସହିତ ଯାତ୍ରାର ଶୁଭାରମ୍ଭ କରାଯାଇଥିଲା । ବିଜୁ କୃଷକ ଜନତା ଦଳ ମହାସଚିବ ଶ୍ରୀ ପ୍ରତାପ ଜେନାଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଯାତ୍ରାରେ ରାଜ୍ୟର କୃଷକନେତା, ବିଧାୟକ, ମନ୍ତ୍ରୀ, ସାଂସଦ ଓ ପଞ୍ଚାୟତ ପ୍ରତିନିଧିମାନେ ସାମିଲ ହୋଇଛନ୍ତି । ଏକ ସ୍ୱତନ୍ତ୍ର ଟ୍ରେନ୍‍ରେ ଯାଉଥିବା ଏହି ପ୍ରତିନିଧିମାନେ ଦିଲ୍ଲୀରେ ୭ ତାରିଖ ଦିନ ପହଞ୍ଚôବେ । ୮ ତାରିଖରେ ବିକ୍ଷୋଭ ଓ ଧାରଣା ପ୍ରଦର୍ଶନ କରାଯିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମସ୍ତଙ୍କୁ ଉଦ୍‍ବୋଧନ ଦେବେ । ପରେ ପରେ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଷ୍ଟ୍ରପତି ଭବନକୁ ଯାଇ ମହାମହିମ ରାଷ୍ଟ୍ରପତି ଶ୍ରୀ ରାମନାଥ କୋବିନ୍ଦଙ୍କୁ ଭେଟି ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ଟଙ୍କା ରଖିବାକୁ ସ୍ମାରକପତ୍ର ପ୍ରଦାନ କରିବେ ।

    Read more

    ଆଭିମୁଖ୍ୟ ରଖିଲା ବିଜେଡି

    ଭୁବନେଶ୍ୱର: ଲୋକସଭାର ବାଚସ୍ପତି  ଓମ ବିର୍ଲାଙ୍କୁ ସ୍ୱାଗତ ଆଳରେ ବୁଧବାର ବିଜେଡି ନିଜ ଆଭିମୁଖ୍ୟ ରଖିଛି ।  ବିଜେଡି ଲୋକସଭା ସଂସଦୀୟ ଦଳ ନେତା ପିନାକୀ ମିଶ୍ର କହିଛନ୍ତି ଯେ,  ବିଜୁ ଜନତା ଦଳ କେବେ ସଂଦୀୟ କାର୍ଯ୍ୟରେ ବାଧା ସୃଷ୍ଟି କରେ ନାହିଁ ।  ତର୍କ ଓ ବିତର୍କ ...

    Read more

    ୩ ଦିନରେ ଉଚ୍ଚସ୍ତରୀୟ ବୈଠକ; ଓଡ଼ିଶା ବିଦୁ୍ୟତ କର୍ମଚାରୀ ମହାସଂଘର ଶକ୍ତି ଓ ରାଜସ୍ୱ ମନ୍ତ୍ରୀଙ୍କୁ ସ୍ମାରକପତ୍ର ପ୍ରଦାନ

    ଭୁବନେଶ୍ୱର : ଓଡ଼ିଶା ବିଦୁ୍ୟତ କର୍ମଚାରୀ ମହାସଂଘର ଏକ ପ୍ରତିନିଧି ଦଳ ସଭାପତି ସୁବାସ ସିଂହଙ୍କ ନେତୃତ୍ୱରେ ରାଜ୍ୟ ଶକ୍ତି ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଓ ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡିଙ୍କୁ ଭେଟି ବିଦୁ୍ୟତ କର୍ମଚାରୀମାନଙ୍କ ବିଭିନ୍ନ ସମସ୍ୟା ଯଥା- ବିଭାଗରେ ...

    Read more

    ୪୪ ଆସନରେ ଏକପାଖିଆ ଜିତିଛି ବିଜେଡ଼ି

    ଭୁବନେଶ୍ୱର : ୨୦୧୯ ସାଧାରଣ ନିର୍ବାଚନରେ ବିଜୁ ଜନତା ଦଳ ଏକପାଖିଆ ଭାବେ ୪୪ ଆସନରେ ଆଧିପତ୍ୟ ବିସ୍ତାର କରିବା ସହ ବାଜିମାତ କରିଛି  । ଯେତେବେଳେକି ୩୭ ଆସନରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱୀତା ହୋଇଥିବା ଦେଖିବାକୁ ମିଳିଛି  । ଅପରପକ୍ଷରେ ୬୫ ଆସନରେ ବିଜେଡ଼ି-ବିଜେପି ...

    Maximum 500 characters

    ତାଜା ଖବର View all

    Find Us on Facebook