Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ଧର୍ମଘଟକୁ ବିଜୁ ଶ୍ରମିକ ସାମ୍ମୁଖ୍ୟର ସମର୍ଥନ

    Share on :
    Date: Jan 6, 2019    Views: 169

    ଭୁବନେଶ୍ୱର : ‘ମୋଦି ହଟାଅ, ଦେଶ ବଞ୍ଚାଅ’ ଆହ୍ୱାନରେ ଚଳିତ ୮ ଓ ୯ରେ ଦେଶବ୍ୟାପୀ ଧର୍ମଘଟ ଡାକରା ହେବ  । ଏହି ଧର୍ମଘଟକୁ ବିଜୁ ଶ୍ରମିକ ସାମ୍ମୁଖ୍ୟ ସମର୍ଥନ କରିଛି  । କେନ୍ଦ୍ରୀୟ ଶ୍ରମିକ ସଂଗଠନର ନେତାମାନେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ସମର୍ଥନ ଲୋଡ଼ିବା ପରେ ବିଜୁ ଶ୍ରମିକ ସାମ୍ମୁଖ୍ୟର ମହାସଚିବ ସୁବାସ ସିଂହ ଏନେଇ ସୂଚନା ଦେଇଛନ୍ତି  ।

    ଶ୍ରୀ ସିଂହ କହିଛନ୍ତିଯେ, କେନ୍ଦ୍ର ସରକାରଙ୍କ ଆର୍ଥିକ ମାରଣ ନୀତି, ଶ୍ରମିକ ମାରଣ ନୀତି, ଦରଦାମ ବୃଦ୍ଧି, କର୍ପୋରେଟ ସ୍ୱାର୍ଥରେ ଶ୍ରମ ଆଇନ ସଂଶୋଧନ, ଟ୍ରେନ ୟୂନିୟନ ସ୍ୱାଧୀନତା ଉପରେ ଆକ୍ରମଣ, ରାଷ୍ଟ୍ରାୟତ ସଂସ୍ଥାରୁ ପୁଞ୍ଜି ପ୍ରତ୍ୟାହାର ବନ୍ଦ କରିବା, ବ୍ୟାଙ୍କଗୁଡ଼ିକୁ ମିଶ୍ରଣ କରିବା ଓ ଘରୋଇ କରଣକୁ ବିରୋଧ କରିବା, ବିଭିନ୍ନ ଯୋଜନାରେ କାର୍ଯ୍ୟରତ ଶ୍ରମିକଙ୍କୁ ଶ୍ରମିକର ମାନ୍ୟତା ଦେବା, ସର୍ବନିମ୍ନ ମଜୁରୀ ମାସିକ ୧୮ ହଜାର ଟଙ୍କା ଦେବା, ସର୍ବନିମ୍ନ ପେନସନ ମାସିକ ୬ ହଜାର ଦେବା, ବେକାରୀ ସମସ୍ୟା ଦୂର କରିବା, ସମସ୍ତସ୍ତରର ଶ୍ରମିକଙ୍କୁ ସୁରକ୍ଷା ପ୍ରଦାନ କରିବା ପ୍ରଭୃତି ଦାବି ଅତ୍ୟନ୍ତ ଯୁକ୍ତିଯୁକ୍ତ  । ଏଣୁ ବିଜୁ ଶ୍ରମିକ ସାମ୍ମୁଖ୍ୟ ଧର୍ମଘଟକୁ ସମର୍ଥନ କରିଛି ବୋଲି ସେ କହିଛନ୍ତି  ।

    ଅପରପକ୍ଷରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କୁ ମଧ୍ୟ କେନ୍ଦ୍ରୀୟ ଶ୍ରମିକ ସଂଗଠନର ନେତା ଭେଟି ସହଯୋଗ ପାଇଁ ଅନୁରୋଧ କରିଥିଲେ  । କଂଗ୍ରେସରୁ ମଧ୍ୟ ଏଥିପାଇଁ ସହଯୋଗ ମିଳିବ ବୋଲି ସୌରୀବନ୍ଧୁ କର, ରାମକୃଷ୍ଣ ପଣ୍ଡା, ଯୋଗେନ୍ଦ୍ର ତ୍ରିପାଠୀ, ଲମ୍ବୋଧର ନାୟକ, ପୂର୍ଣ୍ଣଚନ୍ଦ୍ର ବେହେରା ଓ ମହେନ୍ଦ୍ର ପରିଡା ସୂଚନା ଦେଇଛନ୍ତି  ।  ବିଜେଡ଼ି, କଂଗ୍ରେସ ଓ ସିପିଆଇ ଧର୍ମଘଟକୁ ସମର୍ଥନ କରିଥିବାରୁ ଏହାର ପ୍ରଭାବ ଅନୁଭୂତ ହେବା ସ୍ପଷ୍ଟ ହୋଇଯାଇଛି  । 

    Maximum 500 characters

    ତାଜା ଖବର View all

    Find Us on Facebook