Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    କ’ଣ କହିଲେ ମୋଦି, ପଢନ୍ତୁ ...

    Share on :
    Date: Jan 5, 2019    Views: 129

    ଭୁବନେଶ୍ୱର : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କ ଅଭିଭାଷଣ ଜୟ ଜଗନ୍ନାଥ କହି ଆରମ୍ଭ କରିଥିଲେ  । ଓଡ଼ିଶାର ପ୍ରିୟ ଭାଇ ଓ ଭଉଣୀମାନଙ୍କୁ ମୋର ନମସ୍କାର  । ସାନ୍ତାଳୀ ଭାଷାରେ ମଧ୍ୟ ଅଭିବାଦନ ଜଣାଇଥିଲେ  । ଦୁଇ ସପ୍ତାହରେ ଦ୍ୱିତୀୟ ଥର ପାଇଁ ଆପଣ ସମସ୍ତଙ୍କ ପାଖକୁ ଆସିବାର ସୌଭାଗ୍ୟ ମିଳିଛି  । ଗତଥର ଖୋର୍ଦ୍ଧା ଆସିଥିଲି  । ଆପଣମାନେ ସବୁ ରେକଡର଼୍ ଭାଙ୍ଗି ଦେଇଥିଲେ  ।  ପଡ଼ିଆ ଛୋଟ ଅଛି  । ଆପଣ ଯେଉଁଠି ଅଛନ୍ତି ଅଟକି ଯାଆନ୍ତୁ  । ଆଗକୁ ଆସିବାର ଚେଷ୍ଟା କରନ୍ତୁନାହିଁ, ଜାଗା ନାହିଁ  । ପଡ଼ିଆ ଛୋଟ ଥିବାରୁ ଆପଣ ଯେଉଁଠି ଅଛନ୍ତି ସେଇଠି ଠିଆ ହେବାକୁ ମୁଁ ଅନୁରୋଧ କରୁଛି  ।
    ଭାରତ ମାତାକୀ ଜୟ  । ଗତଥର ଖୋର୍ଦ୍ଧାରେ ଆପଣମାନେ ସବୁ ରେକଡର଼୍ ଭାଙ୍ଗି ଦେଇଥିଲେ  । ଆଜି ବାରିପଦାରେ ଆପଣମାନେ ସେ ରେକଡର଼୍ ବି ଭାଙ୍ଗିଦେଲେ  । ଓଡ଼ିଶା ଲୋକଙ୍କ ଅପାର ସ୍ନେହ ଓ ଆଶୀର୍ବାଦରେ ମୁଁ ଅଭିଭୂତ  । ଆପଣଙ୍କ ଉତ୍ସାହ ଓ ବିଶ୍ୱାସରେ ନୂଆ ଭାରତ, ନୂଆ ଓଡ଼ିଶା ଗଠନର ଭାବନା ବି ଦେଖିପାରୁଛି  । ବାରିପଦା ଆସିଲା ବେଳେ ମହାରାଜା ରାମଚନ୍ଦ୍ର ଭଞ୍ଜଦେବଙ୍କ ସ୍ୱତଃ ମନେ ପଡ଼ିଯାଉଛନ୍ତି  । ଓଡ଼ିଶାର ବିକାଶ ପାଇଁ ଓ ଏହାର ଭାଷା ସଂସ୍କୃତିରେ ତାଙ୍କର ଯୋଗଦାନ ଅବିସ୍ମରଣୀୟ  । ଓଡ଼ିଆ ଭାଷାର ସବୁଠୁ ପୁରୁଣା ଶବ୍ଦକୋଷ ଦେଇଥିବା ମହାରାଜ ପୂର୍ଣ୍ଣଚନ୍ଦ୍ର ଭଞ୍ଜଦେଓ, ସାନ୍ତାଳୀ ଲିପିର ପ୍ରଣେତା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଭଳି ମହାପୁରୁଷଙ୍କୁ ମୁଁ ପ୍ରଣାମ କରୁଛି  । ବିଜେପି ପାଇଁ ଏହା ଗର୍ବର ବିଷୟ ହେଉଛିଯେ, ଅଟଳ ବିହାରୀ ବାଜପାୟୀଙ୍କ ସରକାର ସାନ୍ତାଳୀ ଭାଷାକୁ ସମ୍ବିଧାନର ଅଷ୍ଟମ ପରିଚ୍ଛେଦରେ ସ୍ଥାନୀତ କରିଥିଲେ  । ଗତଥର ଖୋର୍ଦ୍ଧା ସମାବେଶରେ ପାଇକ ବିଦ୍ରୋହର ନାୟକମାନଙ୍କୁ ସମ୍ମାନ ଦେବାର ସୁଯୋଗ ମିଳିଥିଲା  । ଓଡ଼ିଶାର ସମୃଦ୍ଧ ସାଂସ୍କୃତିକ ପରମ୍ପରା, ପୁରୀ ଓ କୋଣାର୍କ ଭଳି ସ୍ଥାନକୁ ସଂରକ୍ଷିତ କରିବା ପାଇଁ ନିରନ୍ତର ପ୍ରୟାସ କରାଯାଉଛି  । ମନ୍ଦିର ଓ ହରିପୁରଗଡ଼ର ପୁରୁଣା ଦୁର୍ଗକୁ ସଂରକ୍ଷଣ କରିବା ପାଇଁ ପ୍ରୟାସ କରାଯାଇଛି  । ଏହାଛଡ଼ା ସଡ଼କ, ଗ୍ୟାସ ଭଳି ଅନେକ ପ୍ରକଳ୍ପର ଲୋକାର୍ପଣ ଓ ଶିଳାନ୍ୟାସ କରାଯାଇଛି  । 

    ସ୍ୱାଧୀନତା ସଂଗ୍ରାମ ଆନେ୍ଦାଳନରେ ଓଡ଼ିଶାର ଆଦିବାସୀ ଭାଇ ଭଉଣୀଙ୍କ ବହୁତ ବଡ଼ ଭୂମିକା ରହିଛି  । ଗୁଜୁରାଟର ଦାଣ୍ଡି ଓ ଏଠାକାର ଇଂଚୁଡ଼ି ମହାତ୍ମାଗାନ୍ଧୀ ଓ ଲବଣ ସତ୍ୟାଗ୍ରହ ସହ ଜଡ଼ିତ  । ଏଭଳି ପବିତ୍ର ମାଟିରେ ଠିଆହେବାବେଳେ ଦେଶପାଇଁ ବଳିଦାନ ଦେଇଥିବା ଲୋକଙ୍କୁ ସ୍ମରଣ କରିବା ସୌଭାଗ୍ୟର କଥା  । ଆଜି ଭାରତ ମାତା କୀ ଜୟ ଓ ବନେ୍ଦ ମାତରମ କହିବା ବେଳେ ଦେଶର କେତେକ ଲୋକଙ୍କୁ ସମସ୍ୟା ହେଉଛି  । ଦେଶର ସବୁଠୁ ପୁରୁଣା ଦଳର ନେତା କହୁଛନ୍ତି, ମୋଦି  ଭାରତମାତା କହି ବିଭାଜନ କରୁଛନ୍ତି  । ଏବେ ମଧ୍ୟପ୍ରଦେଶରେ ସେମାନଙ୍କ ସରକାର ଆସିଛି  । ପୂର୍ଣ୍ଣ ବହୁମତ ପାଇନଥିଲେ ମଧ୍ୟ ସେମାନେ ପ୍ରଥମେ ବନେ୍ଦ ମାତରମ ଗାୟନକୁ ବନ୍ଦ କରିଦେଲେ  ।  ଜରୁରୀକାଳୀନ ପରିସ୍ଥିତିରେ ଲଢ଼ିଥିବା ନେତାମାନଙ୍କ ପେନସନ ବନ୍ଦ କରିବା ପାଇଁ ବି ପ୍ରୟାସ କରାଯାଉଛି  । ହେଲେ ବିଜେପି ଦାବି କରିବା ପରେ ବନେ୍ଦ ମାତରମ ସଂଗୀତକୁ ବନ୍ଦ କରିବା ସଂକ୍ରାନ୍ତୀୟ ନିଷ୍ପତି ପ୍ରତ୍ୟାହାର କରିନେଇଥିବାବେଳେ ପେନସନ ବନ୍ଦ ନିଷ୍ପତି ନନେବାକୁ ମଧ୍ୟ ବାଧ୍ୟ ହେବେ  । ଇଏ ହେଉଛି ସେହି ସ୍ଥାନ ଯେଉଁଠି ସୁଭଦ୍ରାଙ୍କ ରଥକୁ ମା’ ଓ ଭଉଣୀମାନେ ଭିଡ଼ିଥା’ନ୍ତି  । ଏହି ପରମ୍ପରା ବାରିପଦାରୁ ହିଁ ଆରମ୍ଭ ହୋଇଛି  । ମହିଳା ସଶକ୍ତିକରଣ ଓ ସ୍ୱାଭିମାନର ଏହା ହେଉଛି ପ୍ରତୀକ  । ନାରୀ ସଶକ୍ତିକରଣ ଓଡ଼ିଶା ବହୁଦିନରୁ କରି ଆସୁଛି  । କେନ୍ଦ୍ର ସରକାର ମହିଳାଙ୍କ ସଶକ୍ତିକରଣ ପାଇଁ ଗତ ସାଢେ଼ ଚାରି ବର୍ଷ ଧରି କାର୍ଯ୍ୟ କରି ଆସୁଛନ୍ତି  । ସଂସଦରେ ପ୍ରଥମ ମହିଳା ରକ୍ଷାମନ୍ତ୍ରୀ ନିଜ ସାମର୍ଥ୍ୟରେ ରକ୍ଷା ଭଳି ଏକ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପସ୍ଥାପନ କରିଛନ୍ତି  । ୨୦୦୪ରୁ ୨୦୧୪ ମଧ୍ୟରେ ଦେଶର ସେନାକୁ ଦୁର୍ବଳ କରିବା ପାଇଁ ଚକ୍ରାନ୍ତ କରାଯାଇଥିଲା  । ଆମ ସରକାର କଂଗ୍ରେସର ଚକ୍ରାନ୍ତ ଜାଲରୁ ଦେଶର ସେନାକୁ ବାହାର କରିବାରୁ ଆମେ କଂଗ୍ରେସ ପାଇଁ କଂଟା ସାଜିଛୁ  । କୌଣସି ବି ମୂଲ୍ୟ ଦେଇ ସେମାନେ ଦେଶର ଚୌକିଦାରକୁ ହଟାଇବାକୁ ଚାହୁଁଛନ୍ତି  । ଚୋରଙ୍କ ମେଳି ପ୍ରଥମେ ଚୌକିଦାରକୁ ହଟାଇବା ପାଇଁ ଷଡ଼ଯନ୍ତ୍ର କରୁଛନ୍ତି  । ହେଲିକପ୍ଟର ଦୁର୍ନୀତିର ମଞ୍ଜି ମିସେଲର ଚିଠିରୁ ଅନେକ କଥା ପର୍ଦ୍ଧାଫାଶ ହୋଇଛି  । ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟରେ କେଉଁ ଫାଇଲ କୁଆଡେ଼ ଯାଉଛି ତାହାର ସୂଚନା ତା ପାଖରେ ଥିଲା  । ବିଦେଶକୁ ତଥ୍ୟ ଯାଉଥିଲା  । କଂଗ୍ରେସ ସରକାର ଚଲାଉଥିଲା ନା ମିସେଲ ମାମାଙ୍କ ଦରବାର ଚଲାଉଥିଲା ବୁଝି ହେଉନାହିଁ  । ଯେଉଁମାନେ ଦେଶର ସୁରକ୍ଷା ସହ ଖେଳୁଥିଲେ ସେମାନଙ୍କ ହିସାବ ଦେଶର ଏଜେନ୍ସୀ ଓ ଜନତା କରିବେ  ।  ଆଇନ କାହାକୁ ଛାଡ଼ିବ ନାହିଁ ବୋଲି ମୁଁ ବିଶ୍ୱାସ ଦେଉଛି ବୋଲି ମୋଦି କହିଥିଲେ  ।

    ନାରୀ ସଶକ୍ତିକରଣ ପାଇଁ କେନ୍ଦ୍ର ସରକାର ବହୁ କାର୍ଯ୍ୟ କରିଛନ୍ତି  । ମହିଳା ସଶକ୍ତିକରଣ ପାଇଁ କେନ୍ଦ୍ର ସରକାର ଯେଉଁ ପ୍ରୟାସ କରୁଛନ୍ତି ଏହାର ଲାଭ ଓଡ଼ିଶା ପାଇବା ଦରକାର  । କିନ୍ତୁ ଓଡ଼ିଶା ସରକାର ମହିଳାଙ୍କ ସହ ସଂଶ୍ଲିଷ୍ଟ ଯୋଜନା ପ୍ରତି ଗମ୍ଭୀର ନୁହଁନ୍ତି  । ଦୁଇ ଦଶକର ଶାସନ ପରେ ବି ମହିଳାଙ୍କ ସୁରକ୍ଷା, ଶିକ୍ଷା, ସ୍ୱାସ୍ଥ୍ୟ ଓ ନିଯୁକ୍ତି କ୍ଷେତ୍ରରେ ଓଡ଼ିଶା ବହୁ ପଛରେ ପଡ଼ିଛି  । ମହିଳାଙ୍କ ପ୍ରତି ଅତ୍ୟାଚାର କରୁଥିବା ବ୍ୟକ୍ତିଙ୍କୁ ଫାଶୀ ଦେବାର ବ୍ୟବସ୍ଥା ରହିଛି  । ହେଲେ ଓଡ଼ିଶାରେ ନାରୀ ସୁରକ୍ଷା ସନେ୍ଦହ ଘେରରେ  । ଆଠବର୍ଷ ତଳେ ପୁରୀରେ ଯେଉଁ ଘଟଣା ଘଟିଥିଲା ସେହି ଝିଅକୁ ଓଡ଼ିଶା ସରକାର ନ୍ୟାୟ ଦେଇପାରିନାହାନ୍ତି  । ତଦନ୍ତରେ ତ୍ରୁଟିକୁ ନେଇ ନାରୀଙ୍କ ମନରେ ଆକ୍ରୋଶ ସୃଷ୍ଟି ହେବା ସ୍ୱାଭାବିକ  । ସରକାର ଏହାକୁ ଗମ୍ଭୀରତାର ସହ ଗ୍ରହଣ କରି ପୁଣି ଯାଂଚ କରି ଦୋଷୀଙ୍କୁ ଦଣ୍ଡଦେବା ଦରକାର  । ନାରୀଙ୍କ ସ୍ୱାସ୍ଥ୍ୟ କ୍ଷେତ୍ରରେ ଓଡ଼ିଶାର ଟ୍ରାକ ରେକଡର଼୍ ବି ଭଲ ନାହିଁ  । ମହିଳା ଓ ଶିଶୁଙ୍କ ସ୍ୱାସ୍ଥ୍ୟ ପାଇଁ କେନ୍ଦ୍ର ସରକାର ମିଶନ ଇନ୍ଦ୍ରଧନୁଷ ଭଳି ବହୁ ପଦକ୍ଷେପ ଗ୍ରହଣ କରିଛନ୍ତି  । ଦେଶରେ ଏବେ ଶତ ପ୍ରତିଶତ ଟୀକାକରଣ ଦିଗରେ ଅଗ୍ରସର ହେଉଛି  । କେନ୍ଦ୍ର ସରକାର ଆୟୂଷ୍ମାନ ଯୋଜନାରେ ୫ ଲକ୍ଷ ପର୍ଯ୍ୟନ୍ତ ମାଗଣା ଚିକିତ୍ସା ଗରିବ ଲୋକଙ୍କୁ ପ୍ରଦାନ କରୁଛନ୍ତି  । କିନ୍ତୁ ଦୁର୍ଭାଗ୍ୟର କଥା ଓଡ଼ିଶାର ଲକ୍ଷ ଲକ୍ଷ ପରିବାର ଏଥିରୁ ବଂଚିତ ହେଉଛନ୍ତି  । ରାଜ୍ୟ ସରକାର ଏହି ଯୋଜନାରେ ସାମିଲ ହୋଇ କେନ୍ଦ୍ର ସରକାର ଯେଉଁ ସହାୟତା ଦେଉଛନ୍ତି ତାହାର ଲାଭ ନିଅନ୍ତୁ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ  । ଓଡ଼ିଶାର ସାମଗ୍ରୀକ ବିକାଶ ପାଇଁ କେନ୍ଦ୍ର ସରକାର ସମସ୍ତ ପ୍ରକାର ବ୍ୟବସ୍ଥା କରୁଛନ୍ତି  । ୧୧ ଶହ କୋଟିରେ ନିର୍ମିତ ବାଲେଶ୍ୱର-ହଳଦିଆ ଏଲପିଜି ଗ୍ୟାସ ଲାଇନ ଦ୍ୱାରା ସବୁ ଘରକୁ ଧୂଆଁ ମୁକ୍ତ କରିବା ପାଇଁ ଯୋଜନା କରାଯାଇଛି  । ଉଜ୍ଜ୍ୱଳା ଯୋଜନାରେ ୩୨ ମାସରେ ୬ କୋଟି ସଂଯୋଗ ଦିଆଯାଇଛି  । ଦଳିତ, ବଂଚିତ, ଶୋଷିତ, ପଛୁଆ ଓ ଆଦିବାସୀ ଏହାଦ୍ୱାରା ବିଶେଷ ଉପକୃତ ହୋଇଛନ୍ତି  । ବେଟି ବଚାଓ, ବେଟି ପଢ଼ାଓ; ଜନଧନ ଯୋଜନା, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା ଆଦି ସମସ୍ତଙ୍କ ସହଯୋଗରେ ଜାରିରହିଛି  । ବାଲେଶ୍ୱରର ମଲଟି ମୋଡ଼ ଲଜିଷ୍ଟିକ ପାର୍କ ଦ୍ୱାରା ସ୍ଥାନୀୟ ଉଦ୍ୟୋଗୀମାନେ ସୁବିଧା ପାଇପାରିବେ  । ରେଳଲାଇନ ଯୋଗୁଁ ରାଜସ୍ୱ ବୃଦ୍ଧି ସହ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇପାରିବ  । ନୂଆ ଓଡ଼ିଶା ଓ ନୂଆ ଭାରତ ପାଇଁ ଆମେ ଏକାଠି ସାଙ୍ଗରେ ଚାଲିବା ଦରକାର  ।
    ରାଜ୍ୟ ସଭାପତି ବସନ୍ତ ପଣ୍ଡା ପ୍ରଥମେ ମୋଦିଜୀଙ୍କୁ ସମ୍ବଦ୍ଧ୍ୱର୍ିତ କରିଥିଲେ  । ଚାରି ଜିଲ୍ଲାର ସଭାପତି ଓ ଆଗଧାଡ଼ିର କାର୍ଯ୍ୟକର୍ତାମାନେ ପୁଷ୍ପମାଲ୍ୟ ପ୍ରଦାନ କରିଥିଲେ  ।

    Read more

    ଆତଙ୍କବାଦ ପ୍ରୋତ୍ସାହନକାରୀଙ୍କୁ ନିପାତ କରାଯାଉ: ମୋଦି

    ବିସ୍କେକ୍‌: କିର୍ଗିଜସ୍ତାନର ରାଜଧାନୀ ବିସ୍କେକଠାରେ ଚାଲିଥିବା ସାଙ୍ଘାଇ ସହଯୋଗ ସଂଗଠନ(ଏସସିଓ) ସମ୍ମିଳନୀର ଶୁକ୍ରବାର ୨ୟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉଦବୋଧନ ଦେଇ ଆତଙ୍କବାଦ ପ୍ରସଙ୍ଗ ଉଠାଇଛନ୍ତି। ଏହି ଅବସରରେ ମୋଦୀ ପାକିସ୍ତାନକୁ ଚେତାବନୀ ଦେବା ...

    Read more

    ୧୧୨ କେଜି ପଦ୍ମଫୁଲ ସହ ତରାଜୁରେ ଓଜନ ହେଲେ ମୋଦୀ

    ଥ୍ରୀସୁର: ଦ୍ବିତୀୟ ପାଳି ଦାୟିତ୍ଵ ଗ୍ରହଣ କରିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର କେରଳ ଗସ୍ତ କରିଛନ୍ତି। ଏହି ଅବସରରେ ଶନିବାର ସକାଳେ ମୋଦୀ କେରଳର ଅନ୍ୟତମ ପ୍ରସିଦ୍ଧ ଗୁରୁଭାୟୁରରେ ମନ୍ଦିରରେ ଭଗବାନ ଶ୍ରୀକୃଷ୍ଣଙ୍କୁ ପୂଜାର୍ଚ୍ଚନା କରିଥିଲେ। ଏହି ...

    Read more

    ନିଜେ ନିଜକୁ ଦେଲେ ଏହି ବିଭାଗ

    ନୂଆଦିଲ୍ଲୀ: ଗୁରୁବାର ଦେଶର ପ୍ରଧାନମନ୍ତ୍ରୀ ଭାବେ ଶପଥ ନେଇଥିବା ନରେନ୍ଦ୍ର ମୋଦି ଆଜି ତାଙ୍କ ଟିମରେ କାହାକୁ କେଉଁ ବିଭାଗ ମିଳିଛି, ସେକଥା ଘୋଷଣା କରିଛନ୍ତି। ମୋଦିଙ୍କ ସମେତ ଏନଡିଏ-୨ ସରକାରରେ ୫୮ ଜଣ ସଦସ୍ୟ ରହିଛନ୍ତି। ମୋଦିଙ୍କୁ ମିଶାଇ ୨୫ ଜଣ କ୍ୟାବିନେଟ ମନ୍ତ୍ରୀ ...

    Maximum 500 characters

    ତାଜା ଖବର View all

    Find Us on Facebook