Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ତାଜା ଖବର

ମୁଖ୍ୟ ଖବର

    ମୟୂରଭଂଜବାସୀଙ୍କୁ ମକର ଭେଟି ଦେଲେ ପ୍ରଧାନମନ୍ତ୍ରୀ ମୋଦି: ୪୫୦୦ ଟଙ୍କା ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ

    Share on :
    ajab-Image
    Date: Jan 5, 2019    Views: 325

    ବାରିପଦା: ମୟୂରଭଂଜ ଲୋକପର୍ବ ମକର ସଂକ୍ରାନ୍ତୀର ଠିକ ପୂର୍ବରୁ ମୟୂରଭଂଜବାସୀଙ୍କୁ ମକର ଭେଟି ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ୪୫୦୦ କୋଟି ଟଙ୍କା ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଓ ଉଦଘାଟନ କରିଛନ୍ତି । ପାରାଦୀପ-ହଳଦିଆ-ଦୁର୍ଗାପୁର ଏଲପିଜି ପାଇପଲାଇନ ଅନ୍ତର୍ଗତ ଆଇଓସିଏଲ୍ର ବାଲେଶ୍ୱର-ହଳଦିଆ-ଦୁର୍ଗାପୁର ସେକ୍ସନର ଲୋକାର୍ପଣ କରିଛନ୍ତି । ସେହିପରି ଚିଲିକାଦରା-ସଗଡ଼ପଟା ଏବଂ ନରଣପୁର-ବସନ୍ତପୁର ରେଳ ଲାଇନର ଦୋହରୀକରଣ କାର୍ଯର୍୍ୟକ୍ରମକୁ ଲୋକାର୍ପଣ କରିଛନ୍ତି । ଏଥିସହିତ ବାଲେଶ୍ୱରସ୍ଥିତ ମଲ୍ଟି ମୋଡାଲ ଲଜିଷ୍ଟିକ ପାର୍କର ଲୋକାର୍ପଣ କରିଛନ୍ତି । ସେହିପରି ଟାଟାନଗରରୁ ବାଦାମପାହାଡ଼ ପର୍ଯ୍ୟନ୍ତ ଦ୍ୱିତୀୟ ପାସେଞ୍ଜର ଟ୍ରେନ ଚଳାଚଳର ଶୁଭାରମ୍ଭ କରିଛନ୍ତି । ସେହିପରି ଏନଏଚ-୨୧୫ର ରିମୁଳି-କୋଇଡ଼ା ଅଂଶର ୪ଲେନକରଣ (୪୩.୨ କିମି), ଏନଏଚ-୬ର ସିଙ୍ଗଡ଼ା-ବିଂଜବାହାଲ ଅଂଶର ୪ଲେନକରଣ (୧୦୪.୨) କିମି, ଏନଏଚ-୨୧୫ର କୋଇଲା-ରାଜାମୁଣ୍ଡା ଅଂଶର ୪ଲେନକରଣ (୫୩.୨୫କିମି) ରାସ୍ତାର ଶିଳାନ୍ୟାସ କରିଛନ୍ତି । ସେହିପରି ହରିପୁରଗଡ଼ ସ୍ଥିତ ପ୍ରାଚୀନ ଦୁର୍ଗ ଏବଂ ମୟୂରଭଂଜ ରସିକରାୟ ମନ୍ଦିରର ପୁନରୁଦ୍ଧାର କାର୍ଯ୍ୟର ଶୁଭ ଉଦଘାଟନ କରିବା ସହିତ ଆସ୍କା, ଭଦ୍ରକ, କଟକ, ଢେ଼ଙ୍କାନାଳ, ଯାଜପୁର ଏବଂ କେନ୍ଦୁଝର ସ୍ଥିତ ଡାକଘରେ ପାସପୋର୍ଟ ସେବା କେନ୍ଦ୍ରର ଉଦଘାଟନ କରିଛନ୍ତି । ଅପରାହ୍ନ ୩ଟାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାରିପଦାରେ ପହଁଚି ଉକ୍ତ କାର୍ଯ୍ୟକ୍ରମର ଶିଳାନ୍ୟାସ କରିବା ସହିତ ପରେ ଏକ ସାଧାରଣ ସଭାରେ ଉଦବୋଧନ ଦେଇଛନ୍ତି । ଉକ୍ତ ଶିଳାନ୍ୟାସ ଓ ଉଦଘାଟନ କାର୍ଯ୍ୟକ୍ରମରେ ରାଜ୍ୟପାଳ ଗଣେଶୀଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ଜୁଏଲ ଓରାମ, ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ  ପ୍ରଫୁଲ୍ଲ ମଲ୍ଲିକ, ସାଂସଦ ରାମଚନ୍ଦ୍ର ହାଁସଦ ପ୍ରମୁଖ ଉପସ୍ଥିତ ଥିଲେ । 

    Maximum 500 characters

    ତାଜା ଖବର View all

    Find Us on Facebook