Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଆଂଚଳିକ

ମୁଖ୍ୟ ଖବର

    ସିମରନଙ୍କ ଶେଷ ମେସେଜ ଭାଇରାଲ

    Share on :
    Date: Jan 4, 2019    Views: 169

    ସମ୍ବଲପୁର: ସମ୍ବଲପୁରୀ ଆଲବମର ଜଣାଶୁଣା ଅଭିନେତ୍ରୀ ସିମରନ ସିଂଙ୍କ ଶେଷ ଭଏସ ମେସେଜ ଭାଇରାଲ ହୋଇଛି । ମୃତୁ୍ୟ ପୂର୍ବରୁ ବନ୍ଧୁଙ୍କ ପାଖକୁ ପଠାଇଥିବା ମେସେଜ ଭାଇରାଲ ହୋଇଛି । ଉକ୍ତ ମେସେଜରେ ସେ ନିଜକୁ ଛାଡ଼ି, ପରିବାରକୁ ଛାଡ଼ି ଦୂରକୁ ଚାଲିଯାଉଥିବା କହିଛନ୍ତି ।  ସିମରନ ମାନସିକ ଭାବେ ଭାଙ୍ଗି ପଡ଼ିଥିବା ମେସେଜରେ କହିଛନ୍ତି ।  ଟ୍ରେନରେ ଯାଉଥିବାବେଳେ ମେସେଜ ରେକର୍ଡିଂ ହୋଇଥିବା ଅନୁମାନ କରାଯାଉଛି । 

    କ’ଣ ଅଛି ମେସେଜରେ-

     ମୁଁ ନାଟକ କରୁନି.....ତୁମେ ଭାବନି ନାଟକ ବୋଲି... ମୁଁ ଭାଙ୍ଗି ଯାଇଛି....ଆଉ ସହି ହେଉ ନାହିଁ  । ପୂର୍ବରୁ କହିଥିଲେ ମୁଁ ସବୁ ଛାଡ଼ିକି ପଳାଇଯାଇଥାନ୍ତି... ବିଶ୍ୱାସ କର ମୁଁ ତୁମ ନାଁ ୟୁଗ ଲେଖିଛି.... ଆମ ସମ୍ପର୍କ ରଖିବା ପାଇଁ ଚେଷ୍ଟା କରିଥାନ୍ତ  । ମୁଁ ଯାଉଛି ନିଜ ପରିବାର ଓ ତୁମଠୁ ଦୂରକୁ.. ମୁଁ ନାଟକ କରୁନି... ତୁମେ ଭାବନି ନାଟକ ବୋଲି । ମୁଁ ଭାଙ୍ଗି ଯାଇଛି..... ଆଉ ସହି ହେଉନାହିଁ । 

    ପ୍ରକାଶ ଯେ, ଗତକାଲି ଗୋଇରା ମଠ ପାଖ ମହାନଦୀ ପୋଲ ତଳୁ  ସମ୍ବଲପୁରୀ ଆଲବମର ଜଣାଶୁଣା ଅଭିନେତ୍ରୀ ସିମରନ ସିଂଙ୍କ ମୃତଦେହଉ ଉଦ୍ଧାର କରାଯାଇଥିଲା ।  ସିମରନ ନିକଟରେ ପ୍ରେମ ବିବାହ କରିଥିଲେ । ବଲାଙ୍ଗୀର ଅଞ୍ଚଳର ଜଣେ ଯୁବକଙ୍କୁ ସିମରନ ପ୍ରେମ ବିବାହ କରିଥିଲେ । ସମ୍ପୃକ୍ତ ଯୁବକ ହିଁ ସିମରନଙ୍କୁ ହତ୍ୟା କରିଥିବା ସିମରନଙ୍କ ମା  ଥାନାରେ ଅଭିଯୋଗ କରିଥିଲେ । 
    ମୃତଦେହ ଉଦ୍ଧାର ବେଳେ ତାଙ୍କ ମୁହଁ ଓ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଥିବା ଦେଖିବାକୁ ମିଳିଥିଲା । 

    Maximum 500 characters

    ଆଂଚଳିକ View all

    Find Us on Facebook