Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ଏଣିକି ରାତିରେ ମିଳିବ ‘ଆହାର’

    Share on :
    Date: Jan 1, 2019    Views: 193

    ଭୁବନେଶ୍ୱର: କେବଳ ଦିନ ନୁହେଁ, ଏଣିକି ରାତିରେ ବି ଖାଇବାକୁ ମିଳିବ ‘ଆହାର’ । ନୂଆବର୍ଷରୁ ରାତି ଭୋଜନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କ୍ୟାପିଟାଲ ହସ୍ପିଟାଲରେ ଥିବା ଆହାର କେନ୍ଦ୍ରରୁ ଏହାର ଶୁଭାରମ୍ଭ ହୋଇଛି । ଏହା ସହ ବୁର୍ଲା ସୁରେନ୍ଦ୍ର ସାଏ ଆର୍ୟୁବିଜ୍ଞାନ ଓ ଗବେଷଣା ପ୍ରତିଷ୍ଠାନ ପରିସରରେ ଖୋଲୁଥିବା ନୂଆ ଆହାର କେନ୍ଦ୍ରର ମଧ୍ୟ ଭିଡିଓ କନଫରେନ୍ସିଂ ଜରିଆରେ ଉଦଘାଟନ କରିଛନ୍ତି । ରାତି ୭ଟାରୁ ୯ଟା ପର୍ଯ୍ୟନ୍ତ ଆହାର କେନ୍ଦ୍ରରେ ଲୋକମାନେ ଭାତ, ଡାଲି ଓ ଖଟା ଖାଇପାରିବେ । ରାଜ୍ୟର ୫୬ଟି ଆହାର କେନ୍ଦ୍ରମାନଙ୍କରେ ଏହି ସୁବିଧା ମିଳିବ । ସମ ହସ୍ପିଟାଲ, କଳିଙ୍ଗ ହସ୍ପିଟାଲ ନିକଟରେ ମଧ୍ୟ ଆହାର କେନ୍ଦ୍ରରେ ଏହି ସୁବିଧା ମିଳିବ । ରାଜ୍ୟରେ ଏବେ ୭୬ଟି ପୌରାଂଚଳରେ ଆହାର କେନ୍ଦ୍ର ଥିବା ବେଳେ ଆସନ୍ତା ସାଧାରଣତନ୍ତ୍ର ଦିବସରୁ ଅବଶିଷ୍ଟ ୩୨ଟି ପୌରାଂଚଳରେ ଏହି କେନ୍ଦ୍ର ଉପଲବ୍ଧ ହେବ । 

    Maximum 500 characters

    ବିଶେଷ View all

    Find Us on Facebook