ମୁଖ୍ୟ ଖବର
ଭୁବନେଶ୍ୱର: ମାଟ୍ରିକ ପରୀକ୍ଷାବେଳେ ସିସିଟିଭି ନଜରରେ ଛାତ୍ର ଛାତ୍ରୀ ରହିବେ । ଏହା ଦ୍ୱାରା କପିକୁ ରୋକାଯାଇପାରିବ । ଗଣଶିକ୍ଷା ବିଭାଗ ପକ୍ଷରୁ ପୂର୍ବରୁ ଏଭଳି ନିଷ୍ପତ୍ତି ନିଆଯାଇଥିଲା । କିନ୍ତୁ ବର୍ତ୍ତମାନ ଏଭଳି ବ୍ୟବସ୍ଥା ନେଇ ଆଶଙ୍କା ଦେଖାଦେଇଛି । ଏପରିକି ମାଟ୍ରିକ ପରୀକ୍ଷାରେ ସିସିଟିଭି ସମ୍ଭାବନା କ୍ଷୀଣ ହୋଇଯାଇଛି । ସିସିଟିଭି ଲାଗିବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି ଖୋଦ ଗଣଶିକ୍ଷା ମନ୍ତ୍ରୀ ବଦ୍ରିନାରାୟଣ ପାତ୍ର ।
ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ଯେ, ସିସିଟିଭି ଲଗାଇବାରେ ବଜେଟ ବାଧକ ସାଜିଛି । କଲେଜମାନଙ୍କରେ ସ୍ୱତନ୍ତ୍ର ଫଣ୍ଡ ବ୍ୟବସ୍ଥା ରହିଛି । କିନ୍ତୁ ଏଭଳି ସ୍ୱତନ୍ତ୍ର ଫଣ୍ଡ ବ୍ୟବସ୍ଥା ସ୍କୁଲମାନଙ୍କରେ ନାହିଁ । କଲେଜଗୁଡ଼ିକ ସ୍ୱତନ୍ତ୍ର ପାଣ୍ଠିରେ ସିସିଟିଭି ଲଗାଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି ।
Comments ସମସ୍ତ ମତାମତ 0