ମୁଖ୍ୟ ଖବର
ଜାନୁଆରୀ ୨୨
କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା
କୁନ୍ଦୁଲି ଗଣବଳାକ୍ରାର ଅଭିଯୋଗ ଘଟଣାରେ ପୀଡ଼ିତା ଶେଷରେ ଆତ୍ମହତ୍ୟା କରିଥିଲା । ଘରେ କେହି ନଥିବା ବେଳେ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିଲା । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଗଭୀର ମର୍ମାହତ ହେବା ସହ ଶୋକ ପ୍ରକାଶ କରିଥିଲେ ।
ଜାନୁଆରୀ ୨୪
କୁନ୍ଦୁଲି ପୀଡ଼ିତାଙ୍କ ପାଇଁ ଓଡ଼ିଶା ବନ୍ଦ
କୁନ୍ଦୁଲି ପୀଡ଼ିତାଙ୍କ ଆତ୍ମହତ୍ୟା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଅବହେଳା ବିରୋଧରେ ବିଜେପି ଓ କଂଗ୍ରେସ ପକ୍ଷରୁ ୧୨ ଘଂଟିଆ ଓଡ଼ିଶା ବନ୍ଦ ପାଳିତ ହୋଇଥିଲା ।
ଫେବୃଆରୀ ୯
ଚନ୍ଦ୍ରଶେଖର ରଥଙ୍କ ଦେହାନ୍ତ
ପଦ୍ମଶ୍ରୀ ଉପାଧି ଭୂଷିତ ହେବା ପୂର୍ବରୁ ପ୍ରଖ୍ୟାତ ସାହିତି୍ୟକ, ପ୍ରବୀଣ ଶିକ୍ଷାବିତ ତଥା ମନସ୍ତତ୍ୱବିତ ଚନ୍ଦ୍ରଶେଖର ରଥଙ୍କ ପରଲୋକ ହୋଇଯାଇଥିଲା । ୮୯ ବର୍ଷ ବୟସରେ ତାଙ୍କ ଦେହାନ୍ତ ହୋଇଥିଲା ।
ଫେବୃଆରୀ ୧୨
ପାର୍ବତୀ ଘୋଷଙ୍କ ପରଲୋକ
ସବୁ ପି୍ରୟ, ଓଡ଼ିଆ ଚଳଚ୍ଚିତ୍ର ଜଗତର ବିଶିଷ୍ଟ ଅଭିନେତ୍ରୀ, ପ୍ରଯୋଜିକା ତଥା ନିଦେ୍ର୍ଧଶିକା ପାର୍ବତୀ ଘୋଷଙ୍କ ପରଲୋକ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ନେତା ଅଭିନେତା ତାଙ୍କର ଶେଷ ଦର୍ଶନ କରିଥିଲେ ।
ଫେବୃଆରୀ ୨୩
ପାଟଣାଗଡ଼ ପାର୍ସଲ ବୋମା ବିସ୍ଫୋରଣ
ବହୁ ଚର୍ଚ୍ଚିତ ବଲାଙ୍ଗୀର ଜିଲ୍ଲା ପାଟଣାଗଡ଼ ପାସର୍ଲ ବୋମା ଘଟଣା ଘଟିଥିଲା । ଏକ ବିବାହ ରିସେପସନ ପାର୍ଟିରେ ଆସିଥିବା ପାର୍ସଲ ବୋମା ବିସ୍ଫୋରଣରେ ମୃତୁ୍ୟ ବରଣ କରିଥିଲେ ବର ଓ ତା’ର ଜେଜେମା । ତେବେ କନ୍ୟା ଗୁରୁତର ହୋଇ ବହୁଦିନ ଚିକିତ୍ସିତ ହେବା ପରେ ଭଲ ହୋଇଥିଳେ । ଏହି ଘଟଣାରେ ମାଷ୍ଟର ମାଇଣ୍ଡ କଲେଜ ଅଧ୍ୟକଙ୍କୁ ଗିରଫ କରାଯାଇଥିଲା ।
ଫେବୃଆରୀ ୨୫
ପରଲୋକରେ ଶ୍ରୀଦେବୀ
ଅଶୀ ଓ ନବେ ଦଶକରେ ଏକ ନମ୍ବର ମାନ୍ୟତା ପାଇଥିବା ଅଭିନେତ୍ରୀ ଶ୍ରୀଦେବୀଙ୍କ ପରଲୋକ ହୋଇଥିଲା । ଦୁବାଇର ଏକ ହୋଟେଲରେ ୫୪ ବର୍ଷ ବୟସରେ ହୃଦଘାତରେ ତାଙ୍କର ପରଲୋକ ହୋଇଥିଲା ।
ମାର୍ଚ୍ଚ ୩
ଅରବିନ୍ଦ ମୁଦୁଲିଙ୍କ ଦେହାନ୍ତ
ଭକ୍ତି ସଙ୍ଗୀତର ଅନନ୍ୟ ସାଧକ, ଲୋକପି୍ରୟ ଭଜନଶିଳ୍ପୀ ଅରବିନ୍ଦ ମୁଦୁଲିଙ୍କ ପରଲୋକ ହୋଇଯାଇଥିଲା । ଏକ ଘରୋଇ ହସପିଟାଲରେ ମାତ୍ର ୫୬ବର୍ଷ ବୟସରେ ତାଙ୍କର ମୃତୁ୍ୟ ହୋଇଥିଲା । ତାଙ୍କ ମରଶରୀରକୁ ଏକ ବିରାଟ ପଟୁଆରରେ ପୁରୀ ସ୍ୱର୍ଗଦ୍ୱାର ନିଆଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ୧୯୬୧ ମସିହା ସେପ୍ଟେମ୍ବର ୧ ତାରିଖରେ ଖୋର୍ଦ୍ଧା ଜିଲ୍ଲା ବେଗୁନିଆର ଖଣତିରେ ଜନ୍ମଗ୍ରହଣ କରିଥିଲେ । ତାଙ୍କ ମୃତୁ୍ୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ରାଜନେତା ଶୋକ ପ୍ରକାଶ କରିଥିଲେ ।
ମଇ ୯
ବରିଷ୍ଠ ସାମ୍ବାଦିକ ଚନ୍ଦ୍ରଭାନୁ ପଟ୍ଟନାୟକଙ୍କ ପରଲୋକ
ବରିଷ୍ଠ ସାମ୍ବାଦିକ ତଥା ସମାଜର ପୂର୍ବତନ ସଂପାଦକ ଚନ୍ଦ୍ରଭାନୁ ପଟ୍ଟନାୟକଙ୍କ ପରଲୋକ ହୋଇଥିଲା । ତାଙ୍କୁ ୬୦ବର୍ଷ ବୟସ ହୋଇଥିଲା । ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ସେ ମୃତୁ୍ୟବରଣ କରିଥିଲେ ।
ମଇ ୧୧
ପରଲୋକରେ ଅନୀତା ଦାସ
ଓଡ଼ିଆ ସିନେମା ଜଗତର ଚାରି ଦଶନ୍ଦିର ଲୋକପି୍ରୟ ଅଭିନେତ୍ରୀ ଅନୀତା ଦାସଙ୍କ ଦେହାନ୍ତ ହୋଇଥିଲା । ସେ ରହୁଥିବା କିରଣ ଆପାର୍ଟମେଣ୍ଟରେ ୬୧ବର୍ଷ ବୟସରେ ପରଲୋକ ଗମନ କରିଥିଲେ ।
ମଇ ୨୨
ଶିଳ୍ପପତି ବଂଶୀଧର ପଣ୍ଡାଙ୍କ ଦେହାନ୍ତ
ବିଶିଷ୍ଟ ଶିଳ୍ପପତି ତଥା ଇଣ୍ଡିଆନ ମେଟାଲସ ଆଣ୍ଡ ଫେରୋଆଲଏଜ୍ ଲିମିଟେଡ (ଇମ୍ଫା)ର ପ୍ରତିଷ୍ଠାତା ବଂଶୀଧର ପଣ୍ଡାଙ୍କ ୮୭ବର୍ଷ ବୟସରେ ପରଲୋକ ହୋଇଥିଲା ।
ଜୁଲାଇ ୨୬
ସଂପର୍କ ଯୋଡ଼ିଲା ଗୁରୁପ୍ରିୟା ସେତୁ
ବହୁ ପ୍ରତିକ୍ଷୀତ ଗୁରୁପି୍ରୟା ସତୁ ଲୋକାର୍ପିତ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସତୁ ଲୋକାର୍ପଣ କରିଥିଲେ । ଏହି ସେତୁ ଯୋଗୁ ୧୫୧ ଟି ବିଚ୍ଛିନ୍ନାଞ୍ଚଳର ଅଧିବାସୀଙ୍କ ପାଇଁ ଯୋଗାଯୋଗ ସମ୍ଭବ ହୋଇପାରିଥିଲା ।
ସେପ୍ଟେମ୍ବର ୨୦
ଅଭିଜିତ ଆୟାର ଗିରଫ
ଓଡ଼ିଶା ବିରୋଧୀ ମନ୍ତବ୍ୟ ଦେଇ କୋଣାର୍କ ଥାନାରେ ମାମଲା ରୁଜୁ ହେବାର ୧୨ ଘଣ୍ଟା ଭିତରେ ଓଡ଼ିଶା ପୁଲିସ ସହାୟତାରେ ନିଜାମୁଦ୍ଧିନ ପୁଲିସ ଦିଲ୍ଲୀରେ ଅଭିଜିତ ଆୟାରଙ୍କୁ ଗିରଫ କରିଥିଲା ।
ସେପ୍ଟେମ୍ବର ୨୨
ଝାରସୁଗୁଡ଼ା ବିମାନବନ୍ଦର ଲୋକାର୍ପଣ କଲେ ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୩ ହଜାର କୋଟି ଟଙ୍କା ବ୍ୟୟରେ ତାଳଚେର ସାର କାରଖାନା ପୁନଃ ନିର୍ମାଣ କାର୍ଯ୍ୟର ଭିତ୍ତିପ୍ରସ୍ତର ଓ ଝାରସୁଗୁଡ଼ାରେ ବିମାନବନ୍ଦରର ଲୋକାର୍ପଣ କରିଥିଲେ । ଏଥିସହିତ ଓଡ଼ିଶା ସରକାରଙ୍କ ଉପରେ ବର୍ଷିଥିଲେ । ଓଡ଼ିଶାରେ ପିସି ସରକାର ଚାଲିଛି ବୋଲି ନବୀନଙ୍କୁ ସମାଲୋଚନା କରିଥିଲେ ମୋଦି ।
ନଭେମ୍ବର ୨୦
ମହାନଦୀରେ ବସ ଖସି ୧୦ମୃତ
ତାଳଚେରରୁ କଟକ ଆସୁଥିବା ଏକ ବସ ମହାନଦୀ ପୋଲରୁ ତଳକୁ ଖସି ୧୦ଜଣଙ୍କ ମୃତୁ୍ୟ ହୋଇଥିଲା । ଏହି ଦୁଘଁଟଣାରେ ମୃତକଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ୨ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଗୋଷଣା କରିଥିଲେ । ମଇଁଷିକୁ ଧକ୍କା ଦେଇ ବସଟି ପୋଲତଳକୁ ଖସିପଡ଼ିଥିଲା ।
ନଭେମ୍ବର ୨୭
ଓଡ଼ିଶା ହକି ବିଶ୍ୱକପ ଉଦଘାଟିତ
କଳିଙ୍ଗ ଷ୍ଟାଡିୟମରେ ଉଦଘାଟିତ ହୋଇଥିବା ଓଡ଼ିଶା ହକି ବିଶ୍ୱକପ । ଏଥିରେ ମୁଖ୍ୟ ଆକର୍ଷଣ ସାଜିଥିଲେ ସଂଗୀତ ନିଦେ୍ର୍ଧଶକ ଏ ଆର ରହେମାନ, ବଲିଉଡ ଅଭିନେତା ଶାହାରୁଖ ଖାନ, ସଲମାନ ଖାନ, ମାଧୁରୀ ଦିକ୍ଷୀତ, କି୍ରକେଟିୟର ସଚିନ ତେନ୍ଦୁଲକର, ବୀରେନ୍ଦ୍ର ସେହ୍ୱାଗ, ଅନିଲ କୁମ୍ବଲେ ପ୍ରମୁଖ ।
ଡିସେମ୍ବର ୧୩
ମାଓବାଦୀଙ୍କ ସହ ହକି ଖେଳ ଦେଖିଲେ ନବୀନ
କଳିଙ୍ଗ ଷ୍ଟାଡିୟମରେ ଅନୁଷ୍ଠିତ ଓଡ଼ିଶା ବିଶ୍ୱକପ ହକି ଖେଳ ଦେଖିଥିଲେ ନବୀନ । ମାଓ କାର୍ଯ୍ୟକଳାପରୁ ଓହରିଆସି ମୁଖ୍ୟସ୍ରୋତରେ ସାମିଲ ହୋଇଥିବା ମହିଳା ଓ ପୁରୁଷମାନଙ୍କ ସହିତା ହକି ଖେଳ ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏହି ମ୍ୟାଚରେ ଭାରତ ବିଶ୍ୱକପ ହକିରୁ ବାଦ ପଡ଼ିଥିଲା ।
ଡିସେମ୍ବର ୧୬
ବେଲଜିୟମ ବିଶ୍ୱକପ ହକି ଚାମ୍ପିୟନ
ଓଡ଼ିଶା ମାଟିରେ ଇତିହାସ ରଚିଥିଲା ବେଲିଜିୟମ । ପ୍ରଥମଥର ପାଇଁ ବେଲଜିୟମର ହକି ବିଶ୍ୱକପ ଟାଇଟଲ ଜିତିଥିଲା । ନେଦରଲାଣ୍ଡକୁ ସଡନଡେଥରେ ୩-୨ ଗୋଲରେ ପରାସ୍ତ କରିଥିଲା ।
Comments ସମସ୍ତ ମତାମତ 0