Nov 23, 2017
Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ପ୍ରଶାସନ ଖବର

ମୁଖ୍ୟ ଖବର

ଆଇଏଏସ୍‍ ଆଶାୟୀଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାକେଜ୍‍

Date: Aug 7, 2015    Views: 243

ଭୁବନେଶ୍ୱର,  : ସର୍ବଭାରତୀୟ ପ୍ରଶାସନିକ ସେବାରେ ଯୋଗଦେବାକୁ ଚାହୁଁଥିବା ଆଶାୟୀଙ୍କୁ ଉତ୍ସାହିତ କରିବା ପାଇଁ ରାଜ୍ୟ ସରକାର ଖୁବ୍‍ଶୀଘ୍ର ଏକ ପ୍ୟାକେଜ୍‍ ଘୋଷଣା କରିବାକୁ ଯାଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରକାଶ କରିଛନ୍ତି  । ଚଳିତବର୍ଷ ସର୍ବଭାରତୀୟ ପ୍ରଶାସିନକ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ଓଡ଼ିଆମାନଙ୍କୁ ଜୟଦେବ ଭବନଠାରେ ସମ୍ବର୍ଦ୍ଧିତ କରିବା ଅବସରରେ ମୁଖ୍ୟମନ୍ତ୍ରୀ ଏହି ଘୋଷଣା କରିଛନ୍ତି  ।

 ମୁଖ୍ୟମନ୍ତ୍ରୀ କହିଛନ୍ତିଯେ, ଯେଉଁ ଓଡ଼ିଆ ଆଶାୟୀ ପ୍ରଶାସନିକ ସେବା ମେନ୍‍ ପରୀକ୍ଷାରେ କୃତକାର୍ଯ୍ୟ ହେବେ ସେହି ଆଶାୟୀମାନଙ୍କୁ ଦେଶର ବିଭିନ୍ନ ପ୍ରତିଷ୍ଠିତ କୋଚିଂ ସେଣ୍ଟରରେ କୋଚିଂ ନେବା ପାଇଁ ସରକାର ସମସ୍ତ ପ୍ରକାର ସହାୟତା ଯୋଗାଇଦେବେ  । ସେହିପରି ଚାକିରୀ ଜୀବନରେ ସ୍ୱଚ୍ଛତା ଅବଲମ୍ବନ କରିବାକୁ ସେ ପରାମର୍ଶ ଦେଇଥିଲେ  । ସମସ୍ତ କୃତକାର୍ଯ୍ୟଙ୍କୁ କୋଣାର୍କ ରୂପା ଚକ ପ୍ରଦାନ କରାଯାଇଥିଲା  ।

ଏହି ଅବସରରେ ଉଚ୍ଚଶିକ୍ଷା ମନ୍ତ୍ରୀ ଡକ୍ଟର ପ୍ରଦୀପ ପାଣିଗ୍ରାହୀ, ମୁଖ୍ୟସଚିବ ଗୋକୁଳ ଚନ୍ଦ୍ର ପତି, ସାଧାରଣ ପ୍ରଶାସନ ବିଭାଗର ପ୍ରମୁଖ ସଚିବ ଜିଭିଭି ଶର୍ମା ପ୍ରମୁଖ ଉପସ୍ଥିତ ଥିଲେ  ।


    

Maximum 500 characters