Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ୨୦୧୮ର ସରକାରୀ ଯୋଜନା

    Share on :
    Date: Dec 31, 2018    Views: 201

    ଜାନୁଆରୀ ୪

    ବରିଷ୍ଠ ନାଗରିକ ତୀର୍ଥଯାତ୍ରାର ଶୁଭାରମ୍ଭ

    ବ୍ରହ୍ମପୁର ରେଳ ଷ୍ଟେସନରୁ ଏକ ସ୍ୱତନ୍ତ୍ର ଟ୍ରେନରେ ତିରୁପତି ଓ ଭେଲୋରକୁ ତୀର୍ଥଯାତ୍ରାରେ ଯାଇଥିଲେ ବରିଷ୍ଠ ନାଗରିକ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଚିବାଳୟରୁ ଏହାର ଶୁଭାରମ୍ଭ କରିଥିଲେ । 

    ଜାନୁଆରୀ ୧୫
    ୫୦ ହଜାର କଳାକାରଙ୍କୁ ସହାୟତା ଘୋଷଣା

    ରାଜ୍ୟର କଳା ଓ ସଂସ୍କୃତିର ପ୍ରଚାର ଓ ପ୍ରସାର ଦିଗରେ କାର୍ଯ୍ୟରତ ୫୦ ହଜାର କଳାକାରଙ୍କୁ ସହାୟତା ଦିଆଯିବ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକା ଏହି ଘୋଷଣା କରିଥିଲେ । ମାସିକ ୧୨୦୦ ଟଙ୍କା ଭତା ପାଇବେ କଳାକାର । ପୂର୍ବରୁ କଳାକାରଙ୍କ ବୟସ ସୀମା ୬୦ ଥିବା ବେଳେ ୧୦ବର୍ଷ ହ୍ରାସ କରାଯାଇଥିଲା । ଫଳରେ ପୁରୁଷ କଳାକାର ୫୦ ବର୍ଷ ଓ ମହିଳା କଳାକାର ୪୦ ବର୍ଷରେ ସହାୟତା ପାଇବେ ବୋଲି ଘୋଷଣା କରିଥିଲେ । 

    ୨୦୧୯ ମାର୍ଚ୍ଚ ସୁଦ୍ଧା ସବୁ ପଂଚାୟତ ସଦର ମହକୁମାରେ ପାଇପ ପାଣି
    ୨୦୧୯ ମାର୍ଚ୍ଚ ସୁଦ୍ଧା ସବୁ ପଂଚାୟତ ସଦର ମହକୁମାରେ ପାଇପ ପାଣି ପହଁଚିବ । ପାଣି ଯୋଗାଣ ବ୍ୟବସ୍ଥା ସୁନିଶ୍ଚିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ । ରାଜ୍ୟର ୬୮୦୧ଟି ପଂଚାୟତ ମଧ୍ୟରୁ ୫୫୮୬ଟି ପଂଚାୟତ ସଦର ମହକୁମାରେ ପାଣି ପାଣି ବ୍ୟବସ୍ଥା କରାଯାଇଛି । ସେହିପରି ଆଂଶିକ ଭାବେ ପାଇପ ପାଣି ବ୍ୟବସ୍ଥା ହୋଇଥିବା ୧୫,୨୬୫ଟି ବସତିରେ ୨୦୧୮ ମେ ସୁଦ୍ଧା ସଂପୂର୍ଣ୍ଣ ଜଳଯୋଗାଣ ବ୍ୟବସ୍ଥା କରାଯିବ ବୋଲି ନିଷ୍ପତି ନିଆଯାଇଥିଲା । 

    ମାର୍ଚ୍ଚ ୩
    ଆରମ୍ଭ ହେଲା ‘ଆମ ଗାଁ ଆମ ବିକାଶ’ ଯୋଜନା

    ଲୋକଙ୍କ ସହ ଯୋାଡ଼ି ହେବାର ପ୍ରକି୍ରୟାକୁ ତ୍ୱରାନ୍ୱିତ କରିବା ପାଇଁ ‘ଆମ ଗାଁ ଆମ ବିକାଶ’ ନାମରେ ଏକ ଯୋଜନା ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ବିଜୁ ପଟ୍ଟନାୟକଙ୍କ ୧୦୨ତମ ଜୟନ୍ତୀ ଓ ୨୬ତମ ପଞ୍ଚାୟତିରାଜ ଦିବସ ଅବସରରେ ଏହି ଯୋଜନା ଆରମ୍ଭ ହୋଇଥିଲା । 

    ମାର୍ଚ୍ଚ ୮
    ୫ ଜିଲ୍ଲାରେ ୱାନ ଷ୍ଟପ ସେଣ୍ଟର

    ଆନ୍ତର୍ଜାତିକ ମହିଳା ଦିବସରେ ରାଜ୍ୟସ୍ତରୀୟ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୫ଟି ନୂଆ ୱାନ ଷ୍ଟପ ସେଣ୍ଟର ଘୋଷଣା କରିଥିଲେ । କଟକ, ଗଞ୍ଜାମ, କୋରାପୁଟ, ସମ୍ବଲପୁର ଓ ସୁନ୍ଦରଗଡ଼ରେ ଏହି ୱାନ ଷ୍ଟପ ସେଣ୍ଟର ପ୍ରତିଷ୍ଠା ଲାଗି ଘୋଷଣା ହୋଇଥିଲା । 

    ମାର୍ଚ୍ଚ ୯
    ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଶୁଭାରମ୍ଭ 

    ରାଜ୍ୟର ୯ଟି ଜନଜାତି ଅଧୁ୍ୟଷିତ ଜିଲ୍ଲାକୁ ନେଇ ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଗଠନ ହୋଇଥିଲା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପରିଷଦର ଶୁଭାରମ୍ଭ କରିଥିଲେ । ୯ଜିଲ୍ଲାର ୯ଜଣ ଅଧ୍ୟକ୍ଷଙ୍କୁ ମୁଖ୍ୟମନ୍ତ୍ରୀ ପ୍ରମାଣପତ୍ର ପ୍ରଦାନ କରିଥିଲେ । ପ୍ରତି ପରିଷଦକୁ ବାର୍ଷିକ ୧.୫୦ କୋଟି ଟଙ୍କାର ଅନୁଦାନ ପ୍ରଦାନ କରାଯିବାକୁ ନିଷ୍ପତି ହୋଇଥିଲା । 

    ମାର୍ଚ୍ଚ ୧୯
    ଗଠନ ହେଲା ଓଡ଼ିଶା ଲଘୁଶସ୍ୟ ମିଶନ

    ରାଜ୍ୟ ସରକାର ଓଡ଼ିଶା ଲଘୁ ଶସ୍ୟ ମିଶନ ଗଠନ କରିଥିଲେ । ୨୦୧୮-୧୯ ଆର୍ଥିକ ବର୍ଷ ପାଇଁ ୧୦୦ କୋଟି ଟଙ୍କା ବିନିଯୋଗ କରାାଯିବ ବୋଲି ନିଷ୍ପତି ହୋଇଥିଲା । ଲଘୁଶସ୍ୟ ଅମଳ କରୁଥିବା ଚାଷୀମାନଙ୍କ ଠାରୁ ଉଚିତ ମୂଲ୍ୟ ବଦଳରେ ଖାଦ୍ୟ ଶସ୍ୟ ସଂଗ୍ରହ କରାଯିବ ଓ ଏହାକୁ ବିଭିନ୍ନ ପୁଷ୍ଟି ସୁରକ୍ଷା ଯୋଜନାରେ ସାମିଲ କରାଯିବାକୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । 

    ମାର୍ଚ୍ଚ ୨୨
    ଆଶା ମାତୃତ୍ୱ ଯୋଜନା ଆରମ୍ଭ 

    ଆଶାକର୍ମୀଙ୍କ ମାସିକ ପାରିତୋଷିକ ମାସିକ ୨ ହଜାର ଟଙ୍କା ଘୋଷଣା କରାଯାଇଥିଲା । ଏହାଦ୍ୱାରା ରାଜ୍ୟରେ ୪୭ ହଜାର ଆଶା କର୍ମୀ ଉପକୃତ ହୋଇଥିଲେ । ଏଥିପାଇଁ ମୋଟ ୧୫୭ କୋଟି ଟଙ୍କା ବ୍ୟୟବରାଦ ରଖାଯାଇଥିଲା । ଗର୍ଭାବସ୍ତାରେ ଆଶାକର୍ମୀଙ୍କ ନିଜସ୍ୱ ସ୍ୱାସ୍ଥ୍ୟର ଯତ୍ନ ପାଇଁ ରାଜ୍ୟ ସରକାର ‘ଆଶା ମାତୃତ୍ୱ ଯୋଜନା’  ଆରମ୍ଭ କରିଥିଲେ । 

    ଏପି୍ରଲ ୭
    ସ୍ୱାସ୍ଥ୍ୟସେବାରେ ଯୋଡ଼ିହେଲା ୩ ଯୋଜନା

    ରାଜ୍ୟବାସୀଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟସେବା ଯୋଗାଇ ଦେବାକୁ ୩ଟି ନୂତନ ଯୋଜନା ପ୍ରଣୟନ ହୋଇଥିଲା । ୫ବର୍ଷ ମଧ୍ୟରେ ରାଜ୍ୟରୁ ଅନ୍ଧତ୍ୱ ଦୂରୀକରଣ ପାାଇଁ ‘ସୁନେତ୍ର’ ଯୋଜନା, ଚିକିତ୍ସାଳଗୁଡ଼ିକର ପରିମଳରେ ସୁଧାର ପାଇଁ ‘ନିର୍ମଳ’ ଯୋଜନା ଓ ସଦ୍ୟ ଜନ୍ମିତ ଶିଶୁ ଓ ମା’ଙ୍କୁ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ‘ସଂପୂର୍ଣ୍ଣ ସୁରକ୍ଷା କବଚ’ ଯୋଜନା ପ୍ରଣୟନ ହୋଇଥିଲା । 

    ମଇ ୫
    ୧୯ ଜିଲ୍ଲାରେ ପାଇପ ଯୋଗେ ରନ୍ଧନ ଗ୍ୟାସର ଶୁଭାରମ୍ଭ

    ଭୁବନେଶ୍ୱର ଓ କଟକ ସମେତ ରାଜ୍ୟର ୧୯ଟି ଜିଲ୍ଲାରେ ପାଇପ ଯୋଗେ ରନ୍ଦନ ଗ୍ୟାସ ସଂଯୋଗ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଥିଲା । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି ପ୍ରକଳ୍ପର ସମୀକ୍ଷା କରିଥିଲେ । ଅନୁଗୁଳ, ଢେ଼ଙ୍କାନାଳ, ସୁନ୍ଦରଗଡ଼, ଝାରସୁଗୁଡ଼ା, ବାଲେଶ୍ୱର, ଭଦ୍ରକ, ମୟୂରଭଂଜ, ବରଗଡ଼, ଦେବଗଡ଼, ସମ୍ବଲପୁର, ଗଞ୍ଜାମ, ନୟାଗଡ଼, ପୁରୀ, ଜଗତସିଂହପୁର, କେନ୍ଦ୍ରାପଡ଼ା, ଯାଜପୁର ଓ କେନ୍ଦୁଝର ଜିଲ୍ଲାରେ ଏହାର ଶୁଭାରମ୍ଭ ହୋଇଥିଲା । 

    ମଇ ୭
    ବସ୍ତିବାସିନ୍ଦାଙ୍କୁ ମିଳିଲା ଜମିପଟା

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଞ୍ଜାମ ଜିଲ୍ଲା ଛତ୍ରପୁରରୁ ଶୁଭାରମ୍ଭ କରିଥିଲେ ବସ୍ତିବାସିନ୍ଦାଙ୍କୁ ଜମିପଟା କାର୍ଯ୍ୟକ୍ରମ । ଏହା ସହିତ ଓଡ଼ିଶା ବାସପଯୋଗୀ ବସତି ମିଶନର ଶୁଭାରମ୍ଭ କରିଥିଲେ । ସମୁଦାୟ ୧୯୭୩ ସହରାଞ୍ଚଳ ବସ୍ତିବାସିନ୍ଦାଙ୍କୁ ଏହି ପଟ୍ଟା ବଣ୍ଟନ କରିଥିଲେ । 

    ମଇ ୩୦
    ‘ସମବାୟ ଆପଣଙ୍କ ଦ୍ୱାରରେ’ ଶୁଭାରମ୍ଭ

    କୃଷକଙ୍କୁ ସଶକ୍ତ କରିବା ଏବଂ ସେମାନଙ୍କୁ ଚାଷ ସଂପର୍କରେ ସଚେତନ କରି ଋଣ ଯୋଗାଇ ଦେବା ଆଭିମୁଖ୍ୟ ନେଇ ମୁଖ୍ୟମନ୍ତ୍ରୀ ‘ସମବାୟ ଆପଣଙ୍କ ଦ୍ୱାରରେ’ ଶୁଭାରମ୍ଭ କରିଥିଲେ । ଚାଷୀମାନଙ୍କ ଉପôାଦିତ ସାମଗ୍ରୀ ବିକି୍ର ପାଇଁ ଇ-ନିଲାମ ବ୍ୟବସ୍ଥା କରାଯାଇଛି । 

    ଜୁନ ୧
    ଗୋପବନ୍ଧୁ ସ୍ୱାସ୍ଥ୍ୟ ବୀମା ଯୋଜନା ଲାଗୁ

    ଜୁନ ପହିଲାରୁ ଆରମ୍ଭ ହୋଇଥିଲା ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନା । କର୍ମଜୀବୀ ସାମ୍ବାଦିକଙ୍କ ସମେତ ତାଙ୍କ ପରିବାରର ୫ଜଣଙ୍କ ଲାଗି ଏହି ଯୋଜନା ଲାଗୁ ହୋଇଥିଲା । ୨ଲକ୍ଷ ଟଙ୍କା ଏହି ଯୋଜନାରେ ସହାୟତା ପାଇବା ଲାଗି ଧାର୍ଯ୍ୟ ହୋଇଥିଲା । 

    ଜୁନ ୭
    ସାମ୍ବାଦିକଙ୍କ କଲ୍ୟାଣ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

    ଗୋପବନ୍ଧୁ ସାମ୍ବାଦିକ ସ୍ୱାସ୍ଥ୍ୟବୀମା ଯୋଜନା ଘୋଷଣା ପରେ ରାଜ୍ୟରେ କାର୍ଯ୍ୟରତ ସାମ୍ବାଦିକଙ୍କ ପାଇଁ ମୃତୁ୍ୟକାଳୀନ ସହାୟତା ଘୋଷଣା କରିଥିଲେ । କାର୍ଯ୍ୟରତ ସାମ୍ବାଦିକଙ୍କ ମୃତୁ୍ୟ ହେଲେ ୪ଲକ୍ଷ ଟଙ୍କାର ମୃତୁ୍ୟକାଳୀନ ସହାୟତା ପ୍ରଦାନ କରାଯିବ । ୨୫ଲକ୍ଷ ଟଙ୍କାର ଗୃହ ଋଣ, ୪ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଚାରିଚକିଆ ଯାନ ଓ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଦୁଇ ଚକିଆ ଯାନ କିଣିଲେ ୩ ପ୍ରତିଶତ ସୁଧ ଛାଡ଼ କରାଯିବ ବୋଲି ଘୋଷଣା କରାଇଥିଲା । 

    ଜୁନ ୧୨
    ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ଘୋଷଣା

    ରାଜ୍ୟ ସରକାରଙ୍କ ସୁସ୍ଥ ଓଡ଼ିଶା ଓ ସୁଖୀ ଓଡ଼ିଶା ଗଠନ ମିଶନକୁ ସଫଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଗଷ୍ଟ ୧୫ରୁ ବିଜୁ ସ୍ୱାସ୍ଥ୍ୟ ଯୋଜନା କାର୍ଯ୍ୟକାରୀ କରାଯିବାକୁ ଘୋଷଣା କରିଥିଲେ । ରାଜ୍ୟର ୭୦ଲକ୍ଷ ପରିବାରର ସାଢେ଼ ତିନିକୋଟିରୁ ଊଦ୍ଧ୍ୱର୍ ଲୋକ ଏହି ଯୋଜନା ସୁଫଳ ପାଇପାରିବେ  । ସେହିପରି ପ୍ରସୂତି  ଏବଂ ଅସୁସ୍ଥ ଶିଶୁଙ୍କୁ ମେଡିକାଲ ଗସ୍ତ ଖର୍ଚ୍ଚ ଲାଗି ୫୦୦ ଟଙ୍କା ସହାୟତା ରାଶି ଘୋଷଣା କରିଥିଲେ । ପ୍ରତି ପରିବାରକୁ ବାର୍ଷିକ ୫ଲକ୍ଷ ଟଙ୍କା ପର୍ଯ୍ୟନ୍ତ ମାଗଣା ସ୍ୱାସ୍ଥ୍ୟ ସୁରକ୍ଷା ସହାୟତା ଯୋଗାଇ ଦିଆଯିବ ବୋଲି ଘୋଷଣା କରିଥିଲେ । 

    ଜୁନ ୨୦
    ସର୍ବକ୍ଷମା ଯୋଜନା ଘୋଷଣା

    ରାଜ୍ୟର ସମସ୍ତ ସହରାଞ୍ଚଳରେ ଅଣଅନୁମୋଦିତ ନିର୍ମାଣକୁ ନିୟମିତ କରିବାକୁ ରାଜ୍ୟ ସରକାର ଘୋଷଣା କରିଥିଲେ ‘ସର୍ବକ୍ଷମା ଯୋଜନା’ । ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ଏହି ଯୋଜନା ଘୋଷଣା ହୋଇଥିଲା । ୯ଟି ଉନ୍ନୟନ କର୍ତ୍ତୃପକ୍ଷ ଅଂଚଳରେ ଏହି ଯୋଜନା ଲାଗୁ ହୋଇଥିଲା । ଯୋଜନାର ଅବଧି ୬ମାସ ଥିବା ବେଳେ ଆବେଦନର ୬୦ ଦିନରେ ଅନୁମତି ମିଳିବ ବୋଲି କୁହାଯାଇଥିଲା । ସ୍ୱାସ୍ଥ୍ୟସେବା କୋଠା ପାଇଁ କୋହଳ ମାପଦଣ୍ଡ ରଖାଯାଇଥିଲା । 


    ଜୁଲାଇ ୨୭
    ସତ୍ୟବାଦୀରେ ଓଡ଼ିଆ ବିଶ୍ୱବିଦ୍ୟାଳୟ

    ପୁରୀ ଜିଲ୍ଲା ସତ୍ୟବାଦୀରେ ପ୍ରତିଷ୍ଠା ହେବ ଓଡ଼ିଆ ବିଶ୍ୱବିଦ୍ୟାଳୟ । ଐତିହ୍ୟ କ୍ୟାବିନେଟର ପ୍ରଥମ ବୈଠକରେ ଏହି ବିଶ୍ୱବିଦ୍ୟାଳୟ ପାଇଁ ରାଜ୍ୟ ସରକାର ୨୫ ଏକର ଜମି ଯୋଗାଇଦେବାକୁ ନିଷ୍ପତ୍ତି ନେଇଛନ୍ତି । 

    ଜୁଲାଇ ୨୮
    ଗାନ୍ଧିଜୟନ୍ତୀରୁ ଖାଦ୍ୟ ସୁରକ୍ଷା ଯୋଜନା ଘୋଷଣା

    ରାଜ୍ୟରେ ଗରିବ ଶ୍ରେଣୀର ଲୋକଙ୍କୁ ଖାଦ୍ୟ ସୁରକ୍ଷା ଯୋଗାଇ ଦେବା ଲକ୍ଷ୍ୟରେ ସରକାର ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଗାନ୍ଧୀଜୟନ୍ତୀଠାରୁ ଏହି ଯୋଜନା କାର୍ଯ୍ୟକାରୀ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଥିଲେ । ଏହି ଯୋଜନାରେ ୩୪.୪୪ଲକ୍ଷ ହିତାଧିକାରୀ ଉପକୃତ ହେବେ ବୋଲି କୁହାଯାଇଥିଲା । 


    ଅଗଷ୍ଟ ୧୦
    ଆଶାକର୍ମୀଙ୍କ ସହାୟତା ରାଶି ବୃଦ୍ଧି

    ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଶାକର୍ମୀଙ୍କ ଭୂମିକାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଚ୍ଚ ପ୍ରଶଂସା କରିବା ସହ ସେମାନଙ୍କ ପାଇଁ ବିଭିନ୍ନ ସହାୟତା ରାଶି ବୃଦ୍ଧି କରିଛନ୍ତି । ପ୍ରତ୍ୟେକ ଆଶାକର୍ମୀଙ୍କୁ ଛତା, ଚପଲ, ଆଲମାରି, ସାଇକେଲ ଓ ଟର୍ଚ୍ଚ ଲାଇଟ ଆଦି କିଣିବା ପାଇଁ ରାଜ୍ୟ ସରକାର ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରିବେ । ସ୍ୱେଚ୍ଛାକୃତ ଅବସର ନେଉଥିବା ଆଶାକର୍ମୀଙ୍କ ସହାୟତା ରାଶି ୧୦ ହଜାରରୁ ୨୦ ହଜାରରକୁ ବୃଦ୍ଧି କରାଯାଇଥିଲା । 

    ସେପ୍ଟେମ୍ବର ୧
    ଭାରତୀୟ ଡାକର ବ୍ୟାଙ୍କ ସେବା ଆରମ୍ଭ

    ରାଜ୍ୟରେ ବିଧିବଦ୍ଧ ଭାବେ ଆରମ୍ଭ ହୋଇଥିବା ଡାକ ବିଭାଗର ଇଣ୍ଡିଆ ପୋଷ୍ଟ ପେମେଣ୍ଟସ ବ୍ୟାଙ୍କ । ରାଜ୍ୟର ପ୍ରତ୍ୟେକ ଜିଲ୍ଲା ସମେତ ୧୩୨ଟି ଉପ ଡାକଘରେ ବ୍ୟାଙ୍କ ସେବା ଉପଲବ୍ଧ ହୋଇଥିଲା । କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।

    ସେପ୍ଟେମ୍ବର ୩
    ଫକୀରମୋହନ ମେଡିକାଲ କଲେଜ ଲୋକାର୍ପଣ

    ବାଲେଶ୍ୱରରେ ଫକୀରମୋହନ ମେଡିକାଲ କଲେଜ ଓ ହସପିଟାଲକୁ ଲୋକାର୍ପଣ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ କହିଥିଲେ, ମୁଁ ଆଜି ବହୁତ ଖୁସି । ଏଥିପାଇଁ ଯେ ବାଲେଶ୍ୱର ଓ ଆଖପାଖ ଅଂଚଳବାସୀଙ୍କ ଦୀର୍ଘଦିନର ଉନ୍ନତ ସ୍ୱାସ୍ଥ୍ୟସେବା ସ୍ୱପ୍ନ ବାସ୍ତବ ରୂପ ନେଇଛି । ସ୍ୱାସ୍ଥ୍ୟ କ୍ଷେତ୍ରରେ ଓଡ଼ିଶାରେ ଏକ ନୂଆ ଯୁଗର ଆରମ୍ଭ ହୋଇଛି । 


    ସେପ୍ଟେମ୍ବର ୮
    ପାର୍ବତୀଗିରି ଉଠା ଜଳସେଚନ ପ୍ରକଳ୍ପ ଉଦଘାଟିତ

    ପାର୍ବତୀଗିରି ଉଠା ଜଳସେଚନ ପ୍ରକଳ୍ପ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟୟକଙ୍କ ଦ୍ୱାରା ଉଦଘାଟିତ ହୋଇଥିଲା । ଏହାଦ୍ୱାରା ୫୦ ହଜାର ହେକ୍ଟରରୁ ଅଧିକ ଜମିରେ ଜଳସେଚନର ସୁବିଧା ମିଳିପାରିବ ବୋଲି ଘୋଷଣା କରାଯାଇଥିଲା । ୨୦୧୯ ସୁଦ୍ଧା ଅଧିକ ୧୦ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇା ଦେବା ପାଇଁ ସେ ପ୍ରତିଶ୍ରୁତି ଦେଇଥିଲେ । 

    ଅକ୍ଟୋବର ୧
    ପ୍ଲାଷ୍ଟିକ ପଲିଥିନ ବ୍ୟାନ

    ରାଜରେ ଆଜିଠାରୁ ପଲିଥିନ ଓ ପ୍ଲାଷ୍ଟିକ ବ୍ୟାନ କରାଯାଇଥିଲା । ଭୁବନେଶ୍ୱର, କଟକ, ସମ୍ବଲପୁର, ବ୍ରହ୍ମପୁର, ପୁରୀ ଓ ରାଉରକେଲାରେ ଏହି ନିୟମ କଡ଼ାକଡ଼ି କରାଯାଇଥିଲା । ୫୦ ମାଇକ୍ରୋନରୁ କମ ମୋଟେଇ ଜରି , ୨୦୦ ମିଲି ପାଣି ବୋତଲ ବିକି୍ର ମନା ହୋଇଥିଲା । 

    ଅକ୍ଟୋବର ୨
    ଓଡ଼ିଶା ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଆରମ୍ଭ

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶା ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଆରମ୍ଭ କରିଥିଲେ । ମହାତ୍ମାଗାନ୍ଧିଙ୍କ ୧୫୦ତମ ଜୟନ୍ତୀ ଅବସରରେ ଏହି ଯୋଜନାର ଶୁଭାରମ୍ଭ ହୋଇଥିଲା । ଜଣେ ବି ଗରିବ ଲୋକଙ୍କୁ ଖାଦ୍ୟ ସୁରକ୍ଷା ଯୋଜନାରୁ ବଂଚିତ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ଏହି ଯୋଜନା ଦ୍ୱାରା ରାଜ୍ୟର ୨୫ଲକ୍ଷ ପରିବାର ଉପକୃତ ହେବେ ବୋଲି ଲକ୍ଷ ରଖାଯାଇଥିଲା । 

    ଅକ୍ଟୋବର ୬
    ନିର୍ମାଣ କୁସୁମ ଯୋଜନାର ଶୁଭାରମ୍ଭ

    ନିର୍ମାଣ ଶ୍ରମିକଙ୍କ ପିଲାମାନେ ଅର୍ଥ ଅଭାବରୁ ଆଉ ବୈଷୟିକ ଶିକ୍ଷା ଗ୍ରହଣ କରିବା ସୁଯୋଗରୁ ଯେପରି ବଂଚିତ ନହେଲେ ଏହି ଲକ୍ଷ୍ୟରେ ନିର୍ମାଣ କୁସୁମ ଯୋଜନାର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିସହିତ ନିର୍ମାଣ ଶ୍ରମିକଙ୍କ ଦୁର୍ଘଟଣାରେ ମୃତୁ୍ୟ ଘଟିଲେ ୪ଲକ୍ଷ ଟଙ୍କା ସହାୟତା ରାଶି, ସ୍ୱାଭାବିକ ମୃତୁ୍ୟ ହେଲେ ୨ଲକ୍ଷ ଟଙ୍କା ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ । 

    ନଭେମ୍ବର ୬
    ମୋ ବସ’ ଯୋଜନାର ଶୁଭାରମ୍ଭ

    ରାଜଧାନୀ ଭୁବନେଶ୍ୱରରେ ମୋ ବସ’ ଯୋଜନାର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମୁଖ୍ୟମନ୍ତ୍ରୀ ପ୍ରଥମ ଥର ଲାଗି ଟିକେଟ କାଟି ବସରେ ନବୀନ ନିବାସରୁ ସଚିବାଳୟ ଯାତ୍ରା କରିଥିଲେ । 

    ନଭେମ୍ବର ୧୧
    ମେକ ଇନ ଓଡ଼ିଶା କନକ୍ଲେଭ ଆରମ୍ଭ

    ଶିଳ୍ପ ମହାକୁମ୍ଭ ‘ମେକ ଇନ ଓଡ଼ିଶା କନକ୍ଲେଭ’ର ଆରମ୍ଭ ହୋଇଥିଲା । ଜନତା ମଇଦାନରେ ଏହି ପୁଂଜିନିବେଶକାରୀଙ୍କ ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଥିଲେ । ଏହି କନକ୍ଲେଭରେ ବିଶିଷ୍ଟ ଶିଳ୍ପପତି ମୁକେଶ ଅମ୍ବାନୀ, ଗୌତମ ଆଦାନୀ, କୁମାର ମଙ୍ଗଳମ ବିର୍ଲା, ନବୀନ ଜିନ୍ଦଲ, ସଜ୍ଜନ ଜିନ୍ଦଲ ପ୍ରମୁଖ ଯୋଗଦେଇଥିଲେ । 

    ଡିସେମ୍ବର ୩
    ‘ପିଠା’ ଯୋଜନା ଘୋଷଣା

    ସରକାରଙ୍କ ବିଭିନ୍ନ ଯୋଜନା ବିଷୟରେ ଜନସଚେତନତା ସୃଷ୍ଟି କରିବା ସହିତ ଯୋଜନାର ସୁଫଳ ଲୋକଙ୍କ ନିକଟରେ ପହଁଚାଇବା ପାଇଁ ମୁଖ୍ୟମନ୍ତ୍ରୀ ‘ପିଠା’ (ପିପୁଲ୍୍ସ୍ ଏମ୍ପାୱାରମେଣ୍ଟ ଏନେବ୍ଲିଙ୍ଗ ଟ୍ରାନ୍ସପରେନ୍ସି ଆଣ୍ଡ ଆକାଉଣ୍ଟେବିଲିଟି) ଯୋଜନା ଘୋଷଣା କରିଥିଲେ । 
    ସରକାରଙ୍କ ଥ୍ରୀ ଟି ଯୋଜନା (ଟେକ୍ନୋଲୋଜି, ସ୍ୱଚ୍ଛତା ଏବଂ ଟିମୱାର୍କ) ଅନୁଯାୟୀ ଏହା କାର୍ଯ୍ୟକାରୀ ହେବ । ପ୍ରତିମାସ ୧୫ରୁ ୨୦ ତାରିଖ ମଧ୍ୟରେ ଏହା କ୍ୟାମ୍ପ କରାଯାଇ ପ୍ରତି ପଂଚାୟତରେ ଯୋଜନା କାର୍ଯ୍ୟକାରୀ କରାଯିବ । 

    ଡିସେମ୍ବର ୧୨
    ଆଉ ୫ଲକ୍ଷଙ୍କୁ ମଧୁବାବୁ ପେନସନ

    ଡିସେମ୍ବର ୧୫ରୁ ରାଜ୍ୟରେ ୫ଲକ୍ଷ ନୂଆ ହିତାଧିକାରୀଙ୍କୁ ମଧୁବାବୁ ପେନସନ ଯୋଜନାରେ ସାମିଲ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । ସେହିପରି ମୁଖ୍ୟମନ୍ତ୍ରୀ କଳାକାର ଯୋଜନାରେ ୪୦ ହଜାର କଳାକାରଙ୍କୁ ମାସିକ ୧୨୦୦ ଟଙ୍କା ଲେଖାଏଁ ଭତ୍ତା ପ୍ରଦାନ କରାଯିବ ବୋଲି ଘୋଷଣା କରିଥିଲେ । ପ୍ରତିମାସ ୧୫ରୁ ୨୦ ତାରିଖରେ କ୍ୟାମ୍ପ କରାଯାଇ ଏହି ହିତାଧିକାରୀ ଚୟନ କରାଯିବ ବୋଲି ନିଦେ୍ର୍ଧଶ ଦେଇଥିଲେ । 

    ଡିସେମ୍ବର ୨୧
    ଚାଷୀଙ୍କ ପାଇ ‘କାଳିଆ

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ପ୍ରାୟ ୯୨ ପ୍ରତିଶତ ଚାଷୀ ଓ ସମସ୍ତ ଭୂମିହୀନ କୃଷି ଶ୍ରମିକଙ୍କ ପାଇଁ ‘କାଳିଆ’ ନାମକ ଏକ ସ୍ୱତନ୍ତ୍ର ଯୋଜନା ଘୋଷଣ କରିଥିଲେ । ଏହି ଯୋଜନା ଦ୍ୱାରା ତିନିବର୍ଷରେ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ କରାାଯିବ । ରାଜ୍ୟରେ ୩୦ଲକ୍ଷରୁ ଅଧିକ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏହି କାର୍ଯ୍ୟକ୍ରମ ଦ୍ୱାରା ଉପକୃତ ହେବେ । ଚାଷୀଙ୍କ ପରିବାରକୁ ଉଭୟ ଖରିଫ ଓ ରବି ପାଇଁ ୫ ହଜାର ଲେଖାଏଁ ୧୦ ହଜାର ଟଙ୍କା ସହାୟତା ପ୍ରଦାନ କରାଯିବ । 

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook