Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ବିଶେଷ

ମୁଖ୍ୟ ଖବର

    ସ୍ମୃତିରେ ୨୦୧୮ ରାଜନୀତି

    Share on :
    Date: Dec 31, 2018    Views: 119

    ଜାନୁଆରୀ ୧୧

    ବିଜେଡି ଛାଡ଼ିଲେ ରମାରଞ୍ଜନ
    ସତ୍ୟବାଦୀର ପୂର୍ବତନ ବିଧାୟକ ରମାରଂଜନ ବଳିଆରସିଂହ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ଶ୍ରୀ ବଳିଆରସିଂହ ୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ ସ୍ୱାଧୀନ ସଦସ୍ୟ ଭାବେ ସତ୍ୟବାଦୀରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ ହେଁ ବିଜେଡିକୁ ନିସର୍ତ ସମର୍ଥନ ଦେଇଥିଲେ । 

    ଜାନୁଆରୀ ୨୧
    ‘ଆଦର୍ଶ ମୁଖ୍ୟମନ୍ତ୍ରୀ’ ନବୀନ ପଟ୍ଟନାୟକ

    ପୁନେର କାଥରୁଡ଼ସ୍ଥିତ ମହାରାଷ୍ଟ୍ର ବୈଷୟିିକ ପ୍ରତିଷ୍ଠାନ (ଏମଆଇଟି) ବିଶ୍ୱଶାନ୍ତି ବିଶ୍ୱବିଦ୍ୟାଳୟ ପରିସରରେ ଭାରତୀୟ ଛାତ୍ର ସଂସଦ ଫାଉଣ୍ଡେସନ ପକ୍ଷରୁ ‘ଆଦର୍ଶ ମୁଖ୍ୟମନ୍ତ୍ରୀ’ ପୁରସ୍କାର ହାସଲ କରିଥିଲେ । ନବୀନ ପଟ୍ଟନାୟକ ନିଜର ୨୦ବର୍ଷର ରାଜନୈତିକ ଜୀବନର ଅଭିଜ୍ଞତାକୁା ପାଥେୟ କରି କହିଥିଲେ ଯେ, ମୁଁ ଏବେବି ରାଜନୀତିରେ ନବାଗତ, କିନ୍ତୁ ରାଜନୀତି ଏତେ ଜଟିଳ ନୁହେଁ, ଲୋକଙ୍କ ଜୀବନରେ ପରିବର୍ତନ ଆଣିବା ପାଇଁ ଏକ ବଳିଷ୍ଠ ମାାଧ୍ୟମ । ମହାତ୍ମାଗାନ୍ଧି ଓ ମାର୍ଟିନ ଲୁଥରଙ୍କ କିଙ୍ଗଙ୍କ ଦର୍ଶନ ଓ ଆଦର୍ଶ ମୋ ରାଜନୀତି ଜୀବନର ପଥ ପ୍ରଦର୍ଶକ ବୋଲି କହିଥିଲେ । 


    ଜାନୁଆରୀ ୨୨
    ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀଙ୍କୁ ଭବ୍ୟ ସମ୍ବର୍ଦ୍ଧନା

    ଭାରତୀୟ ଛାତ୍ର ଫାଉଣ୍ଡେସନ ପକ୍ଷରୁ ପୁନେଠାରେ ‘ଆଦର୍ଶ ମୁଖ୍ୟମନ୍ତ୍ରୀ’ ପୁରସ୍କାର ଗ୍ରହଣ କରିବା ପରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭୁବନେଶ୍ୱର ବିମାନବନ୍ଦରରେ ଭବ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା । ସମ୍ବର୍ଦ୍ଧନା ଉତରରେ ମୁଖ୍ୟମନ୍ତ୍ରୀ କହିଥିଲେ ‘ଆପଣମାନଙ୍କ ଏହି ଆଦର ଓ ଭଲପାଇବା ମୋତେ ଋଣୀ କରିଛି’ । ‘ଆଦର୍ଶ ମୁଖ୍ୟମନ୍ତ୍ରୀ’ ସମ୍ମାନକୁ ସେ ରାଜ୍ୟବାସୀଙ୍କୁ ଉତ୍ସର୍ଗ କରିଥିଲେ । 

    ଜାନୁଆରୀ ୨୪
    ବୈଜୟନ୍ତ ନିଲମ୍ବିତ 

    କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ବିଜୁ ଜନତା ଦଳର ପ୍ରାଥମିକ ସଦସ୍ୟ ପଦରୁ ନିଲମ୍ବିତ କରାଯାଇଥିଲା । ଦଳ ବିରୋଧୀ କାର୍ଯ୍ୟ ଯୋଗୁ ତାଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଥିଲା । ଏକ ସାମ୍ବାଦିକ ସମ୍ମ୍ିଳନୀରେ ବିଜେଡି ଉପସଭାପତି ସୂର୍ଯ୍ୟନାରାୟଣ ପାତ୍ର ଘୋଷଣା କରିଥିଲେ । ଶ୍ରୀ ପାତ୍ର କହିଥିଲେ ଯେ, ଲୋକସଭାରେ ଫାଇନାନ୍ସ କମିଟିର ଅଧ୍ୟକ୍ଷ ହେବା ମସୁଧାରେ ସଫଳ ନହେବାରୁ ବୈଜୟନ୍ତ ବିଭିନ୍ନ ଫୋରମରେ ଦଳ ବିରୋଧରେ ପ୍ରଚାର କରୁଥିଲେ । ତେବେ ଏହି କାର୍ଯ୍ୟାନୁଷ୍ଠାନ ନେଇ ବୈଜୟନ୍ତ ଚକିତ ଓ ମର୍ମାହତ ବୋଲି କହିଥିଲେ । 

    ଜାନୁଆରୀ ୨୮
    ବିଜେପୁର ଉପନିର୍ବାଚନ ପାଇଁ ନବୀନ ନିବାସରେ ବୈଠକ । ରୀତା ସାହୁ ଫେବୃଆରୀ ୫ ତାରିଖରେ ବିଜେଡି ପ୍ରାର୍ଥୀ ଭାବେ ନାମାଙ୍କନ ପତ୍ର ଦାଖଲ କରିବାକୁ ନିଷ୍ପତି ନିଆଯାଇଥିଲା । ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ରୀତା ସାହୁ ନାମାଙ୍କନ ପତ୍ର ଦାଖଲ କରିବାକୁ ନିଷ୍ପତି ନିଆଯାଇଥିଲା । 
    ସେହିପରି ବିଜେପିରୁ ଅଶୋକ ପାଣିଗ୍ରାହୀ ପ୍ରାର୍ଥୀ କରାଯିବାକୁ ବୈଠକରେ ନିଷ୍ପତି ନିଆଯାଇଥିଲା । 

    ଜାନୁଆରୀ ୩୦
    ବିଜେପୁର ଉପନିର୍ବାଚନ ପାଇଁ ବିଜ୍ଞପ୍ତି ଜାରି

    ବିଜେପୁର ଉପନିର୍ବାଚନ ପାଇଁ ନିର୍ବାଚନ ଆୟୋଗଙ୍କ ଦ୍ୱାରା ବିଜ୍ଞପ୍ତି ଜାରି ହୋଇଥିଲା । ଫେବୃୟାରୀ ୨୪ତାରିଖ ବିଜେପୁର ଉପନିର୍ବାଚନ ପାଇଁ ୬ ତାରିଖରେ ନାମାଙ୍କନ ପତ୍ର ଦାଖଲ ଓ ୭ରେ ପ୍ରାର୍ଥୀପତ୍ର ଯାଂଚ ପାଇଁ ଦିନ ଧାର୍ଯ୍ୟ ହୋଇଥିଲା । ୨୮ରେ ଭୋଟ ଗଣତି ଓ ଫଳ ପ୍ରକାଶ ପାଇଥିଲା । 


    ଫେବୃଆରୀ ୧୨
    ବିଜେପିରେ ମିଶିଲେ ଅଭିନେତ୍ରୀ ମହେଶ୍ୱତା ରାୟ

    ବିଜେପିରେ ଯୋଗଦେଇଥିଲେ ଅଭିନେତ୍ରୀ ମହେଶ୍ୱତା ରାୟ । ମହେଶ୍ୱତା ବିଜେପିରେ ମିଶିବା ପରେ ବିଜେପୁର ଉପନିର୍ବାଚନ ପାଇଁ ପ୍ରଥମେ ପ୍ରଚାରରେ ଯାଇଥିଲେ । 

    ଫେବୃଆରୀ ୧୪
    ମେୟର କେ ମାଧବୀଙ୍କ ସଭ୍ୟ ପଦ ରଦ୍ଧ, ଯୋଗେଶଙ୍କୁ ସୁପି୍ରମକୋର୍ଟଙ୍କ ଆଶ୍ୱସ୍ତି

    ବ୍ରହ୍ମପୁର ମେୟର କେ ମାଧବୀଙ୍କ କର୍ପୋରେଟର ପଦକୁ ଜିଲ୍ଲା ଜଜ୍କୋର୍ଟ ଅସିଦ୍ଧ ଘୋଷଣା କରିଥିଲେ । ମାଧବୀଙ୍କ ଦୁଇଟି ସ୍ୱାମୀ ଓ ତାଙ୍କର ଦୁଇଟି ନାଁ ଥିବା ଦର୍ଶାଇା କୋର୍ଟ ତାଙ୍କର ସଭ୍ୟପଦ ରଦ୍ଧ କରିଥିଲେ । ଅପରପକ୍ଷରେ ସୁନ୍ଦରଗଡ଼ ବିଧାୟକ ଯୋଗେଶ ସିଂହଙ୍କୁ ସୁପି୍ରମକୋର୍ଟ ଆଶ୍ୱସ୍ତି ପ୍ରଦାନ କରିଥିଲେ । ହାଇକୋର୍ଟଙ୍କ ରାୟ ଉପରେ ରହିତାଦେଶ ଦେଇ ସୁପି୍ରମକୋର୍ଟ ଯୋଗେଶଙ୍କ ବିଧାୟକ ଭଳି କାର୍ଯ୍ୟ କରିବାକୁ ନିଦେ୍ର୍ଧଶ ଦେଇଥିଲେ । 

    ଫେବୃଆରୀ ୧୪
    ମୋଦିଙ୍କୁ ଭେଟି ନବୀନ ଦେଲେ ‘ଦି ଟଲ ମ୍ୟାନ’ ପୁସ୍ତକ

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଧାନମନ୍ତ୍ରୀ ମୋଦିଙ୍କୁ ସାକ୍ଷାତ କରି ପୁସ୍ତକ ‘ଦି ଟଲ ମ୍ୟାନ’ ଉପହାର ସ୍ୱରୂପ ପ୍ରଦାନ କରିଥିଲେ । ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପ୍ରାୟ ୫୫ ମିନିଟ୍ ରହିଥିଲେ ନବୀନ । ତେବେ ଏହା ସୌଜନ୍ୟମୂଳକ ସାକ୍ଷାତ ଥିଲା ବୋଲି କହିଥିଲେ ।

    ଫେବୃଆରୀ ୨୩
    ବିଜେପୁର ନିର୍ବାଚନ ନେଇ ଗୁଳିମାଡ଼

    ବିଜେପୁର ଉପନିର୍ବାଚନ ଠିକ ପୂର୍ବଦିନ ରାତିରେ ଘଟିଥିଲା ଗୁଳିକାଣ୍ଡ । ଏଥିରେ ମନ୍ତ୍ରୀ ସୁଶାନ୍ତ ସିଂହ ଭାଇ ସୁବ୍ରତ ସିଂହଙ୍କ ସମେତ ୪ଜଣ ଗୁରୁତର ହୋଇଥିଲେ । ପୁଲିସ ୩ଜଣଙ୍କୁ ଗିରଫ କରିଥିଲା । 

    ଫେବୃଆରୀ ୨୮
    ବିଜେପୁର ଉପନିର୍ବାଚନରେ ବିଜେଡିର ବିଶାଳ ବିଜୟ

    ସମସ୍ତ କଳ୍ପନା ଜଳ୍ପନାର ଅବସାନ ଘଟାଇ ବିଜେପୁର ଉପନିର୍ବାଚନରେ ବିଜେଡି ବାଜିମାତ କରିଥିଲା । ପରଲୋକଗତ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ବିଜେପିର ଅଶୋକ ପାଣିଗ୍ରାହୀଙ୍କୁ ୪୧,୯୩୩ ଭୋଟରେ ପରାସ୍ତ କରିଥିଲେ । ରୀତା ସାହୁ ୧,୦୨,୮୭୧ ଭୋଟ ପାଇଥିବା ବେଳେ ଅଶୋକ ପାଣିଗ୍ରାହୀ ୬୦,୮୭୧ ଭୋଟ ଓ ତୃତୀୟରେ କଂଗ୍ରେସ ପ୍ରାର୍ଥୀ ପ୍ରଣୟ କୁମାର ସାହୁ ୧୦୨୭୪ ଖଣ୍ଡ ଭୋଟ ପାଇଥିଲେ । ନୋଟାରେ ପଡ଼ିଥିଲା ୧୬୮୪ ଖଣ୍ଡ ଭୋଟ । 

    ପିସିସି ସଭାପତି ପ୍ରସାଦ ହରିଚନ୍ଦନଙ୍କ ଇସ୍ତପା
    ବିଜେପୁର ଉପନିର୍ବାଚନରେ କଂଗ୍ରେସର ନୈରାଶ୍ୟଜନକ ଫଳାଫଳ ନେଇ ପିସିସି ସଭାପତି ପ୍ରସାଦ ହରିଚନ୍ଦନ ନୈତିକତା ଦୃଷ୍ଟିରୁ ପଦରୁ ଇସ୍ତଫା ଦେଇଥିଲେ । ତାଙ୍କର ଇସ୍ତଫା ପତ୍ରକୁ ଏଆଇସିସି ଅଧ୍ୟକ୍ଷ ରାହୁଳ ଗାନ୍ଧିଙ୍କ ନିକଟକୁ ପଠାଇଦେଇଥିଲେ । 

    ମାର୍ଚ୍ଚ ୩
    ବିଜେଡିରେ ମିଶିଲେ ସୌମ୍ୟ, ଅଚୁ୍ୟତ: ରାଜ୍ୟସଭା ପ୍ରାର୍ଥୀ ଘୋଷଣା

    ରାଜ୍ୟ ସଭାରେ ଖାଲି ହେଉଥିବା ଓଡ଼ିଶାର ୩ଟି ଆସନ ପାଇଁ ବିଜେଡି ପ୍ରାର୍ଥୀ ତାଲିକା ଘୋଷଣା କରିଥିଲା । ବିଜେଡିରେ ଯୋଗଦେଇଥିଲେ ପୂର୍ବତନ ସାଂସଦ ସୌମ୍ୟରଂଜନ ପଟ୍ଟନାୟକ ଓ କିଟ ଓ କିସ୍ର ପ୍ରତିଷ୍ଠାତା ଅଚୁ୍ୟତ ସାମନ୍ତ । ଏହି ଦୁଇ ନେତାଙ୍କୁ ରାଜ୍ୟସଭା ପ୍ରାର୍ଥୀ ରୂପେ ଘୋଷଣା କରାଯାଇଥିଲା । ଏତଦବ୍ୟତୀତ ବିଜେଡିର ମୁଖପାତ୍ର ପ୍ରଶାନ୍ତ ନନ୍ଦଙ୍କୁ ମଧ୍ୟ ବିଜେଡି ରାଜ୍ୟସଭା ପ୍ରାର୍ଥୀ ରୂପେ ଘୋଷଣା କରିଥିଲା । 
    ମଧ୍ୟପ୍ରଦେଶରୁ ଧର୍ମେନ୍ଦ୍ର ପ୍ରଧାନ 
    ମଧ୍ୟପ୍ରଦେଶରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବିଜେପି ରାଜ୍ୟସଭା ପ୍ରାର୍ଥୀ ରୂପେ ଘୋଷଣା କରିଥିଲା । ସେହିପରି ଅରୁଣ ଜେଟଲୀଙ୍କୁ ଉତ୍ତରପ୍ରଦେଶରୁ ରାଜ୍ୟସଭା ପ୍ରାର୍ଥୀ ଭାବେ ଘୋଷଣା କରାଯାଇଥିଲା । 

    ମାର୍ଚ୍ଚ ୨୧
    ଶପଥ ନେଲେ ରାଜ୍ୟପାଳ

    ବିହାର ରାଜ୍ୟପାଳ ସତ୍ୟପାଲ ମଲ୍ଲିକ ଓଡ଼ିଶାର ରାଜ୍ୟପାଳ ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଥିଲେ । ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଭୀନିତ ଶରଣ ଶ୍ରୀ ମଲ୍ଲିକଙ୍କୁ ଶପଥପାଠ କରାଇଥିଲେ । 

    ମାର୍ଚ୍ଚ ୨୬
    ବିଜେଡି ନେତାଙ୍କୁ ଗୁଳିକରି ହତ୍ୟା

    ଢେ଼ଙ୍କାନାଳ ଜିଲ୍ଲା ଯୁବ ବିଜେଡି ସଭାପତି ଯଶୋବନ୍ତ ପରିଡ଼ାଙ୍କୁ ୪ଜଣ ଦୁର୍ବୃତ କାମାକ୍ଷାନଗର ବଜାରରେ ଗୁଳିକରି ହତ୍ୟା କରିଥିଲେ । 

    ମାର୍ଚ୍ଚ ୨୯
    କଂଗ୍ରେସରୁ ଇସ୍ତଫା ଦେଲେ ଚନ୍ଦ୍ରଶେଖର ସାହୁ, ବିକ୍ରମ ପଣ୍ଡା

    କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଚନ୍ଦ୍ରଶେଖର ସାହୁ, ଜିଲ୍ଲା କଂଗ୍ରେସ ସଭାପତି ଭଗବାନ ଗନ୍ତାୟତ, ପିସିସି ସାଧାରଣ ସଂପାଦକ ତଥା ଯୁବନେତା ବିକ୍ରମ ପଣ୍ଡା କଂଗ୍ରେସରୁ ଇସ୍ତଫା ଦେଇଥିଲେ । 

    ମାର୍ଚ୍ଚ ୩୦
    କଂଗ୍ରେସ ରାଜ୍ୟ ପ୍ରଭାରୀ ବଦଳିଲେ

    ଓଡ଼ିଶା କଂଗ୍ରେସର ପ୍ରଭାରୀ ଥିବା ବି.କେ. ହରିପ୍ରସାଦଙ୍କୁ ହଟାଇ ଅଖିଳ ଭାରତୀୟ କଂଗ୍ରେସ କମିଟି ପକ୍ଷରୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଯୁବନେତା ଜିତେନ୍ଦ୍ର ସିଂଙ୍କୁ ଓଡ଼ିଶା ପ୍ରଭାରୀ ଦାୟିତ୍ୱ ଦେଇଥିଲେ । 

    ଏପି୍ରଲ ୧୯
    ନିରଞ୍ଜନଙ୍କୁ ପିସିସି ସଭାପତି ଦାୟିତ୍ୱ

    କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧି ପିସିସି ସଭାପତି ଭାବେ ନିରଞ୍ଜନ ପଟ୍ଟନାୟକଙ୍କୁ ଦାୟିତ୍ୱ ଦେଇଥିଲେ । ଏଥିସହିତ କଂଗ୍ରେସ ସଂଗଠନରେ ଏକ ବଡ଼ ଧରଣର ଅଦଳବଦଳ ହୋଇଥିଲା । ନିର୍ବାଚନକୁ ଆଖିଆଗରେ ରଖି ଏହି ଟିମ ଗଠନ ହୋଇଥିଲା । କଂଗ୍ରେସର ବରିଷ୍ଠ ୩ ନେତା ପ୍ରଦୀପ ମାଝୀ, ନବ ଦାସ ଓ ଚିରଞ୍ଜବୀ ବିଶ୍ୱାଳଙ୍କୁ ପିସିସି କାର୍ଯ୍ୟକାରିତା ସଭାପତି, ପୂର୍ବତନ କେନ୍ଦ୍ରମନ୍ତ୍ରୀ ଭକ୍ତଚରଣ ଦାସଙ୍କୁ ପ୍ରଚାର କମିଟି ଅଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଥିଲା । 

    ମଇ ୧୬
    ମହାନଦୀ ମହାସଂଗ୍ରାମ ଆରମ୍ଭ

    ଝାରସୁଗୁଡ଼ା ଜିଲ୍ଲା ସୁଖାସୋଢ଼ା ଓ ବରଗଡ଼ ଜିଲ୍ଲା ଚିଖିଲିରୁ ଦ୍ୱିତୀୟ ପର୍ଯ୍ୟାୟ ମହାନଦୀ ମହାସଂଗ୍ରାମ ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ମହାନଦୀର ପାଣି ଓଡ଼ିଶାବାସୀଙ୍କ ହକ । ଏହି ହକ ପାଇଁ କାହା ସହିତ ସାଲିସ କରାଯିବ ନାହିଁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ରାଜ୍ୟବାସୀଙ୍କ ହକ ପାଇଁ ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଲଢେ଼ଇ ଜାରି ରହିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିଲେ । 

    ମଇ ୨୫
    ଗଣେଶୀ ଲାଲ ଓଡ଼ିଶାର ନୂଆ ରାଜ୍ୟପାଳ

    ଓଡ଼ିଶାର ନୂତନ ରାଜ୍ୟପାଳ ଭାବେ ନିଯୁକ୍ତି ପାଇଥିଲେ ପ୍ରଫେସର ଗଣେଶୀଲାଲ  । ସେ ହରିଆଣା ବିଜେପିର ଜଣେ ବରିଷ୍ଠ ନେତା ଓ ଦଳୀୟ ଶୃଙ୍ଖଳା କମିଟିର ଅଧ୍ୟକ୍ଷ ଥିଲେ । 

    ମଇ ୨୬
    ପ୍ରଧାନମନ୍ତ୍ରୀ ମୋଦିଙ୍କ କଟକ ଗସ୍ତ

    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କଟକ ବାଲିଯାତ୍ରା ପଡ଼ିଆରେ ଏକ ଜନକଲ୍ୟାଣ ସମାବେଶରେ ଉଦବୋଧନ ଦେଇଥିଲେ । ଏନଡିଏ ସରକାରର ୪ବର୍ଷ ପୂର୍ତି ଅବସରରେ ଏହି ସମାବେଶ ଆୟୋଜିତ ହୋଇଥିଲା । 

    ମଇ ୨୮
    ବିଜେଡି ଛାଡ଼ିଲେ ବୈଜୟନ୍ତ

    ବିଜୁ ଜନତା ଦଳରୁ ସବୁ ସଂପର୍କ ତୁଟାଇ ଦେଇଥିଲେ କେନ୍ଦ୍ରାପଡ଼ା ସାଂସଦ ବୈଜୟନ୍ତ ପଣ୍ଡା । ଦଳରୁ ନିଲମ୍ବନ ହେବାର ୪ମାସ ପରେ ସେ ଦଳରୁ ଇସ୍ତଫା ଦେଇଥିଲେ । ବିଜେଡିରେ ସେ ଅଦରକାରୀ ବୋଲି ବିଜେଡି ଓ ଦଳର ସଭାପତି ସ୍ପଷ୍ଟ କରିବା ପରେ ସେ ଦଳଠାରୁ ଦୂରେଇଯାଇଥିବା କହିଥିଲେ । 

    ଜୁନ ୧୨
    ସାଂସଦ ପଦରୁ ବୈଜୟନ୍ତଙ୍କ ଇସ୍ତଫା

    ବିଜୁ ଜନତା ଦଳରୁ ଇସ୍ତଫା ଦେବା ପରେ ସାଂସଦ ବୈଜୟନ୍ତ ପଣ୍ଡା ରାଜ୍ୟସଭା ସାଂସଦ ପଦରୁ ଇସ୍ତଫା ଦେଇଥିଲେ । 

    ଜୁନ ୨୬
    ଏକକାଳୀନ ନିର୍ବାଚନକୁ ନବୀନଙ୍କ ହଁ

    ସମ୍ବଳର ଉପଯୁକ୍ତ ଉପଯୋଗ ଏବଂ ବ୍ୟୟ ହ୍ରାସକୁ ଲକ୍ଷ୍ୟ ରଖି ଏକ ସମୟରେ ବିଧାନସଭା ଓ ଲୋକସଭା ନିର୍ବାଚନ କରିବା ଲାଗି ପ୍ରଧାନମନ୍ତ୍ରୀଙ୍କ ପ୍ରସ୍ତାବକୁ ବିଜୁ ଜନତା ଦଳର ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମର୍ଥନ ଜଣାଇଥିଲେ । ସେ କହିଥିଲେ ଯେ ଗଣତନ୍ତ୍ରରେ ନିର୍ବାଚନ ନିହାତି ଆବଶ୍ୟକ । ଆମେ ଲୋକଙ୍କ ପାଇଁ କାମ କରିବାକୁ ନିର୍ବାଚିତ ହୋଇ ଆସିଛୁ । ତେବେ ବର୍ଷତମାମ ନିର୍ବାଚନ ଚାଲିବା ଫଳରେ କାର୍ଯ୍ୟଧାରା ପ୍ରଭାବିତ ହେଉଛି । ଏହାକୁ ଗୁରୁତ୍ୱ ଦେଇ ପ୍ରଧାନମନ୍ତ୍ରୀଙ୍କ ଏକକାଳୀନ ନିର୍ବାଚନ ପ୍ରସ୍ତାବକୁ ଆମେ ସମର୍ଥନ ଜଣାଉଛୁ । 

    ଜୁଲାଇ ୧୪
    ଓଡ଼ିଶାରୁ ସୋନାଲ, ରଘୁନାଥ ରାଜ୍ୟସଭାକୁ ମନୋନୀତ

    ରାଷ୍ଟ୍ରପତି ରାମନାଥ କୋବିନ୍ଦ ୪ ପ୍ରତିଭାଧରଙ୍କୁ ରାଜ୍ୟସଭାକୁ ମନୋନୀତ କରିଥିଲେ । ସେମାନଙ୍କ ମଧ୍ୟରେ ଓଡ଼ିଶାର ଆନ୍ତର୍ଜାତୀୟ ଖ୍ୟାତସଂପନ୍ନ ବିଶିଷ୍ଟ ଓଡ଼ିଶୀ ନୃତ୍ୟାଙ୍ଗନା ସୋନାଲ ମାନସିଂହ ଓ ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମବିଭୂଷଣ ରଘୁନାଥ ମହାପାତ୍ର । ରାଷ୍ଟ୍ରପତିଙ୍କ ଦ୍ୱାରା ଓଡ଼ିଶାରୁ କେହି ରାଜ୍ୟସଭାକୁ ମନୋନୀତ ହେବା ଏକ ପ୍ରଥମ ଘଟଣା । 

    ଅଗଷ୍ଟ ୭
    କରୁଣାନିଧିଙ୍କ ପରଲୋକ

    ତାମିଲନାଡ଼ୁର ଦ୍ରାବିଡ଼ ରାଜନୀତିରେ ଏକ ଯୁଗର ଅବସାନ ଘଟିଥିଲା । ଦ୍ରାବିଡ଼ ମୁନେତ୍ରା କାଝାଗାମ (ଡିଏମକେ)ର ପ୍ରତିଷ୍ଠାତା, ତାମିଲନାଡ଼ୁର ୫ଥର ମୁଖ୍ୟମନ୍ତ୍ରୀ, ରାଜନେତା, କବି, ବିଶିଷ୍ଟ ଲେଖକ କରୁଣାନିଧିଙ୍କ ପରଲୋକ ହୋଇଥିଲା । ମୃତୁ୍ୟବେଳକୁ ତାଙ୍କୁ ୯୪ବର୍ଷ ବୟସ ହୋଇଥିଲା । ସେ ଦୀର୍ଘ ୭ଦଶନ୍ଧି ଧରି ସମଗ୍ର ତାମିଲନାଡ଼ୁକୁ ଆଚ୍ଛାଦିତ କରିରଖିଥିଲେ । 

    ଅଗଷ୍ଟ ୮
    ଏନଡିଏକୁ ବିଜେଡିର ସମର୍ଥନ

    ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନରେ ଏନଡିଏକୁ ବିଜେଡି ସମର୍ଥନ କରିଥିଲା । ଏନଡିଏ ପକ୍ଷରୁ ପ୍ରାର୍ଥୀ ହୋଇଥିବା ଜେଡିୟୁ ସାଂସଦ ହରିବଂଶ ନାରାୟଣ ସିଂହଙ୍କୁ ବିଜେଡି ସମର୍ଥନ କରିବ ବୋଲି ନବୀନ ଘୋଷଣାା କରିଥିଲେ । ପୂର୍ବରୁ ଏଆଇଏଡିଏମକେ ଓ ଟିଆରଏସଏ ଏନଡିଏକୁ ସମର୍ଥନ କରିଥିଲା । ଏଥିରେ ହରିବଂଶ ନାରାୟଣ ସିଂହ ନିର୍ବାଚିତ ହୋଇଥିଲେ । 

    ଅଗଷ୍ଟ ୧୩
    ଆରପାରିରେ ସୋମନାଥ ଚାଟାର୍ଜୀ

    ବର୍ଷୀୟାନ ବାମପନ୍ଥୀ ନେତା ତଥା ପୂର୍ବତନ ଲୋକସଭା ବାଚସ୍ପତି ସୋମନାଥ ଚାଟାର୍ଜୀଙ୍କ ୮୯ବର୍ଷର୍ ବୟସରେ ପରଲୋକ ହୋଇଥିଲା । ବୃକକ ଜନୀତ ରୋଗରେ ପୀଡ଼ିତ ହୋଇ ସେମାନ ମୃତୁ୍ୟବରଣ କରିଥିଲେ । କ୍ରମାଗତ ୯ ଥର ସେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । ତାଙ୍କର ମରଶରୀରକୁ ମେଡିକାଲ କଲେଜକୁ ଦାନ କରିଥିଲେ । 

    ଅଗଷ୍ଟ ୧୬
    ଅଟଳ ଯୁଗର ଅବସାନ

    ଭାରତୀୟ ରାଜନୀତିର ଭୀଷ୍ମ ପିତାମହ, ଅଜାତଶତ୍ରୁ, ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ଦେହାନ୍ତ ହୋଇଥିଲା । ୯୩ବର୍ଷ ବୟସରେ ବାଜପେୟୀ ଇହଲୀଳା ସମ୍ବରଣ କରିଥିଲେ । ୨୦୦୯ରୁ ଡିମେନସଆରେ ପୀଡ଼ିତ ଅଟଳ ଜୁନ ୧୧ରୁ ମୁତ୍ରାଶୟ ସଂକ୍ରମଣଜନିତ ଅସୁସ୍ଥତା କ୍ରମେ ସ୍ଥାନୀୟ ଅଖିଳ ଭାରତ ଆୟୁର୍ବିଜ୍ଞାନ ସଂସ୍ଥାନରେ ଚିକିତ୍ସାଧୀନ ଥିଲେ । ବାଜପେୟୀଙ୍କ ମୃତୁ୍ୟରେ ସାରା ଦେଶ ସ୍ତବ୍ଧ ହୋଇଯାଇଥିଲା । କେନ୍ଦ୍ର ସରକାର ୭ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ ପାଇଁ ନିଦେ୍ର୍ଧଶ ଦେଇଥିଲେ । 

    ସେପ୍ଟେମ୍ବର ୩
    ନବୀନ ପଟ୍ଟନାୟକଙ୍କୁ ହତ୍ୟା ଧମକ

    ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ହତ୍ୟା ଧମକ ମିଳିଥିଲା । ଛତିଶଗଡ଼ର ବିଳାସପୁର ସହର ସ୍ଥିତ କେନ୍ଦ୍ରୀୟ କାରଗାରର ଆଜୀବନ ବନ୍ଦୀଥିବା କଏଦୀ ପୁଷ୍ପେନ୍ଦ୍ର ନାଥ ଚୌହାନ ନବୀନଙ୍କ ନିକଟକୁ ଏକ ପତ୍ର ଲେଖି ଏ ପ୍ରକାର ଧମକ ଦେଇଥିଲେ । ସେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଠାରୁ ୫୦ କୋଟି ଟଙ୍କା ଦାବି କରିଥିଲା । 

    ସେପ୍ଟେମ୍ବର ୭
    ପୌରାଧ୍ୟକ୍ଷ ଓ ମେୟର ପଦ ପାଇଁ ପ୍ରତ୍ୟକ୍ଷ ନିର୍ବାଚନ

    ମହାନଗର ନିଗମ ମେୟର, ପୌର ପରିଷଦ ଏବଂ ବିଜ୍ଞାପିତ ଅଂଚଳ ପରିଷଦ ଅଧ୍ୟକ୍ଷ ପଦ ପାଇଁ ଏଣିକି ପ୍ରତ୍ୟକ୍ଷ ନିର୍ବାଚନ ଅନୁଷ୍ଠିତ ହେବ ବୋଲି କ୍ୟାବିନେଟରେ ନିଷ୍ପତି ନିଆଯାଇଥିଲା । ଏଥିପାଇଁ ଓଡ଼ିଶା ମୁ୍ୟନିସିପାଲ ଆଇନ ୧୯୫୦ ଏବଂ ଓଡ଼ିଶା ମୁ୍ୟନିପାଲ ଆଇନ ୨୦୦୩ର କିଛି ଧାରାରେ ସଂଶୋଧନ ଅଣାଯିବ । 

    ସେପ୍ଟେମ୍ବର ୧୨
    ଦାମ ବିଜେଡିରୁ ବହିଷ୍କୃତ

    ଦାମଙ୍କ ପାଇଁ ତୁଣ୍ଡ ମହଙ୍ଗା ପଡ଼ିଥିଲା । ବ୍ରାହ୍ମଣବିରୋଧୀ ମନ୍ତବ୍ୟ ଦେଇ ମନ୍ତ୍ରୀ ପଦରୁ ବହିଷ୍କାର ହୋଇଥିବା ଦାମ ବାବୁ ବିଜେଡିରୁ ବହିଷ୍କୃତ ହୋଇଥିଲେ । ବହିଷ୍କାର ପରେ ଦାମୋଦର ରାଉତ ତାଙ୍କ ପ୍ରତିକି୍ରୟାରେ କହିଥିଲେ, ମୁଁ ବିଜୁ ପଟ୍ଟନାୟକଙ୍କ ଆଦର୍ଶରେ ସାଧାରଣ ଜୀବନକୁ ଆସିଥିଲି । ସେଇ ଆଦର୍ଶକୁ ନେଇ ସାଧାରଣ ଜୀବନରେ ରହିବି । ବିଜୁ ମୋର ପ୍ରଜ୍ଞାପୁରୁଷ ଥିଲେ । ତାଙ୍କ ନାମକୁ ଛାଡ଼ି ମୁଁ କିଛି କରିବି ନାହିଁ । 


    ସେପ୍ଟେମ୍ବର ୧୩
    ନବୀନଙ୍କ ପ୍ରତି ବିଷ ଓଗାଳିଲେ ଦାମ

    ବିଜେଡିରୁ ବହିଷ୍କାର ହେବା ପରେ ବରିଷ୍ଠ ନେତା ଡା. ଦାମୋଦର ରାଉତ ନବୀନଙ୍କ ପ୍ରତି ବିଷ ଓଗାଳିଥିଲେ । ନବୀନ ବାବୁ ଯେତେ ଯଲଦି ଛାଡ଼ିଦେବେ ରାଜ୍ୟ ପାଇଁ ସେତେ ମଙ୍ଗଳ ହେବ ବୋଲି କହିଥିଲେ । ଦାମଙ୍କ କଥାକୁ ଗୁରୁତ୍ୱ ଦେଇନଥିଲେ ବିଜେଡି ସଭାପତି ନବୀନ । ସେ କହିଥିଲେ ଯେ ଦାମ ବାବୁ ସବୁବେଳେ ଦାୟିତ୍ୱହୀନ ମନ୍ତବ୍ୟ ଦେଉଥିଲେ । ତାଙ୍କର ସବୁ ଅଭିଯୋଗ ନିରାଧାର, ହାସ୍ୟାସ୍ପଦ ତଥା ଅବାନ୍ତର । 


    ସେପ୍ଟେମ୍ବର ୧୭
    ବୈଜୟନ୍ତଙ୍କ ହେଲିକପ୍ଟର ସିଲ

    ଚିଲିକା ଉପରେ ହେଲିକପ୍ଟର ଉଡ଼ାଇବା ଘଟଣାରେ ବୈଜୟନ୍ତ ପଣ୍ଡାଙ୍କ ନାଁରେ ମାମଲା ରୁଜୁ କରାଯିବା ସହିତ ହେଲିକପ୍ଟର ହ୍ୟାଙ୍ଗରକୁ ପୁଲିସ ସିଜ କରିଥିଲା । ବିଜୁ ପଟ୍ଟନାୟକ ବିମାନ ବନ୍ଦରର ଇମ୍ଫା କମ୍ପାନୀର ହ୍ୟାଙ୍ଗରକୁ ପୁରୀ ଏସପି ସାର୍ଥକ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ଏକ ପୁଲିସ ଟିମ ସିଲ କରିଥିଲା । 

    ସେପ୍ଟେମ୍ବର ୧୮
    ବୈଜୟନ୍ତଙ୍କୁ ପୁଲିସର ନୋଟିସ

    ଚିଲିକାରେ ହେଲିକପ୍ଟର ଅବତରଣ ଅଭିଯୋଗରେ ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କୁ ନୋଟିସ ଜାରି କରିଥିଲା ପୁଲିସ । ପୁରୀ ସଦର ଥାନାରେ ହାଜର ହେବାକୁ ନିଦେ୍ର୍ଧଶ ଦିଆଯାଇଥିଲା । 

    ଅକ୍ଟୋବର ୩୦
    ବିଧାୟକ ପଦରୁ ସଗରିଆଙ୍କ ଇସ୍ତଫା

    କୋରାପୁଟ କଂଗ୍ରେସ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆ ବିଧାୟକ ପଦରୁ ଇସ୍ତଫା ଦେଇଥିଲେ । କୁନ୍ଦୁଲି ପୀଡ଼ିତାଙ୍କୁ ନ୍ୟାୟ ଦେଇନପାରିବାରୁ ସେ ଇସ୍ତଫା ଦେଲେ ବୋଲି ଘୋଷଣା କରିଥିଲେ । 

    ନଭେମ୍ବର ୨୦
    ୩୩% ମହିଳା ସଂରକ୍ଷଣ ପ୍ରସ୍ତାବ ଆଗତ

    ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ବିଧାନସଭାରେ ବିଧାନସଭା ଓ ସଂସଦରେ ମହିଳାମାନଙ୍କ ପ୍ରତି ୩୩% ସଂରକ୍ଷଣ ନେଇ ସଂକଳ୍ପ ପାରିତ ହୋଇଥିଲା । ଏହା କାର୍ଯ୍ୟକାରୀ ହେଲେ ଓଡ଼ିଶା ବିଧାନସଭାରେ ଅତି କମରେ ୪୯ଟି ଆସନରେ ମହିଳାଙ୍କ ପ୍ରତିନିଧିତ୍ୱ ରହିବ । 

    ନଭେମ୍ବର ୨୩
    ଦାମ ଗଢ଼ିଲେ ‘ବିଜୁ ସମତାକ୍ରାନ୍ତି ଦଳ’

    ବିଜେଡିରୁ ବହିଷ୍କାର ହେବା ପରେ ବରିଷ୍ଠ ନେତା ଡା. ଦାମୋଦର ରାଉତ ‘ବିଜୁ ସମତା କ୍ରାନ୍ତି’ ଦଳ ଗଢ଼ିଥିଲେ । ଶ୍ରୀ ରାଉତ ଏହି ଦଳରେ ପ୍ରଚାର କମିଟି ମୁଖ୍ୟ ଥିବା ବେଳେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତି୍ରପାଠୀ ଅଧ୍ୟକ୍ଷ ଅଛନ୍ତି । 

    ନଭେମ୍ବର ୨୭
    ବିଜେପିରେ ମିଶିଲେ ଆଇଏଏସ ଅପରାଜିତା ଷଡ଼ଙ୍ଗୀ

    ବରିଷ୍ଠ ପ୍ରଶାସିକା ଅପରାଜିତା ଷଡ଼ଙ୍ଗୀ ଚାକିରୀରୁ ଇଚ୍ଛାକୃତ ଅବସର ନେବା ପରେ ବିଜେପିରେ ମିଶିଥିଲେ । ନୂଆଦିଲ୍ଲୀରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହାଙ୍କ ବାସଭବନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟ ପ୍ରଭାରୀ ଅରୁଣ ସିଂହଙ୍କ ଉପସ୍ଥିତି ସେ ବିଜେପିରେ ଯୋଗଦେଇଥିଲେ । 

    ନଭେମ୍ବର ୩୦
    ବିଜେପି ଛାଡ଼ିଲେ ବିଜୟ, ଦିଲ୍ଲୀପ

    ବିଜେପିର ବରିଷ୍ଠ ନେତା ବିଜୟ ମହାପାତ୍ର ଓ ଦିଲୀପ ରାୟ ବିଜେପିରୁ ଇସ୍ତଫା ଦେଇଥିଲେ । ଦିଲ୍ଲୀପ ବିଜେପି ବିଧାୟକ ପଦବୀ ସହ ଦଳରୁ ଇସ୍ତଫା ଦେଇଥିଲେ । ଦୁଇବର୍ଷ ଧରି ଦଳରେ ଅଣନିଶ୍ୱାସୀ ହୋଇପଡ଼ିଥିଲେ ବୋଲି ବିଜୟ କହିଥିଲେ । ବିଜେପିର ଜାତୀୟସ୍ତରୀୟ ନେତୃବୃନ୍ଦ ରାଜ୍ୟର ସ୍ୱାର୍ଥକୁ ଉପେକ୍ଷା ଓ ରାଜ୍ୟସ୍ତରରେ ଦଳର ରାଜ୍ୟପ୍ରତି ଆନ୍ତରିକତା ଅଭାବ ସେମାନଙ୍କୁ ନିରୁତ୍ସାହିତ କରିଥିବା ଯୋଗୁ ସେମାନେ ଦଳ ଛାଡ଼ିଲେ ବୋଲି କହିଥିଲେ । 

    ଡିସେମ୍ବର ୧୧
    କଂଗ୍ରେସର ଉଦୟ, ବିଜେପିକୁ ଧକ୍କା

    ସେମିଫାଇନାଲ ଭାବେ ଅଭିହିତ ୫ଟି ରାଜ୍ୟର ବିଧାନସଭା ନିର୍ବାଚନରେ କଂଗ୍ରେସ ବାଜିମାତ କରିଥିଲା ବେଳେ ବିଜେପିକୁ ଶକ୍ତ ଧକ୍କା ଲାଗିଥିଲା । ଛତିଶଗଡ଼, ମଧ୍ୟପ୍ରଦେଶ, ରାଜସ୍ଥାନ, ମିଜୋରାମ ଓ ତେଲେଙ୍ଗା ନିର୍ବାଚନରେ ଛତିଶଗଡ଼, ମଧ୍ୟପ୍ରଦେଶ ଓ ରାଜସ୍ଥାନରେ କଂଗ୍ରେସ ସରକାର କରିଥିଲା । 

    ଡିସେମ୍ବର ୨୩
    ଚର୍ଚ୍ଚାରେ କେସିଆର-ନବୀନଙ୍କ ସାକ୍ଷାତ

    ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶୋଖର ରାଓ ଓଡ଼ିଶା ଗସ୍ତରେ ଆସି ମୁଖ୍ୟମନ୍ତ୍ରୀ ନବୀନଙ୍କୁ ସାକ୍ଷାତ କରିଥିଲେ । ତେବେ ଏହି ସାକ୍ଷାତକୁ ନେଇ ଜାତୀୟ ରାଜନୀତିରେ ନୂଆ ମୋଡ଼ ସୃଷ୍ଟି କରିଥିଲା । ନବୀନ ନିବାସରେ ପ୍ରାୟ ୪୫ ମିନିଟ୍ ଧରି ଆଲୋଚନା ହୋଇଥିଲା । ନବୀନ ଜଣେ ନିଃସ୍ୱାର୍ଥପର । ବରିଷ୍ଠ ମୁଖ୍ୟମନ୍ତ୍ରୀ ଭାବେ ସେ ଦେଶର ରୋଲ ମଡେଲ ବୋଲି କେସିଆର କହିଥିଲେ । 

    ଡିସେମ୍ବର ୨୪
    ମୋଦିଙ୍କ ଓଡ଼ିଶା ଗସ୍ତ

    ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସି ଜଟଣୀସ୍ଥିତ ଅରୁଗୁଳଠାରେ ଆଇଆଇଟି ଭୁବନେଶ୍ୱର କ୍ୟାମ୍ପସକୁ ରାଷ୍ଟ୍ର ଉଦେ୍ଧଶ୍ୟରେ ସମର୍ପଣ କରିଥିଲେ । ୧୪,୫୨୩ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ । ଏଥିସହିତ ଖୋର୍ଦ୍ଧାରେ ଏକ ଜନସମାବେଶକୁ ଉଦବୋଧନ ଦେଇଥିଲେ । 

    Maximum 500 characters

    ବିଶେଷ View all

    Find Us on Facebook