Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

କଳା

ମୁଖ୍ୟ ଖବର

    ବିଶିଷ୍ଟ ଫିଲ୍ମ ନିର୍ମାତା ଦିଲୀପ ପଟ୍ଟନାୟକଙ୍କ ପରଲୋକ

    Share on :
    Date: Dec 30, 2018    Views: 51

    ଭୁବନେଶ୍ୱର: ଜାତୀୟ ଫିଲ୍ମ ପୁରସ୍କାରରେ ସମ୍ମାନିତ ବିଶିଷ୍ଟ ଫିଲ୍ମ ନିର୍ମାତା ଦିଲୀପ ପଟ୍ଟନାୟକଙ୍କ ପରଲୋକ ହୋଇଯାଇଛି । ଶନିବାର ବିଳମ୍ବିତ ରାତିରେ ଭୁବନେଶ୍ୱରର ଏକ ଘରୋଇ ହସପିଟାଲରେ ୬୩ବର୍ଷ ବୟସରେ ପରଲୋକ ଗମନ କରିଛନ୍ତି । ସେ ଦୀର୍ଘ ଦୁଇ ମାସରୁ ଊଦ୍ଧ୍ୱର୍ ଦିନ ଧରି ଅସୁସ୍ଥ ଥିଲେ । ଶ୍ରୀ ପଟ୍ଟନାୟକ ଦୀର୍ଘଦିନ ଧରି ଫିଳ୍ମ ନିର୍ମାଣ ଓ ସିନେକ୍ସଟାସୀ ଫିଲ୍ମ ସୋସାଇଟି ସହ ପ୍ରତ୍ୟକ୍ଷ ଭାବେ ଜଡ଼ିତ ଥିଲେ । ପରବର୍ତୀ ସମୟରେ ସେ ପୁନେ ଫିଲ୍ମ ଇନିଷ୍ଟିଚୁ୍ର୍ୟୃଟର ନିଦେ୍ର୍ଧଶନା ବିଭାଗରୁ ସ୍ନାତକ ଡିଗ୍ରୀ ଲାଭ କରିଥିଲେ । ସେ ୨୦୧୬ ମସିହା ଇଣ୍ଟରନ୍ୟାସନାଲ ଫିଲ୍ମ ଫେଷ୍ଟିଭାଲ ଅଫ୍ ଇଣ୍ଡିଆନ ପ୍ୟାନୋରମା ବିଭାଗ ପାଇଁ ଫିଲ୍ମ ଚୟନ ଜୁରୀର ସଦସ୍ୟ ମଧ୍ୟ ଥିଲେ । ତାଙ୍କ ବିୟୋଗରେ ଫିଲ୍ମ ଜଗତରେ ଶୋକର ଛାୟା ଖେଳିଯାଇଛି । 

    Maximum 500 characters

    କଳା View all

    Find Us on Facebook