Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସରେ ନବୀନଙ୍କ ଉଦବୋଧନ

    Share on :
    Date: Dec 27, 2018    Views: 113

    ଭୁବନେଶ୍ୱର : ଗୁରୁବାର ଠାରୁ ଶିକ୍ଷା ଓ ଅନୁସନ୍ଧାନ ଡିମଡ଼ ଟୁ ବି ୟୁନିଭରସିଟିରେ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସ ଆରମ୍ଭ ହୋଇଛି  । ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆୟୋଜକଙ୍କୁ ଧନ୍ୟବାଦ ଦେବା ସହ ଶିଶୁ ବିଜ୍ଞାନୀଙ୍କ ଉଦେ୍ଧଶ୍ୟରେ ଉଦବୋଧନ ଦେଇଛନ୍ତି  ।

    ମୁଖ୍ୟମନ୍ତ୍ରୀ କହିଲେଯେ, ଭୁବନେଶ୍ୱର ଏବେ ପୂର୍ବଭାରତର ଜ୍ଞାନ କେନ୍ଦ୍ର ଭାବେ ଉଭା ହୋଇଛି  । ଭୁବନେଶ୍ୱରରେ ଆଇଆଇଟି, ଏମସ, ନାଇଜର, ଇନଷ୍ଟିଚୁ୍ୟଟ ଅଫ ଲାଇଫ ସାଇନ୍ସ ଭଳି ବିଶ୍ୱସ୍ତରୀୟ ଶିକ୍ଷା ଓ ଗବେଷଣା କେନ୍ଦ୍ର ରହିଛି  । ଦେଶର ଅଭିବୃଦ୍ଧି ପାଇଁ ବିଜ୍ଞାନର ଅଗ୍ରଗତି ଅତୀବ ମହତ୍ୱପୂର୍ଣ୍ଣ  । ଚଳିତ ବର୍ଷ  ଏହି ବିଜ୍ଞାନ କଂଗ୍ରେସର ବିଷୟବସ୍ତୁ ରହିଛି ‘ସ୍ୱଚ୍ଛ, ସବୁଜ ଏବଂ ସୁସ୍ଥ ଦେଶ ପାଇଁ ବିଜ୍ଞାନ, ପ୍ରଯୁକ୍ତିବିଦ୍ୟା ଏବଂ ନୂତନ ପ୍ରବର୍ତନ’  । ଆଜିର ସମୟରେ ପରିବେଶ ଓ ସ୍ୱାସ୍ଥ୍ୟ ପ୍ରମୁଖ ଆହ୍ୱାନ ସୃଷ୍ଟି କରିଥିବାବେଳେ ଏଭଳି ଏକ ପ୍ରସଙ୍ଗ ଉପରେ ଆଲୋଚନା କରିବାର ଆବଶ୍ୟକତା ରହିଛି  । 

    ଆମ ଜୀବନଧାରଣର ଗୁଣାତ୍ମକ ମାନ ବୃଦ୍ଧି ପାଇଁ ବୈଷୟିକ ପ୍ରଯୁକ୍ତି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ  । ବିଜ୍ଞାନର ଅଗ୍ରଗତି ପ୍ରତ୍ୟେକ କ୍ଷେତ୍ରରେ, ବିଶେଷକରି ସ୍ୱାସ୍ଥ୍ୟ ଓ ପରିବେଶ କ୍ଷେତ୍ରରେ ନୂତନ ବୈଷୟିକ ପ୍ରଯୁକ୍ତିରେ ବିବର୍ତନ ଆଣିଥାଏ  । ନୂତନ ଗବେଷଣା ପାଇଁ ଆମେ ଯୁବବର୍ଗଙ୍କୁ ଉତ୍ସାହିତ କରିବା ଦରକାର ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ  ।

    ନବୀନ କହିଲେଯେ, ରାଜ୍ୟ ସରକାର ବିଭିନ୍ନ ସ୍ତରରେ ବିଜ୍ଞାନଭିତିକ କାର୍ଯ୍ୟକ୍ରମ ଆୟୋଜନ କରି ପିଲାମାନଙ୍କ ମନରେ ବିଜ୍ଞାନ ପ୍ରତି ଜିଜ୍ଞାସାଭାବ ସୃଷ୍ଟି କରୁଛନ୍ତି  । ଜିଲ୍ଲାସ୍ତରରେ ବିଜ୍ଞାନ ପାର୍କ ଓ ପ୍ଲାନିଟୋରିୟମ ପ୍ରତିଷ୍ଠା କରାଯାଇ ପିଲାଙ୍କ ମନରେ ବିଜ୍ଞାନ ଓ ପ୍ରଯୁକ୍ତି ପ୍ରତି ଆଗ୍ରହ ସୃଷ୍ଟି କରାଯାଉଛି  । ଏହି ପରିପ୍ରେକ୍ଷୀରେ ମୁଖ୍ୟମନ୍ତ୍ରୀ ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ସଫଳତା କାମନା କରିଛନ୍ତି  ।
    ଏହି ଅବସରରେ ମୁଖ୍ୟମନ୍ତ୍ରୀ ଏକ ପୋଷ୍ଟାଲ କଭରର ଉନ୍ମୋଚନ କରିଥିଲେ  । ଅନ୍ୟମାନଙ୍କ ମଧ୍ୟରେ  ବିଦ୍ୟାଳୟ ଓ ଗଣଶିକ୍ଷା ଏବଂ ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର, ମୁଖ୍ୟ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ବିଜ୍ଞାନ ଓ ପ୍ରଯୁକ୍ତି ସଚିବ ନିକୁଞ୍ଜ ବିହାରୀ ଧଳ, ସୋଆର କୁଳପତି ପ୍ରଫେସର ଅମିତ ବାନାର୍ଜୀ, ଏନସିଏସଟିସିର ଜାତୀୟ କାର୍ଯ୍ୟକ୍ରମ ସଂଯୋଜକ ସୁଜିତ ବାନାର୍ଜୀ ଓ ପ୍ରଫେସର ମାନସ କୁମାର ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ  ।   

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook