Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ମହାରଥୀଙ୍କ ବାସଭବନ ଉପରକୁ ଅଣ୍ଡା ଓ ଟମାଟୋ ମାଡ଼

    Share on :
    Date: Dec 27, 2018    Views: 447

    ଭୁବନେଶ୍ୱର: ପିପିଲି ଗଣଦୁଷ୍କର୍ମ ମାମଲାର ରାୟ ନେଇ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ମନ୍ତବ୍ୟକୁ ବିରୋଧ କରି ମହିଳା କଂଗ୍ରେସ ପକ୍ଷରୁ ତାଙ୍କ ସରକାରୀ ଭବନ ଉପରକୁ ଅଣ୍ଡା ଓ ଟମାଟୋ ମାଡ଼ କରାଯାଇଛି । ମହାରଥୀଙ୍କ ମନ୍ତବ୍ୟକୁ ବିରୋଧ କରି ମହିଳା କଂଗ୍ରେସ ଆନେ୍ଦାଳନ କରିବା ସହ ମହାରଥୀଙ୍କ ସରକାରୀ ବାସଭବନ ଆଗରେ ଛାଞ୍ଚୁଣି ଧରି ବିକ୍ଷୋଭ କରିଥିଲେ । ଏହି ଅବସରରେ ଆନେ୍ଦାଳନକାରୀମାନେ ମନ୍ତ୍ରୀଙ୍କ ବାସଭବନକୁ ଧସେଇ ପଶିବାକୁ ଉଦ୍ୟମ କଲାବେଳେ ପୁଲିସ ସହ ଧସ୍ତାଧସ୍ତି ହୋଇଛି । ବିଭିନ୍ନ ପଞ୍ଚାୟତରୁ ମହିଳା କଂଗ୍ରେସର ଶତାଧିକ କର୍ମୀ ଆସି ମହାରଥୀଙ୍କ ବାସଭବନରେ ପହଞ୍ଚିଥିଲେ । ତେବେ ଏନେଇ ପୂର୍ବରୁ ଖବର ପାଇ ପୁଲିସ ସେଠାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଥିଲେ । ଏହା ସତ୍ୱେ ଆନେ୍ଦାଳନକାରୀମାନେ ମନ୍ତ୍ରୀଙ୍କ ବାସଭବନ ଉପରକୁ ଅଣ୍ଡା ଓ ଟମାଟୋ ମାଡ଼ କରିଥିଲେ । ଆଗକୁ ସିନେମା ବାକି ଅଛି ବୋଲି ମହିଳା କଂଗ୍ରେସ ମୋର୍ଚ୍ଚା ଚେତାବନୀ ଦେଇଛି । 

    ପ୍ରକାଶ ଯେ,  ପିପିଲି ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ବୟାନ ଦେଇ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି ମହାରଥୀ ।  ପ୍ରମାଣ ଅଭାବରୁ କୋର୍ଟ ଅଭିଯୁକ୍ତଙ୍କୁ ନିଦେ୍ର୍ଧର୍ାଷରେ ଖଲାସ କରିଥିବାବେଳେ ପୀଡ଼ିତାକୁ କିଏ ମାରିଛି ବୋଲି ପ୍ରଶ୍ନରେ ‘ସମୟ’ ବୋଲି କହିଥିଲେ ଶ୍ରୀ ମହାରଥୀ । ସେହିପରି କିଏ ମାରିଛି, ଆପଣ ଜାଣିବାକୁ ଚାହିଁବେନି କି ପ୍ରଶ୍ନରେ ନିଜର ପ୍ରତିକ୍ରିୟା ଦେଇ ଶ୍ରୀ  ମହାରଥୀ କହିଥିଲେ ଯେ,  ମୋର ଜାଣିବା କ’ଣ ଦରକାର, ମୋର ବହୁତ କାମ ଅଛି  ବୋଲି କହିଥିଲେ । 

    ପିପିଲି ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ପୀଡ଼ିତାର ବିଜୟ ହୋଇଛି ବୋଲି ପିପିଲି ବିଧାୟକ ତଥା କୃଷି ମନ୍ତ୍ରୀ ପ୍ରଦୀପ ମହାରଥୀ କହିଥିଲେ ।  ସେ କହିଥିଲେ ଯେ, ପୀଡ଼ିତା ପାଇଁ ମୁଁ ଦୁଃଖିତ । ତେବେ ଏହି ମାମଲାର ବିଚାର କରି ଭୁବନେଶ୍ୱର ଅତିରିକ୍ତ ଜିଲ୍ଲା ଦୌରାଜଜ ଦେଇଥିବା ରାୟକୁ ମୁଁ ସମ୍ମାନ ଦେଉଛି । ସତ କେବେ ଲୁଚି ରହେନି । ଆଜି ସତ୍ୟର ବିଜୟ ହୋଇଛି ।  ସତ ସତ ମିଛ ମିଛ  । କ୍ଷୀର ଓ ପାଣି ଅଲଗା ହୋଇଯାଇଛି ।  ଛବିରାଣୀରର ବିଜୟ ହୋଇଥିଲା, ଆଜି ପୀଡ଼ିତର ବିଜୟ ହୋଇଛି ।  ତାଙ୍କ ପରିବାର ଲୋକେ ବି କହିଛନ୍ତି ଯେ, ନ୍ୟାୟ ଯାହା ମିଳିଛି ଠିକ ମିଳିଛି ବୋଲି ଶ୍ରୀ ମହାରଥୀ କହିଥିଲେ ।

    Read more

    ମୁଁ ଓ ମୋ ଦଳ ସମ୍ପୃକ୍ତ ନୁହଁ: ମହାରଥୀ

    ଭୁବନେଶ୍ୱର: ଗତକାଲି ରାତିରେ ପିପିଲିରେ ନିର୍ବାଚନ କମିସନଙ୍କ ଫ୍ଲାଇଂ ସ୍କ୍ୱାଡ ଓ ସ୍ପେଶାଲ ସିର୍ଭିଲାନ୍ସ ଟିମ ଉପରେ ଆକ୍ରମଣ ଘଟଣାରେ ପିପିଲି ବିଧାୟକ ପ୍ରଦୀପ ମହାରଥୀ ଗିରଫ ହୋଇଛନ୍ତି । ତେବେ ଏହି ଘଟଣାରେ ସେ କିମ୍ବା ତାଙ୍କ ଦଳ ସମ୍ପୃକ୍ତ ନଥିବା ଶ୍ରୀ ମହାରଥୀ ...

    Read more

    ମହାରଥୀ ଗିରଫ

    ପିପିଲି: ବିଧାୟକ ପ୍ରଦୀପ ମହାରଥୀ ଗିରଫ ।  ମହାରଥୀଙ୍କୁ ଗିରଫ କଲା ପିପିଲି ଥାନା ପୁଲିସ । ନିଜ ଫାର୍ମ ହାଉସରେ ଏସଏସଟି ଟିମକୁ ମାଡ଼ ମାମଲାରେ ପୁଲିସ ତାଙ୍କୁ ଗିରଫ କରିଛି । ଗତକାଲି ରାତିରେ ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଫାର୍ମ ହାଉସରେ ଏସଏସଟି ଚଢଉ ...

    Read more

    ମହାରଥୀ ଗୋଡ଼ାଇ ଗୋଡ଼ାଇ ପିଟିଲେ

    ପିପିଲି:  ପ୍ରଦୀପ ମହାରଥୀଙ୍କ ଫାର୍ମ ହାଉସରେ ଚଢଉ ବେଳେ  ଫ୍ଲାଇଂ ସ୍କ୍ୱାଡ ମାଜିଷ୍ଟ୍ରେଟ ଓ ଏସଏସଟି ଟିମ ଉପରେ ଆକ୍ରମଣ ହୋଇଛି । ତେବେ ଆମକୁ ମହାରଥୀ ଗୋଡ଼ାଇ ଗୋଡ଼ାଇ ପିଟିଲେ ବୋଲି ଆକ୍ରମଣରେ ଆହତ ହୋଇଥିବା ମାଜିଷ୍ଟ୍ରେଟ ରବିନାରାୟଣ ପାତ୍ର କହିଛନ୍ତି ...

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook