Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ‘କାଳିଆ’ ଯୋଜନାରୁ ଚାଷୀ କି ଲାଭ ପାଇବେ... ଜାଣନ୍ତୁ

    Share on :
    Date: Dec 21, 2018    Views: 2258

    ଭୁବନେଶ୍ୱର : ‘କାଳିଆ’ ଯୋଜନା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେଯେ, ରାଜ୍ୟର ୬୦% କୃଷି ଉପରେ ନିର୍ଭରଶୀଳ  । ରାଜ୍ୟ ସରକାରଙ୍କ ବିଭିନ୍ନ ପଦକ୍ଷେପ ଫଳରେ ଓଡ଼ିଶା ଖାଦ୍ୟଶସ୍ୟ ଉପôାଦନରେ ନିଅଂଟିଆ ରାଜ୍ୟରୁ ବଳକା ରାଜ୍ୟରେ ପରିଣତ ହୋଇଛି  । ୫ ଥର କୃଷି କର୍ମଣ ପୁରସ୍କାର ହାସଲ କରି ଓଡ଼ିଶା ରେକଡର଼୍ କରିଛି  । ଏକମାତ୍ର ରାଜ୍ୟ ଭାବେ ଓଡ଼ିଶା ଚାଷୀଙ୍କ ଆୟକୁ ଦ୍ୱିଗୁଣିତ କରିପାରିଛି  । ୨୦୧୪ରେ ଅତିରିକ୍ତ ୧୦ ଲକ୍ଷ ହେକ୍ଟର ଜମିକୁ ଜଳସେଚନ ସୁବିଧା ଯୋଗାଇଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲୁ  । ବର୍ତମାନ ଆମେ ଏହି ଲକ୍ଷ୍ୟର ନିକଟତର ହୋଇପାରିଛୁ  । ମାର୍ଚ୍ଚ ୨୦୧୯ ସୁଦ୍ଧା ଜଳସେଚନ ପାଇଁ ଦେଇଥିବା ପ୍ରତିଶ୍ରୁତି ପୂରଣ କରିବୁ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ  ।

    ରାଜ୍ୟରେ କୃଷି କ୍ଷେତ୍ରର ଅଭିବୃଦ୍ଧିକୁ ତ୍ୱରାନ୍ୱିତ କରିବା ଏବଂ ଦାରିଦ୍ର୍ୟ ହ୍ରାସ କରିବା ପାଇଁ ଐତିହାସିକ ‘କାଳିଆ’ ଯୋଜନାକୁ କ୍ୟାବିନେଟର ଅନୁମୋଦନ କରାଯାଇଛି  । କାଳିଆ (ଜୀବନଜୀବିକା ଓ ଆୟ ବୃଦ୍ଧି ପାଇଁ ଚାଷୀଙ୍କୁ ସହାୟତା) ଯୋଜନାରେ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ  । କାଳିଆ ଯୋଜନାରେ ୫ଟି ବ୍ୟବସ୍ଥା ରହିଛି  ।

    ୧. ଚାଷ କାର୍ଯ୍ୟ ପାଇଁ ଚାଷୀଙ୍କୁ ସହାୟତା : ରାଜ୍ୟର ୩୦ ଲକ୍ଷରୁ ଉଦ୍ଧ୍ୱର୍ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏହାଦ୍ୱାରା ଉପକୃତ ହେବେ  । ଏହି କାର୍ଯ୍ୟକ୍ରମ ଜରିଆରେ ଚାଷୀ ପରିବାରକୁ ୧୦ ହଜାର ଟଙ୍କା ସହାୟତା ଯୋଗାଇ ଦିଆଯିବ  । ଚାଷୀ ପରିବାରକୁ ଉଭୟ ଖରିଫ ଓ ରବି ଫସଲ ପାଇଁ ୫ ହଜାର ଟଙ୍କା ଲେଖାଏଁ ଆର୍ଥିକ ସହାୟତା ଦିଆଯିବ  । ଏହାଦ୍ୱାରା ରାଜ୍ୟର ୯୨% ଚାଷୀ ସୁବିଧା ପାଇପାରିବେ  । ଚାଷୀର କେତେ ଜମି ଅଛି ତା ସହିତ ଏହି ସହାୟତାର କୌଣସି ସମ୍ବନ୍ଧ ରହିବ ନାହିଁ  । ଏହାଦ୍ୱାରା ପ୍ରକୃତ ଚାଷୀ ଓ ଭାଗ ଚାଷୀମାନେ ଉପକୃତ ହେବେ  । ଏହି ସହାୟତା ୨୦୧୮-୧୯ରୁ ୨୦୨୧-୨୨ ପର୍ଯ୍ୟନ୍ତ ୩ ବର୍ଷରେ ୫ ଗୋଟି ଫସଲ ଋତୁ ପାଇଁ ଲାଗୁ ହେବ  ।

    ୨. ଭୂମିହୀନ ପରିବାର ପାଇଁ ଜୀବିକା ସହାୟତା : ଅଧିକାଂଶ କୃଷି ଯୋଜନାରେ ଭୂମିହୀନ ଚାଷୀ ପରିବାର ପାଇଁ ବିଶେଷ କିଛି କାର୍ଯ୍ୟକ୍ରମ ନଥିଲା  । ଏହି ‘କାଳିଆ’ ଯୋଜନା ଦ୍ୱାରା ୧୦ ଲକ୍ଷ ଭୂମିହୀନ ପରିବାର ଉପକୃତ ହେବେ  । ଛେଳି ପାଳନ, ଅଣ୍ଡା ଉପôାଦନ, ବତକ ଚାଷ, ମାଛ ଚାଷ, ଛତୁ ଚାଷ ଓ ମହୁ ଚାଷ ପରି ଆନୁଷଙ୍ଗୀକ କାର୍ଯ୍ୟ ପାଇଁ ପ୍ରତି ପରିବାରକୁ ୧୨ ହଜାର ୫୦୦ ଟଙ୍କା ସହାୟତା ପ୍ରଦାନ କରାଯିବ  । ଭୂମିହୀନ ପରିବାରକୁ ଉପରୋକ୍ତ ୭ ଆନୁଷଙ୍ଗୀକ କୃଷି କାର୍ଯ୍ୟ ମଧ୍ୟରୁ ଯେକୌଣସି ଗୋଟିକୁ ସେମାନେ ଜୀବିକା ଭାବେ ପସନ୍ଦ କରିପାରିବେ  । ଏଥିପାଇଁ ଆଗାମୀ ୩ ବର୍ଷରେ ୧୨୫୦ କୋଟି ଟଙ୍କା  ଖର୍ଚ୍ଚ କରାଯିବ  ।

    ୩. ଭୂମିହୀନ ଶ୍ରମିକ ଏବଂ ସମ୍ଭାବ୍ୟ ଆପଦଗ୍ରସ୍ତ ପରିବାର : ବୃଦ୍ଧାବସ୍ଥା, ଅକ୍ଷମତା, ରୋଗ ତଥା ବିଭିନ୍ନ କାରଣରୁ ଚାଷୀ ଚାଷ କାର୍ଯ୍ୟ କରିବାକୁ ସକ୍ଷମ ହୋଇପାରେନାହିଁ  । ଉପରୋକ୍ତ କାରଣରୁ ଭୂମିହୀନ କୃଷି ଶ୍ରମିକ ରୋଜଗାର ହରାଇଥାଏ  । ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଏଭଳି ପରିବାରକୁ ସେମାନଙ୍କର ଚାଷ କାର୍ଯ୍ୟ ଓ ଜୀବିକା ଜାରି ରଖିବା ପାଇଁ ବାର୍ଷିକ ୧୦ ହଜାର ଟଙ୍କା ଆର୍ଥିକ ସହାୟତା ଦେବା ପାଇଁ ନିଷ୍ପତି ନେଇଛନ୍ତି  । ଗ୍ରାମ ପଂଚାୟତ ଦ୍ୱାରା ଯୋଗ୍ୟ ହିତାଧିକାରୀଙ୍କୁ ମନୋନୀତ କରାଯିବ  । ସାରା ରାଜ୍ୟରେ କାଳିଆ ଯୋଜନାରେ ୧୦ ଲକ୍ଷ ପରିବାର ନିମନ୍ତେ ୧ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ  ।

    ୪. ବୀମା ସୁରକ୍ଷା : ଉଭୟ ଚାଷୀ ଏବଂ ଭୂମିହୀନ କୃଷି ଶ୍ରମିକଙ୍କ ପାଇଁ ୨ ଲକ୍ଷ ଟଙ୍କାର ଜୀବନ ବୀମା ଏବଂ ଦୁର୍ଘଟଣା କ୍ଷେତ୍ରରେ ଅତିରିକ୍ତ ୨ ଲକ୍ଷ ଟଙ୍କାର ବୀମା ସୁରକ୍ଷା ଯୋଗାଇ ଦିଆଯିବ  । ଏହାଦ୍ୱାରା ୫୭ ଲକ୍ଷ ପରିବାର ଉପକୃତ ହେବେ  ।

    ୫. ବିନା ସୁଧରେ ଫସଲ ଋଣ : ଚାଷୀଙ୍କୁ ଏଣିକି ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ବିନା ସୁଧରେ ଯୋଗାଇ ଦିଆଯିବ  । ଏଥିପାଇଁ ଆଗାମୀ ତିନି ବର୍ଷରେ ୧୦ ହଜାର ୨୮୦ କୋଟି ଟଙ୍କା ଖର୍ଚ୍ଚ ହେବ  ।
    କାଳିଆ ଯୋଜନାରେ ୯୨% ଚାଷୀ ଓ ସମସ୍ତ ଭୂମିହୀନ କୃଷି ଶ୍ରମିକ ଅନ୍ତର୍ଭୁକ୍ତ ହେବେ  । କୃଷି ଋଣ ଛାଡ଼ ଦ୍ୱାରା ଏତେ ସଂଖ୍ୟକ ଚାଷୀ ଉପକୃତ ହୋଇପାରିନଥା’ନ୍ତେ  । ରାଜ୍ୟରେ ଏବେ ୩୨ ଲକ୍ଷ ଚାଷୀ ପରିବାର ଅଛନ୍ତି  । ସେମାନଙ୍କ ମଧ୍ୟରୁ ୨୦ ଲକ୍ଷ ପରିବାର ଫସଲ ଋଣ ନେଇଥା’ନ୍ତି  । ୧୨ ଲକ୍ଷ ଚାଷୀ ପରିବାର ଫସଲ ଋଣ ସୁବିଧା ନେଇ ନାହାନ୍ତି  । ଫସଲ ଋଣ ନେଉଥିବା ୨୦ ଲକ୍ଷ ଚାଷୀଙ୍କ ମଧ୍ୟରୁ ପ୍ରାୟ ୬୦% ଚାଷୀ ନିୟମିତ ଭାବେ ଋଣ ପରିଶୋଧ କରୁଛନ୍ତି  । ତେଣୁ ଋଣ ଛାଡ଼ ଦ୍ୱାରା ମାତ୍ର ୮ ଲକ୍ଷ ଚାଷୀ ଉପକୃତ ହୋଇଥା’ନ୍ତେ ଏବଂ କେହି ଭାଗ ଚାଷୀ ଓ ଭୂମିହୀନ କୃଷି ଶ୍ରମିକ ଉପକୃତ ହୋଇନଥା’ନ୍ତେ  । କାଳିଆ ଏକ ପ୍ରଗତିଶୀଳ ଯୋଜନା ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଛନ୍ତି  ।  

    Maximum 500 characters

    ଅଧିକ ମତାମତ

    Jay nabin jay ଓଡିଶା development for farmer

    Surya prakash singh

    Dec 21, 2018

    ଅବଶ୍ୟ ଭଲ ଯୋଜନା ବୋଲି ଲାଗୁଛି ।

    Rajkishor sahoo

    Dec 22, 2018

    ଯୋଜନା ଓ ବିକାଶ View all

    Find Us on Facebook