Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ରାହୁଲଙ୍କୁ ପଛରେ ପକାଇଲେ ନିରଞ୍ଜନ

    Share on :
    Date: Dec 20, 2018    Views: 593

    ଭୁବନେଶ୍ୱର: କଂଗ୍ରେସ ସରକାର ଗଢିଲେ ୧୦ ଦିନରେ କୃଷି ଋଣ ଛାଡ଼ କରାଯିବ  । ୧..୨ ..୩ ଦିନ । ଏମିତି ୧୦ ଦିନ ପର୍ଯ୍ୟନ୍ତ ଗଣି ରାହୁଲ ଗାନ୍ଧୀ କହିଥିଲେ ଯେ ସରକାର ଗଢିବା ଦିନ ଠାରୁ ଆପଣମାନେ ୧୦ ଦିନ ପର୍ଯ୍ୟନ୍ତ ଗଣିବେ । ୧୦ ଦିନରେ ହିଁ କୃଷି ଋଣ ଛାଡ଼ କରାଯିବ  । କିଛି ଦିନ ତଳେ ଶେଷ ହୋଇଥିବା ୫ଟି ରାଜ୍ୟର ବିଧାନସଭା ନିର୍ବାଚନ ପ୍ରଚାରରେ ରାହୁଲ ଏହା କହିଥିଲେ ।

    ତେବେ କୃଷି ଋଣ ଛାଡ଼ ପ୍ରସଙ୍ଗରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ପଛରେ ପକାଇ ଦେଇଛନ୍ତି ।  କୃଷି ଋଣ ଛାଡ଼ର ସମୟକୁ ତୁଳନା କଲେ ରାହୁଲଙ୍କ ଠାରୁ ନିରଞ୍ଜନ ଆଉ କେଇ ପାଦ ଆଗେଇ ଯାଇଛନ୍ତି । କେଇ ପାଦ କହିଲେ ଭୁଲ ହେବ । ରାହୁଲ ଗାନ୍ଧୀଙ୍କ ଠାରୁ ନିରଞ୍ଜନ ଆହୁରି ସୁପରଫାଷ୍ଟ କହିଲେ ଅତୁ୍ୟକ୍ତି ହେବ ନାହିଁ । କାରଣ ନିରଞ୍ଜନ ପଟ୍ଟନାୟକ କୃଷି ଋଣ ଛାଡ଼ ସମ୍ପର୍କରେ ଯାହା କହିଛନ୍ତି ତାହା ଯେକେହି ବି ଶୁଣିଲେ  ନିରଞ୍ଜନଙ୍କୁ ସୁପରଫାଷ୍ଟ ହିଁ କହିବେ  ।

    ହଁ ଆଜ୍ଞା  । କୃଷି ଋଣ ଛାଡ଼ କରିବାକୁ ରାହୁଲ ୧୦ ଦିନ ମାଗିଥିବାବେଳେ ନିରଞ୍ଜନ ପଟ୍ଟନାୟକଙ୍କୁ ମାତ୍ର ୫ ଘଣ୍ଟା ଦରକାର । ଓଡ଼ିଶାରେ କଂଗ୍ରେସ ସରକାର ଆସିଲେ ସରକାର ଗଠନ ହେବାର ମାତ୍ର ୫ ଘଣ୍ଟା ପରେ କୃଷି ଋଣ ଛାଡ଼ କରାଯିବ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । ଏନେଇ ସେ ଟ୍ୱିଟ କରି କହିଛନ୍ତି । 

    ପୂର୍ବରୁ ନିରଞ୍ଜନ କହିଥିଲେ ଯେ, କଂଗ୍ରେସ ପ୍ରତିଶ୍ରୁତି ଦିଏ ଓ ତାକୁ ପୂରଣ କରେ । ପିସିସି ସଭାପତି ହେବା ଦିନରୁ ହିଁ କୃଷି ଋଣ ଛାଡ଼ କଥା କହିଥିବା ସେ କହିଥିଲେ । 

    Read more

    ମୋଦିଙ୍କ ପାଖ ଲୋକ ହେବାକୁ ନବୀନ ଚେଷ୍ଟା କରୁଛନ୍ତି: ନିରଞ୍ଜନ

    ଭୁବନେଶ୍ୱର: ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖ ଲୋକ ହେବାକୁ ଚେଷ୍ଟା କରୁଛନ୍ତି । ଏହା କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଆୟୁଷ୍ମାନ ଯୋଜନା ନେଇ ନବୀନ କେନ୍ଦ୍ରୀୟ ଅଧିକାରୀଙ୍କ ସହ ...

    Read more

    କମ ଆସନ ପାଇଁ ଆମେ ନିଜେ ଦାୟୀ: ନିରଞ୍ଜନ

    ଭୁବନେଶ୍ବର: ଏକଜିଟ ପୋଲକୁ ବିଶ୍ୱାସଯୋଗ୍ୟ କହିହେବନାହିଁ ।   ବିଧାନସଭାରେ ଆମେ ୨୦ରୁ ୩୦ ଆସନ ପାଇବୁ ବୋଲି ଆକଳନ କରିଥିଲୁ । କଂଗ୍ରେସ ଆସନ ସଂଖ୍ୟା କମିବା ପାଇଁ ଆମେ ନିଜେ ହିଁ ଦାୟୀ ।  ଏହା କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ।  ତେବେ  ଆମେ ...

    Read more

    ଖୋର୍ଦ୍ଧା ଘଟଣାକୁ ନିରଞ୍ଜନଙ୍କ ନିନ୍ଦା

    ଭୁବନେଶ୍ୱର: ଖୋର୍ଦ୍ଧାରେ ବିଜେପି ନେତାଙ୍କୁ ହତ୍ୟା ଘଟଣାକୁ ସୋମବାର ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ନିନ୍ଦା କରିଛନ୍ତି । ସେ କହିଛନ୍ତି ଯେ, ଗଣତନ୍ତ୍ରରେ ହିଂସାର ସ୍ଥାନ ନାହିଁ ।  ଏହା ବିଜେଡିର ହତାଶାର ପରିଭାଷା । ଆଗାମୀ ସାଧାରଣ ନିର୍ବାଚନରେ ପରାଜୟ ...

    Maximum 500 characters

    ଅଧିକ ମତାମତ

    Good job.

    DHIRENDRA Dash

    Dec 20, 2018

    Ye wada odisha congress ka..

    Sajan debta

    Dec 20, 2018

    ରାଜନୀତି ତଡ଼କା View all

    Find Us on Facebook