Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଚର୍ଚ୍ଚାରେ ଅପରାଜିତାଙ୍କ ଭାଷଣ

    Share on :
    Date: Dec 19, 2018    Views: 1367

    ଭୁବନେଶ୍ୱର: ସୋସିଆଲ ମିଡିଆରେ ବେଶ ଚର୍ଚ୍ଚା ସୃଷ୍ଟି କରିଛି ଅପରାଜିତା ଷଡ଼ଙ୍ଗୀଙ୍କ ଭାଷଣ । ଅପରାଜିତା ନିଜ ଭାଷଣରେ କହିଛନ୍ତି ଯେ, ବାରମ୍ବାର ଆମେ ହାରି ଯାଉଛେ,   ଏଟା କ’ଣ ଲାଜ ଲାଗୁନି । ଆମେ ଦଳକୁ କେମିତି ଜିତାଇବା ତାହା ଦେଖିବାର ଅଛି ।  ଇଏ ତାର ଲୋକ, ସିଏ ତାର ଲୋକ ହେଉଛନ୍ତି । ଏମିତି କାହିଁକି କହୁଛନ୍ତି ।  ଆପଣମାନେ କହୁନାହାନ୍ତି ମୁଁ ଭାରତୀୟ ଜନତା ପାର୍ଟିର ଲୋକ । ଯିଏ ବି ଦଳର ପ୍ରାର୍ଥୀ ହେବ ତାକୁ ଜିତାଇବା ଆମର ଧର୍ମ ଓ କର୍ତ୍ତବ୍ୟ । ନହେଲେ ଦଳ ଛାଡ଼ି ଦିଅନ୍ତୁ ।

    ମୁଁ ଅନୁରୋଧ କରିବି ଯେଉଁମାନେ  କହୁଛନ୍ତି ଯେ ଇଏ ତାର ଲୋକ, ସିଏ ତାର ଲୋକ ସେମାନେ ଦଳ ଛାଡ଼ି ଦିଅନ୍ତୁ । ସମସ୍ତଙ୍କୁ ଭାରତୀୟ ଜନତା ପାର୍ଟି ସହ ସାଙ୍ଗରେ ରହିବାର ଅଛି । ମୁଁ ସତ କହୁଛି ଭାରତୀୟ ଜନତା ପାର୍ଟିରେ ମୋର କେହି ନିଜର ଲୋକ ନାହାନ୍ତି ।  ଭାରତୀୟ ଜନତା ପାର୍ଟି ଭିତରେ ମୁଁ କୌଣସି ଦଳ କି ଗ୍ରୁପର ନୁହେଁ । ମୁଁ ଭାରତୀୟ ଜନତା ପାର୍ଟିର ବିକାଶର ଅଭିମୁଖ୍ୟ ଦେଖି ଦଳକୁ ଆସିଛି । ମୁଁ  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଠାରୁ ପ୍ରରଣା ପାଇଛି ବୋଲି ଶ୍ରୀମତୀ ଷଡ଼ଙ୍ଗୀ ନିଜ ଭାଷଣରେ କହିଛନ୍ତି ।

    Read more

    ଭୁବନେଶ୍ୱରରେ ଅପରାଜିତା

    ଭୁବନେଶ୍ୱର: ଭୁବନେଶ୍ୱରରେ ପହଞ୍ଚିଲେ ପୂର୍ବତନ ଆଇଏସ ଅଧିକାରୀ ଅପରାଜିତା ଷଡ଼ଙ୍ଗୀ । ଗତ ୨୭ ତାରିଖ ଦିନ ଦିଲ୍ଲୀରେ  କେନ୍ଦ୍ରୀୟ ନେତୃବୃନ୍ଦଙ୍କ ଉପସ୍ଥିତିରେ ବିଜେପିରେ ଯୋଗଦେଇଥିବା ଅପରାଜିତା ଷଡ଼ଙ୍ଗୀ ଗୁରୁବାର ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ...

    Read more

    ଅପରାଜିତାଙ୍କ ଅବସର ଆବେଦନକୁ ଗ୍ରହଣ କଲେ ମୋଦି

    ଭୁବନେଶ୍ୱର: ଅପରାଜିତା ଷଡ଼ଙ୍ଗୀଙ୍କ ସ୍ୱେଚ୍ଛାକୃତ ଅବସର ଆବେଦନକୁ  ଗ୍ରହଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ଟୁଇଟ କରି ସୂଚନା ଦେଇଛନ୍ତି ଶ୍ରୀମତୀ ଷଡ଼ଙ୍ଗୀ । ତାଙ୍କ ସ୍ୱେଚ୍ଛାକୃତ ଅବସରକୁ ଗ୍ରହଣ କରାଯାଇଥିବାରୁ ସେ ଖୁସି ଜାହିର କରିବା ସହ ...

    Read more

    କମଳ ଧରିବେ ଅପରାଜିତା!

    ଭୁବନେଶ୍ୱର:  ଯେଉଁ ପ୍ରଶାସକଙ୍କ ଗୋଟିଏ ନିଦେ୍ର୍ଧଶନାମାରେ ସାରା ଓଡ଼ିଶାରେ ଶାଢୀର ରଙ୍ଗ ବଦଳି ଯାଇଥିଲା ସେ ଏବେ କମଳ ଧରିବେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି । ଆମେ କହୁଛୁ ଓଡ଼ିଶା କ୍ୟାଡରର ବରିଷ୍ଠ ଆଇଏଏସ ଅଧିକାରୀ ଅପରାଜିତା ଷଡ଼ଙ୍ଗୀଙ୍କ କଥା । ଦୀର୍ଘ ...

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook