Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ପାଠ ପଢ ଓ ସମସ୍ତଙ୍କୁ ପାଠ ପଢିବା ପାଇଁ ଉତ୍ସାହିତ କର: ମୁଖ୍ୟମନ୍ତ୍ରୀ

    Share on :
    Date: Dec 19, 2018    Views: 166

    ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବୁଧବାର ସ୍ଥାନୀୟ ଆଦିବାସୀ ପଡ଼ିଆରେ ୩ ଦିନିଆ ସରଗି ଫୁଲ ଉତ୍ସବର ଉଦଘାଟନ କରି ପିଲାମାନଙ୍କୁ ପାଠ ପଢି ସୁନାମ କରିବା ପାଇଁ ପରାମର୍ଶ ଦେଇଛନ୍ତି । ନିଜେ ପାଠ ପଢିବା ସହିତ ନିଜ ପରିବାର ଓ ଗାଁର ସବୁ ପିଲାଙ୍କୁ ପାଠ ପଢିବା ପାଇଁ ଉତ୍ସାହିତ କରିବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି । ଏହି ଅବସରରେ ଆଦିବାସୀ ପଡ଼ିଆରେ ଜନଜାତି ଲୋକମାନଙ୍କ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ଦ୍ରବ୍ୟର ବିକ୍ରିବଟା ପାଇଁ ଏକ ସ୍ଥାୟୀ ହାଟ ପାଇଁ ମୁଖ୍ୟମନ୍ତ୍ରୀ ଭିତ୍ତି ପ୍ରସ୍ତର ରଖିଛନ୍ତି । 

    ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ରାଜ୍ୟର ପ୍ରାୟ ୬ ଲକ୍ଷ ଜନଜାତି ଛାତ୍ରଛାତ୍ରୀମାନଙ୍କୁ ଆବାସିକ ସୁବିଧା ଯୋଗାଇ ଦିଆଯାଇଛି । ସାରା ଦେଶର ସବୁ ରାଜ୍ୟ ମଧ୍ୟରୁ ଓଡ଼ିଶାରେ ହିଁ ସର୍ବାଧିକ ଅନୁସୂଚିତ ଜାତି ଓ ଜନଜାତି ପିଲାମାନଙ୍କୁ ଅବାସିକ ସୁବିଧା ଦିଆଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଏହା ସହିତ ଜନଜାତି ପିଲାମାନଙ୍କୁ ସହରର ବଡ଼ ବଡ଼ ଘରୋଇ ସ୍କୁଲରେ ଇଂରାଜୀ ମାଧ୍ୟମରେ ଶିକ୍ଷା ମଧ୍ୟ ଦିଆଯାଉଛି । ସେମାନଙ୍କ ଉଚ୍ଚଶିକ୍ଷା ପାଇଁ ଆକାଂକ୍ଷା କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରାଯାଉଛି । ୧୯ ଲକ୍ଷ ଅନୁସୂଚିତ ଜାତି ଓ ଜନଜାତି ପିଲାମାନଙ୍କୁ ମାଟ୍ରିକ ପୂର୍ବ ଓ ପରବର୍ତ୍ତୀ ବୃତ୍ତି ଆକାରରେ ୧୧୦୦ କୋଟି ଟଙ୍କା ପ୍ରଦାନ କରାଯାଉଛି । ଏହା ସହିତ ଓବିସି ଓ ଏସଇବିସି ପିଲାମାନଙ୍କ ପାଇଁ ୧୦୦ଟି ହଷ୍ଟେଲ ଓ ସଂଖ୍ୟାଲଘୁ ପିଲାମାନଙ୍କ ପାଇଁ
    ୪୦ଟି ହଷ୍ଟେଲ କରିବା ପାଇଁ ମଧ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

    ସୂଚନା ଯୋଗ୍ୟ ଯେ, ଜନଜାତି ପିଲାମାନଙ୍କ ପ୍ରତିଭାର ବିକାଶ ଓ ବାହ୍ୟ ପରିବେଶ ସହିତ ଅଭ୍ୟସ୍ତ ହେବା ଏବଂ ବିଭିନ୍ନ ବିଦ୍ୟାଳୟ ଛାତ୍ରଛାତ୍ରୀଙ୍କ ମହିତ ମିଶି ବ୍ୟକ୍ତିତ୍ୱର ବିକାଶ କରିବା ପାଇଁ ପ୍ରତିବର୍ଷ ସରଗି ଫୁଲ ଉତ୍ସବ ଆୟୋଜନ କରାଯାଉଛି । ୩ ଦିନ ଧରି ଆୟୋଜିତ ହେଉଥିବା ଏହି ଉତ୍ସବରେ ପ୍ରାୟ ୧୦୦୦ ପିଲା ଯୋଗଦେଇଛନ୍ତି । ସାରା ରାଜ୍ୟରେ ଜନଜାତି ପିଲାମାନଙ୍କ ପାଇଁ ୪୩୦୦ ଆବାସିକ ବିଦ୍ୟାଳୟ ଓ ୬୩୦୦ ହଷ୍ଟେଲ ରହିଛି । ବିଭିନ୍ନ ଜନଜାତି ବର୍ଗର ପିଲାମାନଙ୍କୁ ସଂସ୍କୃତି ଓ ଭାଷାକୁ ଦୃଷ୍ଟିରେ ରଖିି ରାଜ୍ୟ ସରକାର ସେମାନଙ୍କୁ ବହୁଭାଷୀ ଶିକ୍ଷା ପ୍ରଦାନ  କରୁଛନ୍ତି । 
    ଏହି କାର୍ଯ୍ୟକ୍ରମରେ ବିଭାଗୀୟ ମନ୍ତ୍ରୀ ରମେଶ ମାଝୀ, ମେୟର ଅନନ୍ତ ନାରାୟଣ ଜେନା ଓ ବିଭାଗୀୟ ସଚିବ ଆର. ରଘୁପ୍ରସାଦ ପ୍ରମୁଖ ଯୋଗଦେଇଥିଲେ ।  

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook