Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

କଳା

ମୁଖ୍ୟ ଖବର

    ଦୀପିକା ୧ ନଂ

    Share on :
    Date: Dec 19, 2018    Views: 171

    ନୂଆଦିଲ୍ଲୀ: ଫିଲ୍ମ ୱେବସାଇଟ ଆଇଏମଡିବି ଦ୍ୱାରା ପ୍ରକାଶିତ ହୋଇଥିବା ଭାରତୀୟ ସିନେମାର ଶୀର୍ଷ ୧୦ ତାରକାଙ୍କ ତାଲିକାରେ ଦୀପିକା ପାଦୁକୋନ ପ୍ରଥମ ସ୍ଥାନ ଗ୍ରହଣ କରିଛନ୍ତି । ସେ କିଙ୍ଗ ଖାନ ଶାହାରୁଖ ଓ ଦବଙ୍ଗ ଷ୍ଟାର ସଲମାନ ଖାଁଙ୍କ ଭଳି ତାରକାଙ୍କୁ ମଧ୍ୟରେ ପଛରେ ପକାଇ ଏହି ବାଜି ମାରିନେଇଛନ୍ତି । ଏହି ତାଲିକା ଆଇଏମଡିବି ପ୍ରୋ ଷ୍ଟାର ମିଟର ର୍ୟାଙ୍କିଂକୁ ନେଇ ପ୍ରସ୍ତୁତ କରାଯାଏ ।

    ଯାହାକି ଆଇଏମଡିବିର ୨୫ କୋଟି ମାସିକ ଭିଜିଟର୍ସଙ୍କ ବାସ୍ତବିକ ପେଜ ଭୁ୍ୟଜ ଉପରେ ଆଧାରିତ । ଏହି ତାଲିକାରେ ଶାହାରୁଖ ଖାନ ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ତାଙ୍କ ପରେ ଅମିର ଖାନ, ଐଶ୍ୱର୍ଯ୍ୟାା ରାୟ, ସଲମାନ ଖାନ, କ୍ୟାଟ୍ରିନା କୈଫ, କୁବ୍ରା ସୈତ, ଇରଫାନ ଖାନ, ରାଧିକା ଆପ୍ଟେ ଓ ଅକ୍ଷୟ କୁମାରଙ୍କ ନାମ ପର୍ଯ୍ୟାୟକ୍ରମେ ତାଲିକାଭୁକ୍ତ ହୋଇଛି । 

    Maximum 500 characters

    କଳା View all

    Find Us on Facebook