Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଯୋଜନା ଓ ବିକାଶ

ମୁଖ୍ୟ ଖବର

    ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ‘ସରଗି ଫୁଲ’ ଉଦଘାଟିତ

    Share on :
    Date: Dec 19, 2018    Views: 103

    ଭୁବନେଶ୍ୱର: ରାଜଧାନୀରେ ଆରମ୍ଭ ହେଲା ସରଗି ଫୁଲ ୨୦୧୮ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିଛନ୍ତି । ୩ ଦିନ ଧରି ଏହି କାର୍ଯ୍ୟକ୍ରମ ଚାଲିବ । ଏଥିରେ ବିଭିନ୍ନ ଜିଲ୍ଲାର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ । ଏଥିସହ ଆଦିବାସୀ ହାଟ ପାଇଁ ମଧ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିତ୍ତି ପ୍ରସ୍ତର ସ୍ଥାପନ କରିଛନ୍ତି । ଏଥିପାଇଁ ପ୍ରଥମ ପର୍ଯ୍ୟାୟରେ ୪ କୋଟି ଟଙ୍କା ବ୍ୟୟ ହେବ । ଏହି ହାଟରେ କେବଳ ଆଦିବାସୀ ସାମଗ୍ରୀ ଉପଲବ୍ଧ ହେବ ।

    ପ୍ରକାଶ ଯେ, ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ ତଥା ସଂଖ୍ୟା ଲଘୁ ଏବଂ ଅନଗ୍ରସର ବର୍ଗ କଲ୍ୟାଣ ବିଭାଗ ଦ୍ୱାରା ଏହି ଉତ୍ସବ ଆୟାଜିତ ହୋଇଆସୁଛି । ଏହି ବିଭାଗ ଅଧୀନରେ ପାଠ ପଢୁଥିବା ପିଲାମାନଙ୍କ କିଶୋର ପ୍ରତିଭାର ଆକଳନ ହେତୁ ଏହି ଉତ୍ସବର ପରିକଳ୍ପନା ନାମରୁ ହିଁ ସ୍ପଷ୍ଟ । ଜନଜାତି ସମାଜରେ ସରଗିଫୁଲ ବହୁ ଚର୍ଚ୍ଚିତ ଓ ପବିତ୍ରତମ ଫୁଲ ହିସାବରେ ପରିଚିତ । 

    Maximum 500 characters

    ଯୋଜନା ଓ ବିକାଶ View all

    Find Us on Facebook