Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ମୋଦି ଓଡ଼ିଶାରେ ପ୍ରଚାର କଲେ ଲାଭ: ନିରଞ୍ଜନ

    Share on :
    Date: Dec 18, 2018    Views: 391

    ଭୁବନେଶ୍ୱର: ଆସନ୍ତା ୨୦୧୯ ସାଧାରଣ ନିର୍ବାଚନ ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶାରେ ପ୍ରଚାର କଲେ ଲାଭ ହେବ  । ଏହା କହିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ଶ୍ରୀ ପଟ୍ଟନାୟକଙ୍କ ଏଭଳି ମନ୍ତବ୍ୟ ପରେ ଯେକେହି ବି ଭାବିବା ସ୍ୱାଭାବିକ ଯେ, ନିରଞ୍ଜନ କଂଗ୍ରେସ ନେତା ହୋଇ କିଭଳି ବିଜେପିର ହିତ ପାଇଁ ଚିନ୍ତା କରୁଛନ୍ତି  । ତେବେ ଯଦି ଏଭଳି କେହି ଭାବୁଥିବେ ତେବେ ସେମାନଙ୍କ ଏହି ଭାବନା ସମ୍ପୂର୍ଣ୍ଣ ଭୁଲ । 

    କାରଣ ମୋଦିଙ୍କୁ ଓଡ଼ିଶାରେ ପ୍ରଚାର କରିବା ପାଇଁ କହି ନିରଞ୍ଜନ କଂଗ୍ରେସର ହିତ କଥା ଚିନ୍ତା କରିଛନ୍ତି । ନିରଞ୍ଜନଙ୍କ ରାଜେନ÷ତିକ ଦୂରଦୃଷ୍ଟି ଅନୁଯାୟୀ ଗତ ନିର୍ବାଚନରେ ମୋଦି ପ୍ରଚାର କରିଥିବା ୭୦% ସିଟରେ ବିଜେପି ପରାଜୟ ବରଣ କରିଛି । ସେ ଦୃଷ୍ଟିରୁ ଓଡ଼ିଶାରେ ମୋଦି ଜୋରଦାର ପ୍ରଚାର କଲେ ଭଲ ବୋଲି ନିରଞ୍ଜନ କହିଛନ୍ତି ।

    ଏଥିସହ ନିରଞ୍ଜନ ଓଡ଼ିଶାରେ ମୋଦିଙ୍କୁ ପ୍ରଚାର କରିବାକୁ ଆହ୍ୱାନ ଦେଇଛନ୍ତି । 

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook