Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି ତଡ଼କା

ମୁଖ୍ୟ ଖବର

    ଗଛରେ ବେଲ, ପାଟିରେ ତେଲ: ମହାରଥୀ

    Share on :
    Date: Dec 18, 2018    Views: 385

    ଭୁବନେଶ୍ୱର: ମଧ୍ୟପ୍ରଦେଶ ଓ ଛତିଶଗଡ଼ରେ କଂଗ୍ରେସ ସରକାର ଆସି କୃଷିଋଣ ଛାଡ଼ କରିବାକୁ ଘୋଷଣା କରିବା ପରେ ଓଡ଼ିଶାରେ ମଧ୍ୟ କୃଷି ଋଣ ଛାଡ଼ କରିବା ନେଇ ପ୍ରତିଯୋଗିତା ଆରମ୍ଭ ହୋଇଯାଇଛି । ଉଭୟ ରାଜ୍ୟରେ ସରକାର କୃଷି ଋଣ ଛାଡ଼ କରିବା ପରେ ଓଡ଼ିଶାରେ ବିଜେପି ଓ କଂଗ୍ରେସ ମଧ୍ୟ ଏହି ରଣନୀତି ଆପଣାଇଛି ।  ତେବେ କୃଷି ଋଣ ନେଇ ବିରୋଧୀଙ୍କ ହୁଙ୍କାରକୁ ନେଇ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ କଟାକ୍ଷ କରିଛନ୍ତି । ବିରୋଧୀଙ୍କ କୃଷି ଋଣ ଛାଡ଼ ମନ୍ତବ୍ୟକୁ ‘ଗଛରେ ବେଲ, ପାଟିରେ ତେଲ’ ଭଳି କହି ମହାରଥୀ କଟାକ୍ଷ କରିଛନ୍ତି । ମହାରଥୀ କହିଛନ୍ତି ଯେ, ଯେଉଁମାନେ କୃଷି ଋଣ ଛାଡ଼ କରିବା କଥା କହୁଛନ୍ତି ସେମାନେ ଆଗ କ୍ଷମତାକୁ ଆସନ୍ତୁ  । କୃଷି ଓ କୃଷକଙ୍କ ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯାହା କରିଛନ୍ତି ତାହା କେହି କରିବେନି ବୋଲି ମହାରଥୀ କହିଛନ୍ତି । 

    ପ୍ରକାଶ ଯେ, ଆଜି ୨୦୧୯ରେ ଓଡ଼ିଶାରେ ବିଜେପି କ୍ଷମତାକୁ ଆସିଲେ କୃଷି ଋଣ ଛାଡ଼ ସହ ସୁଧ ମୁକ୍ତ ଋଣ ମଧ୍ୟ ଦିଆଯିବ ବୋଲି ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡା କହିଛନ୍ତି । ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଏଭଳି କହିଥିଲେ । 

    ସେହିପରି ଆଜି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ମଧ୍ୟ କହିଛନ୍ତି ଯେ, କଂଗ୍ରେସ ବି କୃଷି ଋଣ ଛାଡ଼ କରିବ । ପିସିସି ସଭାପତି ହେବା ଦିନରୁ  କୃଷି ଋଣ ଛାଡ଼ କଥା କହିଛି ବୋଲି ନିରଞ୍ଜନ କହିଛନ୍ତି । 
    ତେବେ ବିରୋଧୀଙ୍କ କୃଷି ଋଣ ନେଇ ବିରୋଧୀଙ୍କ ହୁଙ୍କାରକୁ ନେଇ କୃଷିମନ୍ତ୍ରୀ ପ୍ରଦୀପ ମହାରଥୀ କଟାକ୍ଷ କରି ଏହାକୁ ‘ଗଛରେ ବେଲ, ପାଟିରେ ତେଲ’ ବୋଲି  କରିଛନ୍ତି । 

    Maximum 500 characters

    ରାଜନୀତି ତଡ଼କା View all

    Find Us on Facebook