Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ତିତଲି କ୍ଷତି : ଓଡ଼ିଶାକୁ ଅତିରିକ୍ତ ୧୦୨୩ କୋଟି ମଂଜୁର କଲେ କେନ୍ଦ୍ର ସରକାର

    Share on :
    Date: Dec 17, 2018    Views: 151

    ଭୁବନେଶ୍ୱର : ତତଲି କ୍ଷତିପୂରଣ ବାବଦରେ ଓଡ଼ିଶାକୁ ଆଉ ୧୦୨୩ କୋଟି ୫୯ ଲକ୍ଷ ଟଙ୍କା ମିଳିବ  । ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠିରୁ ଏହି ସହାୟତା ପ୍ରଦାନ କରାଯିବ  । ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକରେ ଏହି ନିଷ୍ପତି ନିଆଯାଇଛି  । 

    ସୂଚନାଯୋଗ୍ୟଯେ, ଆନ୍ଧ୍ରପ୍ରଦେଶକୁ ତିତଲି କ୍ଷୟକ୍ଷତି ମିଳିଥିଲେ ମଧ୍ୟ ଓଡ଼ିଶାକୁ ଏଯାବତ ମିଳିନଥିଲା  । ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦବେଗ ପ୍ରକାଶ କରିଥିଲେ  । ପରେ ସେ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହଙ୍କ ସହ ଟେଲିଫୋନ ଯୋଗେ କଥା ହୋଇଥିଲେ  । ସେହିପରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ରାଜନାଥଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ  । 

    ତିତଲି ଯୋଗୁଁ ଓଡ଼ିଶାରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା  । କ୍ଷୟକ୍ଷତିର ପରିମାଣ ପ୍ରାୟ ଅଢେ଼ଇ ହଜାର କୋଟି ହେବ ବୋଲି ଆକଳନ କରାଯାଇଥିଲା  । ସେହିପରି ଭୂସ୍ଖଳନ ଯୋଗୁଁ ମଧ୍ୟ ବହୁ ଜୀବନହାନି ଘଟିଥିଲା  । ଇତିମଧ୍ୟରେ ରାଜ୍ୟ ସରକାର ନିଜସ୍ୱ ଅର୍ଥରେ ପ୍ରଭାବିତଙ୍କୁ ରିଲିଫ ପ୍ରଦାନ କରିବା ସହ ଗମନାଗମନ ବ୍ୟବସ୍ଥାକୁ ସୁଗମ କରିଛନ୍ତି  ।

    Read more

    ‘ତିତଲି’ କ୍ଷୟକ୍ଷତି ଅନୁଧ୍ୟାନ କରିବେ କେନ୍ଦ୍ରୀୟ ଟିମ୍

    ଭୁବନେଶ୍ୱର : କେନ୍ଦ୍ରୀୟ ଟିମ୍ ତିତଲି କ୍ଷୟକ୍ଷତିର ଅନୁଧ୍ୟାନ କରିବେ  । ଗୁରୁବାର କେନ୍ଦ୍ରୀୟ ଟିମ୍ ଗଞ୍ଜାମ ଓ ଗଜପତି ବୁଲିବା ପରେ ସଚିବାଳୟରେ ମଧ୍ୟ ଆଲୋଚନା କରିବେ  । କେନ୍ଦ୍ର ଗୃହ ମନ୍ତ୍ରଣାଳୟର ଯୁଗ୍ମ ସଚିବ ଏସ କେ ଶଶୀଙ୍କ ନେତୃତ୍ୱରେ ଶକ୍ତି ...

    Read more

    ତିତଲୀ: ଆସନ୍ତା ସପ୍ତାହରେ ଓଡ଼ିଶା ଆସିବେ କେନ୍ଦ୍ରୀୟ ଟିମ

    ଭୁବନେଶ୍ୱର: ତିତଲି ସମୀକ୍ଷା ନେଇ ଆସନ୍ତା ସପ୍ତାହରେ ଓଡ଼ିଶା ଆସିବେ କେନ୍ଦ୍ରୀୟ ଟିମ । ତିତଲି ସମୀକ୍ଷା ବୈଠକ ପରେ ଏସଆରସି ବିଷ୍ଣୁପଦ ସେଠୀ ଏହା କହିଛନ୍ତି । ତିତଲି ପ୍ରଭାବିତ ଜିଲ୍ଲା ଗଞ୍ଜାମ ଜିଲ୍ଲା ପାଇଁ ୫୦ କୋଟି  ଓ ଗଜପତି ପାଇଁ ୧୪ କୋଟି ଦିଆଯାଇଥିବା ସେ ...

    Read more

    ‘ତିତଲି’ କ୍ଷତିପୂରଣ ପାଇଁ ୨୭୭୦ କୋଟି ଟଙ୍କା

    ଭୁବନେଶ୍ୱର: ସାମୁଦ୍ରିକ ଝଡ଼  ‘ତିତଲି’ କ୍ଷତିପୂରଣ ବାବଦରେ ୨୭୭୦ କୋଟି ଟଙ୍କା ଅନୁମୋଦନ କରାଯାଇଛି । ରାଜ୍ୟ ସଚିବାଳୟରେ ସୋମବାର ଅନୁଷ୍ଠିତ ‘ତିତଲି’ ବିପର୍ଯ୍ୟୟ ବୈଠକ ପରେ ସ୍ୱତନ୍ତ୍ର ରିଲିଫ କମିଶନର ବିଷ୍ଣୁପଦ ସେଠୀ  ଏହି ସୂଚନା ଦେଇଛନ୍ତି । ସେହିପରି ...

    Maximum 500 characters

    ରାଜ୍ୟ ଖବର View all

    Find Us on Facebook