Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅର୍ଥନୀତି

ମୁଖ୍ୟ ଖବର

    ଖଣି ସୁରକ୍ଷା ସପ୍ତାହରେ ନାଲକୋ ମାଇନ୍ସ ଡିଭିଜନ୍ ସମ୍ମାନିତ

    Share on :
    Date: Dec 15, 2018    Views: 83

    ଭୁବନେଶ୍ୱର: କେନ୍ଦ୍ର ଖଣି ମନ୍ତ୍ରଣାଳୟ ଅଧୀନସ୍ଥ ନବରନô ରାଷ୍ଟ୍ରାୟତ ଉଦ୍ୟୋଗ ନ୍ୟାସନାଲ୍ ଆଲୁମିନିୟମ୍ କମ୍ପାନୀ (ନାଲ୍କୋ)ର ପଂଚପଟମାଳି ସ୍ଥିତ ବକ୍ସାଇଟ୍ ଖଣିକୁ ୩୬ତମ ବାର୍ଷିକ ମେଟାଲିକ୍ ଫେରସ୍ ମାଇନ୍ସ ସୁରକ୍ଷା ସପ୍ତାହ ପାଳନ ଅବସରରେ  ଅନେକ ପୁରସ୍କାର ମିଳିଛି । ଓଡ଼ିଶାର ସୁକିନ୍ଦାଠାରେ ଅନୁଷ୍ଠିତ ଏହି ସୁରକ୍ଷା ସପ୍ତାହ ପାଳନ କାର୍ଯ୍ୟକ୍ରମ ଅବସରରେ ବିଭିନ୍ନ କ୍ଷେତ୍ରରେ ନାଲ୍କୋର ଏହି ଖଣିକୁ ସମ୍ମାନିତ କରାଯାଇଥିଲା । ଏଥିରେ ବକ୍ସାଇଟ୍ ଖଣିର ଦକ୍ଷିଣ ବ୍ଲକ୍ ମାଇନ୍ସକୁ ସାଧାରଣ କାର୍ଯ୍ୟକ୍ରମ ପରିଚାଳନା, ମେକାନିକାଲ୍ ମେଂଟେନାନ୍ସ (ସିଏଣ୍ଡ୍ଏନ୍ ବ୍ଲକ୍), ସେଫ୍ଟି ଏଣ୍ଡ୍ କମ୍ପ୍ଲାୟାନ୍ସ (ସିଏଣ୍ଡ୍ଏନ୍ ବ୍ଲକ୍), ସେଫଟି ଷ୍ଟଲ୍ ରିନୋଭେସନ୍ (ସିଏଣ୍ଡ୍ଏନ୍ ବ୍ଲକ୍) ଏବଂ ସ୍ୱଚ୍ଛତା (ସାଉଥ୍ ବ୍ଲକ୍ ମାଇନ୍ସ) ସମ୍ମାନିତ କରାଯାଇଥିଲା । ଏହି ଗ୍ରୁପ୍ ଆୱାଡର଼୍ ବ୍ୟତୀତ ଦାମନଯୋଡ଼ିସ୍ଥିତ କମ୍ପାନୀର ମାଇନ୍ସ ଡିଭିଜନ୍ କର୍ମଚାରୀଙ୍କୁ ମଧ୍ୟ ବ୍ୟକ୍ତିଗତ ଭାବେ ସମ୍ମାନିତ କରାଯାଇଥିଲା । ଏହି ଅବସରରେ ଆୟୋଜିତ ମିଶ୍ରି ଲାଲ ମେମୋରିଆଲ ପ୍ରତିଯୋଗିତାରେ ପି.ଏଲ  ମହାନ୍ତଙ୍କୁ ସର୍ବଶ୍ରେଷ୍ଠ ସୁପରଭାଇଜର ଭାବେ ସମ୍ମାନିତ କରାଯାଇଥିଲା । ସେହିପରି ଟି. ଆମିନନ୍ଙ୍କୁ ସର୍ବଶ୍ରେଷ୍ଠ ଏଚଇଏମଏମ୍ ଅପରେଟର ଭାବେ ପୁରଷ୍କୃତ କରାଯାଇଥିଲା । 

     

    Maximum 500 characters

    ଅର୍ଥନୀତି View all

    Find Us on Facebook