Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ‘ହକି ହି ଜିନେ୍ଦଗୀ’ ପୁସ୍ତକ ଲୋକାର୍ପିତ

    Share on :
    ajab-Image
    Date: Dec 15, 2018    Views: 421

    ଭୁବନେଶ୍ୱର: ଓଡିଶାରେ ହକି ବିଶ୍ୱକପ ଚାଲୁଥିବା ବେଳେ ଓଡିଶାର ଜନଜାତି ହକି ଖେଳାଳିମାନଙ୍କ ଉପରେ ପୁସ୍ତକ ‘ହକି ହି ଜିନେ୍ଦଗୀ’ ପୁସ୍ତକକୁ ଲୋକର୍ପିଣ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ବିଶିଷ୍ଠ କ୍ରୀଡା ସାମ୍ବାଦିକ ସତ୍ୟପାଲ ସିଂହଙ୍କ ଏକ ବର୍ଷ ବ୍ୟାପି ପରିଶ୍ରମ ଆଧାରରେ ଲେଖା ଯାଇଥିବା ଏହି ପୁସ୍ତକକୁ ନ୍ୟାସନାଲ ୟୁଥ କୋଅପରେଟିଭ ତରଫରୁ ପ୍ରକାଶିତ କରାଯାଇଛି । ଶ୍ରୀ ପ୍ରଧାନ କହିଛନ୍ତି ଯେ, ବିଶ୍ୱ ଦରବାରରେ ଓଡିଆ ଖେଳାଳି ମାନଙ୍କର ସ୍ୱତନ୍ତ୍ର ସ୍ଥାନ ରହିଛି । ସେମାନଙ୍କ ଉଦ୍ୟମ ଓ ପରାକାଷ୍ଠା ବଳରେ ସେମାନେ ଓଡିଶା ଓ ସାରା ଦେଶ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି । ଗୋଟିଏ ପଟେ ହକି ବିଶ୍ୱକପ ଓଡିଶାରେ ହେଉଥିବା ସମୟରେ ‘ହକି ହି ଜିନେ୍ଦଗୀ’ ଭଳି ପୁସ୍ତକ ଓଡିଶାରେ ଲୋକାର୍ପଣ ହେବା ସମସ୍ତଙ୍କ ପାଇଁ ସୌଭାଗ୍ୟର କଥା । ତେବେ ଏହି ପୁସ୍ତକର ଓଡିଆ ଓ ଇଂରାଜୀ ସଂସ୍କରଣ ପ୍ରକାଶ କରିବାକୁ ପରାମର୍ଶ ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଆଜି ପୁସ୍ତକର ଲୋକାର୍ପଣ ଉତ୍ସବରେ ଯୋଗଦେଇ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ କହିଛନ୍ତି ଯେ, ସେ ମାଇକେଲ କିଣ୍ଡୋ ହୁଅନ୍ତୁ ଅବା ଦିଲୀପ ତିର୍କୀ ଅବା ପ୍ରବୋଧ ତିର୍କୀ ଇଗ୍ନେଶ ତିର୍କୀ ଅଥବା ଦୁ୍ୟତି ଚାନ୍ଦ ଓ ଶ୍ରାବଣୀ ନନ୍ଦ । ସାମାନ୍ୟ ଘରେ ଜନ୍ମ ନେଇ ଏହି ପିଲାମାନେ ଦେଶ ବିଦେଶରେ ଓଡିଶା ପାଇଁ ନାଁ ଆଣିବା ସହ ରାଜ୍ୟର ଗୌରବ ବଢାଇଛନ୍ତି । ସୁନ୍ଦରଗଡ ଜିଲା ଓଡିଶାର ହକି ଓ ଆଥଲେଟିକ୍ସର ପ୍ରାଣକେନ୍ଦ୍ର କହିଥିବା ବେଳେ ଏହି ଜିଲାରେ ଗୋଟିଏ ଦୁଇଟି ସ୍ଥାନରେ ଖେଳ ଅଭ୍ୟାସ ପାଇଁ ବ୍ୟବସ୍ଥା ଥିବା ବେଳେ ଜିଲା ତମାମର ପିଲା ସବୁ ଅସୁବିଧାକୁ ସାମ୍ନା କରି ଦେଶ ସାମ୍ନାରେ ନିଜ ପାଇଁ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବାରେ ସକ୍ଷମ ହୋଇଛନ୍ତି । ଭାରତୀୟ ହକି ଦଳ ସହ ଉପସ୍ଥିତ ଥିବା ଅଧିନାୟକ ମନପ୍ରୀତ୍ ସିଂହଙ୍କୁ ସେ ବ୍ୟକ୍ତିଗତ ଭାବେ ଜାଣିଥିବା ଓ ପଞ୍ଜାବର ଜଣେ ଚାଷୀଙ୍କ ପୁଅ ହୋଇ ମଧ୍ୟ ସେ ଭାରତୀୟ ଦଳର ନେତୃତ୍ୱ ନେଇଛନ୍ତି । ହକି ବିଶ୍ୱକପରେ ହକି ଦଳର କ୍ରୀଡା ପ୍ରଦର୍ଶନ ଉଚ୍ଚମାନର କହିବା ସହ ଆଗାମୀ ବିଶ୍ୱକପର ଅଧିକାରୀ ଭାରତୀୟ ଦଳ ହେବ ବୋଲି କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଆଶାବ୍ୟକ୍ତ କରିଛନ୍ତି ।

    Maximum 500 characters

    ଖେଳ ଖବର View all

    Find Us on Facebook