Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ହକି ବିଶ୍ୱକପରୁ ଭାରତର ବିଦାୟ, ହକିପ୍ରେମୀ ନିରାଶ

    Share on :
    Date: Dec 14, 2018    Views: 169

    ଭୁବନେଶ୍ୱର: ଦୀର୍ଘ ୪୩ବର୍ଷ ପରେ ହକି ବିଶ୍ୱକପ ଜିତିବା ଲାଗି ଭାରତ ଯେଉଁ ସ୍ୱପ୍ନ ଦେଖିଥିଲା ତାହା ମଉଳିଯାଇଛି । ଫଳରେ ହକିପ୍ରେମୀମାନଙ୍କୁ ନିରାଶ ହେବାକୁ ପଡ଼ିଛି । କ୍ୱାର୍ଟର ଫାଇନାଲରୁ ଭାରତକୁ ବିଦାୟ ନେବାକୁ ପଡ଼ିଛି । ସଂଘର୍ଷପୂର୍ଣ୍ଣ ହକି ଖେଳି ଭାରତ ହୃଦୟ ଜୟ କରିଥିଲେ ମଧ୍ୟ ୪ର୍ଥ କ୍ୱାର୍ଟର ଫାଇନାଲ ମ୍ୟାଚରେ ନେଦରଲାଣ୍ଡ ଠାରୁ ଭାରତ ୨-୧ ଗୋଲରେ ପରାସ୍ତ ହୋଇଛି । ୩ଥର ବିଶ୍ୱଚାମ୍ପିଅନ ନେଦରଲାଣ୍ଡ ୪ର୍ଥ ଦଳ ଭାବେ ବିଶ୍ୱକପର ସେମିଫାଇନାଲରେ ପହଁଚିଛି । ବିଶ୍ୱମାନ୍ୟତାର ୪ର୍ଥ ସ୍ଥାନରେ ଥିବା ନେଦରଲାଣ୍ଡସ ଓ ୫ମ ସ୍ଥାନରେ ଥିବା ଭାରତ ମଧ୍ୟରେ ୪ର୍ଥ କ୍ୱାର୍ଟର ଫାଇନାଲ ବେଶ ସଂଘର୍ଷପୂର୍ଣ୍ଣ ଥିଲା । ମ୍ୟାଚ ଆରମ୍ଭରୁ ଉଭୟ ଦଳ ବେଶ ଆକ୍ରମଣାତ୍ମକ ଖେଳିଥିଲେ । ୧୨ ମିନିଟ୍ରେ ଭାରତକୁ ପ୍ରଥମ ପେନାଲଟି କର୍ଣ୍ଣର ମିଳିଥିଲା । ହରମନପି୍ରତ ସିଂହଙ୍କ ହିଟକୁ ନେଦରଲାଣ୍ଡସ ଗୋଲରକ୍ଷକ ରୋକିଥିଲେ ହେଁ ରିବାଉଣ୍ଡରୁ ବଲ ପାଇ ଆକାଶଦୀପ ସିଂହ ପ୍ରଥମ ଗୋଲ ଦେଇଥିଲେ । ୧୫ ମିନିଟ୍ରେ ନେଦରଲାଣ୍ଡସ ଥିଏରି ବି୍ରଙ୍କମ୍ୟାନ ଗୋଲ ଶୁଝାଇଥିଲେ । ୩୪ ମିନିଟ୍ରେ ପୁଣି ନେଦରଲାଣ୍ଡସ କ୍ରମାଗତ ୨ୟ ପେନାଲଟି କର୍ଣ୍ଣର ପାଇଥିଲା । ଏହାର ଉଭୟ ପ୍ରୟାସ ବେକାର ଯାଇଥିଲା । ୩୯ମିନିଟ୍ରେ ନେଦରଲାଣ୍ଡସ ଗୋଲ ଦେବାର ଏକ ସୁଯୋଗ ଛାଡ଼ିଥିଲା । ତେବେ ୫୦ମିନିଟ୍ରେ ନେଦରଲାଣ୍ଡସ ଆଉ ଏକ ଗୋଲଦେଇ ୨-୧ରେ ଆଗୁଆ ରହିଥିଲା । 

    Maximum 500 characters

    ଖେଳ ଖବର View all

    Find Us on Facebook