Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଅର୍ଥନୀତି

ମୁଖ୍ୟ ଖବର

    ସେୟାର ବଜାରରେ ହଲଚଲ, ଅମ୍ବାନୀ ଓ ଆଦାନୀ ପ୍ରଭାବିତ

    Share on :
    Date: Dec 10, 2018    Views: 353

    ଭୁବନେଶ୍ୱର : ମଙ୍ଗଳବାର ପ୍ରକାଶ ପାଇବ ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ଼, ତେଲେଙ୍ଗାନା ଓ ମିଜୋରମ ବିଧାନସଭା ନିର୍ବାଚନ ଫଳାଫଳ  । ୨୦୧୯ ନିର୍ବାଚନକୁ ଏହି ଫଳାଫଳ ନୂଆ ଦିଶା ଦେବାର ଥିବାବେଳେ ବିଜେପି ସପକ୍ଷରେ ଅଙ୍କ ନଥିବା ଏକଜିଟ ପୋଲରେ ପୂର୍ବାନୁମାନ କରାଯାଇଛି  । ଯାହାର ପ୍ରଭାବ ସେୟାର ବଜାର ଉପରେ ମଧ୍ୟ ପଡ଼ିଛି  । ନିର୍ବାଚନ ଫଳ କ’ଣ ହେବ ତାହା ଚୂଡ଼ାନ୍ତ ହୋଇନଥିଲେ ବି ନିବେଶକମାନେ ବେଶ ସତର୍କ ହୋଇପଡ଼ିଛନ୍ତି  । ଅନେକ ନିବେଶକ ସେୟାର ବଜାରରୁ ନିବେଶ ପ୍ରତ୍ୟାହାର କରିନେବାରୁ ଅନେକ କମ୍ପାନୀର ଅଂଶଧନ ମୂଲ୍ୟ ହ୍ରାସ ପାଇଛି  । ସେହିପରି ତୈଳ ଦର ବୃଦ୍ଧିର ଆଶଙ୍କା ରହିଥିବାରୁ ତାହାର ପ୍ରଭାବ ମଧ୍ୟ ସେୟାର ବଜାର ଉପରେ ପଡ଼ିଥିବା ଲକ୍ଷ୍ୟ କରାଯାଇଛି  । ସବୁଠାରୁ ବଡ଼ କଥା ହେଉଛି, ଗୌତମ ଆଦାନୀଙ୍କ ଆଦାନୀ ଗ୍ରୁପ ଓ ଅନୀଲ ଅମ୍ବାନୀ ଓ ମୁକେଶ ଅମ୍ବାନୀଙ୍କ ରିଲିୟାନ୍ସ ଗ୍ରୁପ ବହୁଳ ଭାବେ ପ୍ରଭାବିତ ହୋଇଛି  । ଏହି ସବୁ କମ୍ପାନୀର ଷ୍ଟକ ମୂଲ୍ୟ ପ୍ରାୟ ୧୦% ପର୍ଯ୍ୟନ୍ତ ହ୍ରାସ ପାଇଛି  । ମଙ୍ଗଳବାର ସେୟାର ବଜାରର ମତି କେମିତି ରହିବ ତାହା ଉପରେ ନିବେଶକମାନଙ୍କ ନଜର ରହିଛି  । ମଙ୍ଗଳବାର ମଧ୍ୟାହ୍ନ ସୁଦ୍ଧା କେଉଁ ରାଜ୍ୟରେ କିଏ ସରକାର ଗଢ଼ିବ ତାହାର ସ୍ଥିତି ସ୍ପଷ୍ଟ ହୋଇଯିବ  । ଯଦି ବିଜେପି ଭଲ ପ୍ରଦର୍ଶନ କରେ ତେବେ ପୁଣି ସେୟାର ବଜାର ଲମ୍ବଡ଼ିଅାଁ ମାରିବ  । କିନ୍ତୁ ବିଜେପିକୁ ମାତ ଦେଇ ଯଦି କଂଗ୍ରେସ ଭଲ ଫଳାଫଳ କରେ ତେବେ ସେୟାର ବଜାର ନିମ୍ନମୁଖୀ ହେବବୋଲି କୁହାଯାଉଛି  । ସେହିପରି ଏହାର ପ୍ରଭାବ ଟଙ୍କା ଉପରେ ମଧ୍ୟ ପଡ଼ିଛି  । ଟଙ୍କାର ମୂଲ୍ୟ ଡଲାର ତୁଳନାରେ ୭୧.୪୪ରେ ପହଁଛିଛି  । ଖାଲି ସେତିକିନୁହେଁ ଅନ୍ତର୍ଜାତୀୟ ସେୟାର ବଜାରର ପ୍ରଭାବ ମଧ୍ୟ ଭାରତୀୟ ବଜାର ଉପରେ ପଡ଼ିଛି  । ୱାସିଂଟନ ଓ ବେଜିଂ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧର ପ୍ରଭାବ ମଧ୍ୟ ଆଗାମୀ ଦିନରେ ଷ୍ଟକ ବଜାରକୁ ପ୍ରଭାବିତ କରିବ ବୋଲି ଅର୍ଥନୀତିକ ବିଶାରଦମାନେ ମତପୋଷଣ କରିଛନ୍ତି  ।

    Maximum 500 characters

    ଅର୍ଥନୀତି View all

    Find Us on Facebook