Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    କାନାଡ଼ାକୁ ହରାଇ କ୍ୱାର୍ଟରରେ ଭାରତ

    Share on :
    Date: Dec 9, 2018    Views: 139

    ଭୁବନେଶ୍ୱର : ପୁରୁଷ ବିଶ୍ୱକପ ହକି କ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛି ଭାରତ  । କଳିଙ୍ଗ ଷ୍ଟାଡ଼ିୟମରେ ଖେଳା ଯାଇଥିବା ପୁଲ-ସି ମ୍ୟାଚରେ କାନାଡ଼ାକୁ ୫-୧ ଗୋଲରେ ଭାରତ ପରାସ୍ତ କରିଛି  । ଫଳରେ ୭ ପଏଂଟ ସହ ଭାରତ ପୁଲ ଶୀର୍ଷରେ ପହଁଚିଛି  । ଅପରପକ୍ଷରେ ବେଲଜିୟମ ସମାନ ୭ ପଏଂଟ ପାଇଥିଲେ ମଧ୍ୟ ଗୋଲ ଦେବାରେ ଭାରତ ଆଗରେ ରହିଛି  । ୪ର୍ଥ କ୍ରସ ଓଭର ମ୍ୟାଚର ବିଜେତା ବିପକ୍ଷରେ ଭାରତ ୧୩ରେ କ୍ୱାର୍ଟର ଫାଇନାଲ ଖେଳିବ  । ଶନିବାର ଦର୍ଶକମାନେ ରୋମାଂଚକର ହକି ଦେଖିବାକୁ ପାଇଥିଲେ  । ପ୍ରଥମାର୍ଦ୍ଧରେ ଉଭୟ ଦଳ ପ୍ରଭାବ ବିସ୍ତାର କରିଥିଲେ  । ଭାରତ ପ୍ରଥମେ ଗୋଲ ଦେଇ ଆଗୁଆ ଥିଲେ ହେଁ କାନାଡ଼ା ଗୋଲ ଶୁଝାଇ ଭାରତକୁ ଚିନ୍ତାରେ ପକାଇ ଦେଇଥିଲା  । ତେବେ ୪ର୍ଥ କ୍ୱାର୍ଟରରେ ଭାରତ ୪ଟି ଗୋଲ ସ୍କୋର କରି କ୍ୱାର୍ଟର ଫାଇନାଲ ଖେଳିବା ନିଶ୍ଚିତ କରିଥିଲା  । ଭାରତ ପକ୍ଷରୁ ହରମନପ୍ରୀତ ସିଂହ ପ୍ରଥମ ଗୋଲ ସ୍କୋର କରିଥିଲେ  । ଶେଷ କ୍ୱାର୍ଟରରେ ଭାରତୀୟ ଦର୍ଶକମାନେ ଝୁମି ଉଠିଥିଲେ  । ଭାରତ ପକ୍ଷରୁ ଚିଙ୍ଗଲେନସାହା ସିଂହ, ଲଳିତ କୁମାର ଉପାଧ୍ୟାୟ ଓ ଅମିତ ରୋହିତ ଦାସ ଗୋଲ ଦେଇଥିଲେ  । ଲଳିତ ମ୍ୟାଚରେ ୨ଟି ଗୋଲ ଦେଇ ମ୍ୟାନ ଅଫ ଦ ମ୍ୟାଚ ହୋଇଥିଲେ  । 

    Maximum 500 characters

    ଖେଳ ଖବର View all

    Find Us on Facebook