Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଖେଳ ଖବର

ମୁଖ୍ୟ ଖବର

    ଭାରତର ପଲା ଭାରି

    Share on :
    Date: Dec 8, 2018    Views: 117

    ଭୁବନେଶ୍ୱର: ପୁରୁଷ ହକି ବିଶ୍ୱକପର ପୁଲ ‘ସି’ ତୃତୀୟ ତଥା ଚୂଡ଼ାନ୍ତ ରାଉଣ୍ଡ ଲିଗ ଖେଳ ଆଜି ଅନୁଷ୍ଠିତ ହେବ । ଆଜି ୨ଟି ମ୍ୟାଚ ହେବାକୁ ଥିବାବେଳେ ରାତି ୭ଟାରେ ଅୟୋଜକ ଭାରତ ସହ କାନାଡ଼ା ସହ ଟକ୍କର ହେବ ।

    ତେବେ ଫର୍ମ ଓ ପ୍ରଦର୍ଶନ ଦୃଷ୍ଟିରୁ ବିଶ୍ୱର ୧୧ ନଂ ଦଳ କାନାଡ଼ା ବିପକ୍ଷରେ ଭାରତର ପଲା ଭାରି ରହିଛି । କିନ୍ତୁ ଗୁରୁବାର ବିଶ୍ୱ ମାନ୍ୟତାର ୨୦ ତମ ଦଳ ପ୍ରାନ୍ସ ଅଲିମ୍ପିକ୍ସ ଚାମ୍ପିଅନ ଆର୍ଜେଣ୍ଟିନାକୁ ହରାଇବା ପରେ ଆଧୁନିକ ହକିରେ କିଛି ବି ସମ୍ଭବ ବୋଲି ପ୍ରମାଣିତ ହୋଇଛି । ୨୦୧୬ ରିଓ ଅଲିମ୍ପିକ୍ସରେ ଭାରତ ଓ କାନାଡ଼ା ପରସ୍ପରକୁ ଭେଟିଥିଲେ । ଏହି ମ୍ୟାଚରେ କାନାଡ଼ା ଚମକ୍ରାର ପ୍ରଦର୍ଶନ କରି ମ୍ୟାଚକୁ ଡ୍ର ରଖିଥିଲା । ସେହିପରି ଗତ ବର୍ଷ ଲଣ୍ଡନରେ ଅନୁଷ୍ଠିତ ବିଶ୍ୱକପ ସେମି ଫାଇନାଲରେ କାନାଡ଼ା ୩-୨ ଗୋଲରେ ଭାରତକୁ ହରାଇ ପଞ୍ଚମ ସ୍ଥାନ ହାସଲ କରିଥିଲା ।

    କାନାଡ଼ା ବିପକ୍ଷରେ ଭାରତ ୨୦୧୩ରୁ ଏପର୍ଯ୍ୟନ୍ତ ୫ଟି ମ୍ୟାଚ ଖେଳିଛି । ଏଥିରୁ ୩ଟି ମ୍ୟାଚରେ ଭାରତ ବିଜୟୀ ହୋଇଥିବାବେଳେ ଗୋଟିଏ ହାରିଛି ଓ ଗୋଟିଏ ଡ୍ର ରହିଛି ସବୁଠାରୁ ବଡ଼ କଥା ହେଲା କାନାଡ଼ା ତାର ପ୍ରଥମ ମ୍ୟାଚ ବେଲଜିୟମ ଠାରୁ ପରାଜିତ ହୋଇଥିଲେ ହେଁ କଡ଼ା ଟକ୍କର ଦେଇଥିଲା । ଭାରତୀୟ ଦଳକୁ ଏଥିପ୍ରତି ସତର୍କ ରହିବାକୁ ପଡ଼ିବ । ଅନ୍ତିମ କ୍ଷଣରେ ଗୋଲ ହରାଇବାର ଅଭ୍ୟାସକୁ ଭାରତ ଦୂର କରିବା ଆବଶ୍ୟକ ।

     

    Maximum 500 characters

    ଖେଳ ଖବର View all

    Find Us on Facebook