Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହଙ୍କୁ ଭେଟିଲା ଏକ ପ୍ରତିନିଧି ଦଳ

    Share on :
    Date: Dec 7, 2018    Views: 19

    ନୂଆଦିଲୀ: ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ହୋ ଭାଷାକୁ ସ୍ଥାନ ଦେବାକୁ ଦାବି କରି ଏକ ପ୍ରତିନିଧି ମଣ୍ଡଳୀ ଆଜି କେନ୍ଦ୍ର ଗୃହମବୀ ରାଜନାଥ ସିଂହଙ୍କୁ ଭେଟି ଦାବୀପତ୍ର ପ୍ରଦାନ କରିଛନ୍ତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନେତୃତ୍ୱରେ ଓଡିଶା, ପଶ୍ଚିମବଙ୍ଗଳା, ଆସାମ, ଝାଡଖଣ୍ଡର ଏକ ପ୍ରତିନିଧି ମଣ୍ଡଳୀ କେନ୍ଦ୍ର ଗୃହମବୀଙ୍କୁ ଭେଟି ଦାବୀପତ୍ର ପ୍ରଦାନ କରିଛନ୍ତି । ଏ ଅବସରରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଦେଶର ଏହି ସବୁ ରାଜ୍ୟ ମାନଙ୍କରେ ବସବାସ କରୁଥିବା ହୋ ଭାଷାଭାଷୀ ମାନଙ୍କର ଏକ ଶୋଭାଯାତ୍ରା ଓ ଧାରଣା ଦିଲୀରେ ହୋଇଥିଲା । ଦେଶ ତମାମ ୧ ହଜାରରୁ ଅଧିକ ପ୍ରତିନିଧି ମାନେ ଯୋଗଦାନ କରିବା ସହ ହୋ ଭାଷାକୁ ୮ମ ଅନୁଚ୍ଛେଦରେ ସାମିଲ କରିବା ପାଇଁ ଦାବି କରିଥିଲେ । ସେମାନଙ୍କର ନେତୃ ସ୍ଥାନୀୟ ନେତା ଗୃହମନ୍ତ୍ରୀଙ୍କୁ ଭେଟି ତାଙ୍କର ଦାବୀପତ୍ର ପ୍ରଦାନ କରିଛନ୍ତି । ଏ ଅବସରରେ କେନ୍ଦ୍ରଗୃହମନ୍ତ୍ରୀ ରାଜନାଥ ସିଂହ ତାଙ୍କର ଦାବିକୁ ସହୃଦୟତାର ସହ ଗ୍ରହଣ କରି ଏହାର କ୍ରିୟାନ୍ୱୟନ ପାଇଁ ଯଥାବିଧି ପ୍ରତିଶୃତି ଦେଇଥିବା ହେତୁ କେନ୍ଦ୍ରମବୀ ଶ୍ରୀ ପ୍ରଧାନ କେନ୍ଦ୍ର ଗୃହମନ୍ତ୍ରୀଙ୍କୁ ଧନ୍ୟବାଦ ପ୍ରଦାନ କରିଛନ୍ତି ।

    Maximum 500 characters

    ରାଜ୍ୟ ଖବର View all

    Find Us on Facebook