Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଶ୍ରୀକାନ୍ତଙ୍କ ରଣହୁଙ୍କାର: ଗାଁକୁ ଗାଁ ଯାଇ ଜନମତ ଲୋଡ଼ିବି

    Share on :
    Date: Dec 7, 2018    Views: 797

    ଦୁଇଟି ପରିବାର ନା ୯୪% ଲୋକଙ୍କ ଶାସନ ଚାଲିବ ତାହା ଲୋକେ କହିବେ

    ଭୁବନେଶ୍ୱର: ଇସ୍ତାହାର କମିଟି ଅଧ୍ୟକ୍ଷ ପଦରୁ ବାଦ ପରେ ରଣହୁଙ୍କାର ଦେଇଛନ୍ତି ଶ୍ରୀକାନ୍ତ ଜେନା । ତାଙ୍କ ବିରୋଧରେ ଦଳୀୟ ନେତୃବୃନ୍ଦ ବିଶୃଙ୍ଖଳା ଅଭିଯୋଗ ଆଣିବା ପରେ ସେ ରଣହୁଙ୍କାର ଦେଇଛନ୍ତି । ଏଥିସହ ଏକ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ସେ ପରବର୍ତ୍ତୀ କାର୍ଯ୍ୟପନ୍ଥା ସମ୍ପର୍କରେ ମଧ୍ୟ ସୂଚନା ଦେଇଛନ୍ତି । ଏପରିକି ସେ ଗାଁକୁ ଗାଁ ଯାଇ ଜନମତ ଲୋଡ଼ିବେ ବୋଲି କହିଛନ୍ତି । ଗାଁ ଗଣ୍ଡାରେ ମତଦାନ ବାକ୍ସ ଲାଗିବ । ଦୁଇଟି ପରିବାର ନା ୯୪% ଲୋକଙ୍କ ଶାସନ ଚାଲିବ ସେ ସମ୍ପର୍କରେ ଲୋକେ ହିଁ କହିବେ ବୋଲି ଶ୍ରୀକାନ୍ତ କହିଛନ୍ତି । 

    ସେ କହିଛନ୍ତି ଯେ, ଇସ୍ତାହାର କମିଟି ଅଧ୍ୟକ୍ଷ ପରେ ମୁଁ ମୁଖବନ୍ଧ ପ୍ରସ୍ତୁତ କରିଥିଲି । କଂଗ୍ରେସ କ୍ଷମତାକୁ ଆସିଲେ ଓବିସି ବର୍ଗରୁ ମୁଖ୍ୟମନ୍ତ୍ରୀ ପାଇଁ କହିଥିଲି । ଏସସି ଓ ଏସଟି ବର୍ଗରୁ ଉପମୁଖ୍ୟମନ୍ତ୍ରୀ ପାଇଁ ମୁଖବନ୍ଧରେ କରିଥିଲି । ଖଣିଜ ସମ୍ପଦ ଲୁଟ କରିଥିବା ମାଫିଆଙ୍କ ସମ୍ପତ୍ତି ବାଜ୍ୟାପ୍ତ କରିବା ପାଇଁ କହିଥିଲି । ତେବେ ଏସବୁକୁ ବାହାରେ ନକହିବା ପାଇଁ ମୋତେ ପ୍ରଭାରୀ ଜିତେନ୍ଦ୍ର ସିଂହ କହିଥିଲେ । ଏଥିରେ ଯଦି ଆପଣ ଅରାଜି ତ ମୋତେ କାଢି ଦିଅନ୍ତୁ ବୋଲି ସେ ଜିତେନ୍ଦ୍ର ସିଂହଙ୍କୁ କହିଥିବା ଶ୍ରୀକାନ୍ତ ଉକ୍ତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ।

    ଏହାଛଡ଼ା ସେ କହିଛନ୍ତି ଯେ, ଏବେ ମୋତେ କାଢିଦେଲେ ମୁଁ ଖୁସି ଅଛି  । ମୁଁ ଯେଉଁ ଇସୁ୍ୟ ଉଠାଇଥିଲି ତାକୁ ନେଇ ମୁଁ ଗାଁ ଗଣ୍ଡାକୁ ଯିବି । ଜନମତ ଲୋଡ଼ା ଯିବ  । ଗାଁ ଗଣ୍ଡାରେ ମତଦାନ ବାକ୍ସ ଲାଗିବ । ଦୁଇଟି ପରିବାର ନା ୯୪% ଲୋକଙ୍କ ଶାସନ ଚାଲିବ ସେ ସମ୍ପର୍କରେ ଲୋକେ ହିଁ କହିବେ ବୋଲି ଶ୍ରୀକାନ୍ତ କହିଛନ୍ତି ।  

    ପ୍ରକାଶ ଯେ, ଆଜି ଶ୍ରୀକାନ୍ତଙ୍କ ବିଶୃଙ୍ଖଳିତ ଆଚରଣ ସମ୍ପର୍କରେ  ବିଧାୟକ ତାରା ବାହିନୀପତି, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଓ  ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷ ହେମାନନ୍ଦ ବିଶ୍ୱାଳ ମତ ରଖିଥିଲେ ।
    ଶ୍ରୀକାନ୍ତ ଜେନା ଦଳର ବହୁତ କ୍ଷତି କଲେଣି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହାର ବିଚାର କରିବା ଦରକାର ବୋଲି ତାରା କହିଥିଲେ ।

    ସେହିପର ଶ୍ରୀକାନ୍ତ ଜେନା ଓ ପୂର୍ବତନ କଂଗ୍ରେସ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କ ସମ୍ପର୍କରେ ନିଜ   ପ୍ରତିକ୍ରିୟା ରଖି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ ଯେ, ଉଭୟ ଯଦି ଦଳ ଭିତରେ ରହି ଦଳ ଭାଙ୍ଗୁଥିବେ ତେବେ ସେ ସମ୍ପର୍କରେ ତର୍ଜମା ଓ ପରୀକ୍ଷା କରାଯିବ । ସେସବୁ ସତ୍ୟ ହୋଇଥିଲେ ପରବର୍ତ୍ତୀ ଅବସ୍ଥାରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କିନ୍ତୁ ବିଶୃଙ୍ଖଳାକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ଶ୍ରୀ ପଟ୍ଟନାୟକ ରୋକଠୋକ କହିଥିଲେ ।

    ସେହିପରି ହେମାନନ୍ଦ ବିଶ୍ୱାଳ କହିଥିଲେ ଯେ, ବିଶୃଙ୍ଖଳା ପାଇଁ ଶ୍ରୀକାନ୍ତ ଜେନାଙ୍କୁ ପଦଚୁ୍ୟତ କରାଯାଇଛି । ଶ୍ରୀକାନ୍ତଙ୍କୁ ଶୃଙ୍ଖଳିତ କରିବା ପାଇଁ ପଦକ୍ଷେପ ନିଆଯାଇଛି ।  ଏଇଠୁ ସେ ନଚେତିଲେ ପରିମାଣ କଣ ହେବ ଏବେ ଠାରୁ କହିବା ଅନୁଚିତ । ଅଧିକ ବିଶୃଙ୍ଖଳିତ ହେଲେ ଅନେକ ପଦକ୍ଷେପ ବ୍ୟବସ୍ଥା ରହିଛି ।  କାରଣ ଦର୍ଶାଅ, ନିଲମ୍ବନରୁ ବହିଷ୍କାର ଯାଏ ପ୍ରବଧାନ ରହିଥିବା ଶ୍ରୀ ବିଶ୍ୱାଳ କହିଥିଲେ ।

    Maximum 500 characters

    ରାଜନୀତି View all

    Find Us on Facebook