Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜ୍ୟ ଖବର

ମୁଖ୍ୟ ଖବର

    ମହୁ ମାଛି ରୋକିବ ହାତୀ ମୃତୁ୍ୟ

    Share on :
    Date: Dec 7, 2018    Views: 57

    ଭୁବନେଶ୍ୱର: ଗତ କିଛି ମାସ ହେଲା ଓଡ଼ିଶାରେ ବିଭିନ୍ନ କାରଣରୁ ହାତୀଙ୍କ ମୃତୁ୍ୟ ସଂଖ୍ୟା ଧୀରେ ଧୀରେ ବଢିବାରେ ଲାଗିଛି । ତନ୍ମଧ୍ୟରୁ ବିଶେଷ କରି ଟ୍ରେନ ଧକ୍କାରେ ହାତୀ ମୃତୁ୍ୟ ସଂଖ୍ୟା ଅଧିକ । ତେଣୁ ଏହାକୁ ରୋକିବା ପାଇଁ ଏବେ ଅଭିନବ ପନ୍ଥା ଗ୍ରହଣ କରିବାକୁ ନିଷ୍ପତ୍ତି ନିଆଯାଇଛି । ହାତୀ ମୃତୁ୍ୟକୁ ରୋକିବା ପାଇଁ ମହୁମାଛି ଶବ୍ଦର ଉପଯୋଗ କରାଯିବାକୁ ନିଷ୍ପତ୍ତି ନିଆଯାଇଛି । ରେଳ, ଶକ୍ତି ବିଭାଗ ଓ ବନ ବିଭାଗର ମିଳିତ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଥିବା ଅତିରିକ୍ତ ପିସିସିଏଫ ସୁଦର୍ଶନ ପଣ୍ଡା ସୂଚନା ଦେଇଛନ୍ତି । 

    ପ୍ରକାଶ ଯେ, ହାତୀ ପାଇଁ ମହୁମାଛି ଶବ୍ଦ ବାହାର କରୁଥିବା ମେସିନ ବ୍ୟବହାର କରାଯିବ । ରେଳ ଧାରଣା କଡ଼ରେ ଉକ୍ତ ମେସିନଗୁଡ଼ିକ ଲଗାଯିବ । ଉକ୍ତ ମେସିନରୁ ମହୁମାଛି ଶବ୍ଦ ବାହାରିବ । ରେଳ ଆସିବା ସମୟରେ ଶବ୍ଦ ବାହାରିଲେ ରେଳ ଲାଇନର ପାଖ ମାଡ଼ିବେନି ହାତୀ । ଏନେଇ ଢେଙ୍କାନାଳ ଜିଲ୍ଲା ସଦାଶିବପୁର ଷ୍ଟେସନରେ ପାଇଲଟ ପ୍ରୋଜେକ୍ଟ ଆରମ୍ଭ ହୋଇଛି  । ସେହିପରି ଏହି ମେସିନ ଲଗାଇବା ପାଇଁ ଝାରସୁଗୁଡ଼ା, କେନ୍ଦୁଝର, ଢେଙ୍କାନାଳ ଡିଏଫଓମାନଙ୍କୁ ସ୍ଥାନ ଚିହ୍ନଟ କରିବାକୁ ନିଦେ୍ର୍ଧଶ ଦିଆଯାଇଛି ।  

    Maximum 500 characters

    ରାଜ୍ୟ ଖବର View all

    Find Us on Facebook