Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ବିଶୃଙ୍ଖଳା ପାଇଁ ଶ୍ରୀକାନ୍ତ ଜେନା ପଦଚୁ୍ୟତ: ହେମାନନ୍ଦ

    Share on :
    Date: Dec 7, 2018    Views: 743

    ଭୁବନେଶ୍ୱର: ବିଶୃଙ୍ଖଳା ପାଇଁ ଶ୍ରୀକାନ୍ତ ଜେନାଙ୍କୁ ପଦଚୁ୍ୟତ କରାଯାଇଛି । ଇସ୍ତାହାର କମିଟି ଅଧ୍ୟକ୍ଷ ପଦରୁ ଶ୍ରୀକାନ୍ତଙ୍କୁ ଅପସାରଣ ପ୍ରସଙ୍ଗରେ ଏହା କହିଛନ୍ତି ପିସିସି ଶୃଙ୍ଖଳା କମିଟି ଅଧ୍ୟକ୍ଷ ହେମାନନ୍ଦ ବିଶ୍ୱାଳ । ନିଜର ବିଶୃଙ୍ଖଳିତ ଆଚରଣ ପାଇଁ ଶ୍ରୀକାନ୍ତଙ୍କୁ ଇସ୍ତାହାର କମିଟି ଅଧ୍ୟକ୍ଷ ପଦରୁ ହଟାଗଲା ବୋଲି ଶ୍ରୀ ବିଶ୍ୱାଳ କହିଛନ୍ତି । ଏଥିସହ ସେ କହିଛନ୍ତି ଯେ, ଶ୍ରୀକାନ୍ତଙ୍କୁ ଶୃଙ୍ଖଳିତ କରିବା ପାଇଁ ପଦକ୍ଷେପ ନିଆଯାଇଛି ।  ଏଇଠୁ ସେ ନଚେତିଲେ ପରିମାଣ କଣ ହେବ ଏବେ ଠାରୁ କହିବା ଅନୁଚିତ । ଅଧିକ ବିଶୃଙ୍ଖଳିତ ହେଲେ ଅନେକ ପଦକ୍ଷେପ ବ୍ୟବସ୍ଥା ରହିଛି ।  କାରଣ ଦର୍ଶାଅ, ନିଲମ୍ବନରୁ ବହିଷ୍କାର ଯାଏ ପ୍ରବଧାନ ରହିଥିବା ଶ୍ରୀ ବିଶ୍ୱାଳ କହିଛନ୍ତି ।

    ଅନ୍ୟପକ୍ଷରେ ପୂର୍ବତନ କଂଗ୍ରେସ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଲାଗି ସୁପାରିଶ କରାଯାଇଥିବା ଶ୍ରୀ ବିଶ୍ୱାଳ କହିଛନ୍ତି ।

    ପ୍ରକାଶ ଯେ, କିଛି ସମୟ ପୂର୍ବରୁ ଶ୍ରୀକାନ୍ତ ଜେନା ଓ ପୂର୍ବତନ କଂଗ୍ରେସ ବିଧାୟକ କୃଷ୍ଣଚନ୍ଦ୍ର ସଗରିଆଙ୍କ ସମ୍ପର୍କରେ ନିଜ  ପ୍ରତିକ୍ରିୟା ରଖି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିଲେ ଯେ, ଉଭୟ ଯଦି ଦଳ ଭିତରେ ରହି ଦଳ ଭାଙ୍ଗୁଥିବେ ତେବେ ସେ ସମ୍ପର୍କରେ ତର୍ଜମା ଓ ପରୀକ୍ଷା କରାଯିବ ।ସେସବୁ ସତ୍ୟ ହୋଇଥିଲେ ପରବର୍ତ୍ତୀ ଅବସ୍ଥାରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । କିନ୍ତୁ ବିଶୃଙ୍ଖଳାକୁ ଆଦୌ ବରଦାସ୍ତ କରାଯିବ ନାହିଁ ବୋଲି ଶ୍ରୀ ପଟ୍ଟନାୟକ ରୋକଠୋକ କହିଥିଲେ ।

    ଏହାଛଡ଼ା ବିଧାୟକ ତାରାବାହୀନି ପତି ମଧ୍ୟ ଶ୍ରୀକାନ୍ତ ଜେନାଙ୍କ ବିରୋଧରେ ବିସ୍ଫୋରକ ମନ୍ତବ୍ୟ ଦେଇଥିଲେ । ଶ୍ରୀକାନ୍ତ ଜେନା ଦଳର ବହୁତ କ୍ଷତି କଲେଣି । କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏହାର ବିଚାର କରିବା ଦରକାର ବୋଲି ସେ କହିଥିଲେ ।  

    Maximum 500 characters

    ରାଜନୀତି View all

    Find Us on Facebook