Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ରାଜନୀତି

ମୁଖ୍ୟ ଖବର

    ଡିସେମ୍ବର ଶେଷ ସପ୍ତାହରେ କମ୍ପିବ ଓଡ଼ିଶା

    Share on :
    Date: Dec 7, 2018    Views: 187

    ଭୁବନେଶ୍ୱର: ନିର୍ବାଚନ ଆଉ ମାତ୍ର ୪/୫ମାସ ବାକି ଥିବା ବେଳେ ଏବେ ରାଜ୍ୟ ରାଜନୀତି ବେଶ ଉଷ୍ମ ହୋଇଛି । ରାଜ୍ୟରେ ବର୍ତମାନ ଶୀତର ଲହରି ଅନୁଭୂତ ହେଉଥିବା ବେଳେ ଡିସେମ୍ବର ମାସ ଶେଷ ସପ୍ତାହରେ ଏହି ଶୀତର ଲହରିକୁ ଊଷ୍ମ କରିବ ରାଜନୀତିକ ପାଣିପାଗ । ଶେଷ ସପ୍ତାହ ଆଡ଼କୁ ତିନି ପ୍ରମୁଖ ଦଳ ବିଜେଡି, କଂଗ୍ରେସ ଓ ବିଜେପି ନିର୍ବାଚନ ପୂର୍ବରୁ ନିଜର ନିଜର ଶକ୍ତି ପ୍ରଦର୍ଶନ କରିବେ । ଡିସେମ୍ବର ୨୨-୨୩ କିମ୍ବା ୨୭-୨୮ରେ କଂଗ୍ରେସ ଅଧ୍ୟକ୍ଷ ରାହୁଳ ଗାନ୍ଧି ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ଥିବା ବେଳେ ବିଜେପିର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆସନ୍ତା ୨୪ ତାରିଖରେ ଓଡ଼ିଶା ଆସୁଛନ୍ତି । ଅପରପକ୍ଷରେ ଡିସେମ୍ବର ୨୬ରେ ବିଜେଡିର ପ୍ରତିଷ୍ଠା ଦିବସ ମଧ୍ୟ ଅନୁଷ୍ଠିତ ହେବ । ସାଧାରଣ ନିର୍ବାଚନ ପୂର୍ବରୁ ଓଡ଼ିଶାରେ ତାକତ ଦେଖାଇବା ପାଇଁ ଦୁଇ ବିରୋଧୀ କଂଗ୍ରେସ ଓ ବିଜେପି ରଣନୀତି ପ୍ରସ୍ତୁତ କରିସାରିଛନ୍ତି । ଓଡ଼ିଶା ପ୍ରଦେଶ କଂଗ୍ରେସରେ ନବକଳେବର ହୋଇଥିଲେ ହେଁ କାର୍ଯ୍ୟକ୍ରମର ତତ୍ୱାବଧାନ ଲାଗି ନିଦେ୍ର୍ଧଶ ଦେଇଥିଲେ ରାହୁଳ । ଏହି କାର୍ଯ୍ୟ କେତେ ଆଗେଇଛି ତାହା ପରଖିବା ଲାଗି ରାହୁଳ ଗାନ୍ଧି ୩ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ସେ ଏକାଧିକ କାର୍ଯ୍ୟକ୍ରମରେ ମଧ୍ୟ ଯୋଗଦେବେ ବୋଲି ଜଣାପଡ଼ିଛି । ଅପରପକ୍ଷରେ ମୋଦି ସରକାରୀ କାର୍ଯ୍ୟକ୍ରମରେ ଆସୁଥିଲେ ହେଁ ପ୍ରଥମେ ଖୋର୍ଦ୍ଧା ଆଇଆଇଟିର ପୂର୍ଣ୍ଣାଙ୍ଗ କ୍ୟାମ୍ପସକୁ ଲୋକାର୍ପଣ କରିବା ପରେ ଏକ ସାଧାରଣ ସଭାରେ ଯୋଗଦେବେ । ଏହି ସମାବେଶରୁ ବିଜେପି ଏକ ପ୍ରକାର ନିର୍ବାଚନୀ ପ୍ରଚାର ଆରମ୍ଭ କରିବାକୁ ଯୋଜନା ରଖିଛି । ତେଣୁ ସମାବେଶ ଯେପରି ସଫଳ ହେବ ସେ ନେଇ ବିଜେପି ନେତାମାନେ ଆଜିଠୁ ଲାଗିପଡ଼ିଲେଣି । ଠିକ ସେହିପରି ୨୬ ତାରିଖରେ ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ହେବ । ପ୍ରତିଷ୍ଠା ଦିବସ ଆଳରେ ବିଜେଡି ମଧ୍ୟ ଏକ ବିଶାଳ ସମାବେଶ କରିବ ଯୋଜନା କରିଛି । ଯେଉଁଥିରେ ହଜାର ହଜାର କର୍ମୀଙ୍କୁ ଏକଜୁଟ କରି ବିଜେପିକୁ ଚକମା ଦେବ । ଏହି ସମାବେଶରେ କେତେକ ବରିଷ୍ଠ ନେତାମାନେ ମଧ୍ୟ ବିଜେଡିରେ ସାମିଲ ହେବେ ବୋଲି ଚର୍ଚ୍ଚା ଜୋର ଧରିଛି । ତେଣୁ ଡିସେମ୍ବର ଶେଷ ସପ୍ତାହରେ ଏକ ପ୍ରକାର ଓଡ଼ିଶା କମ୍ପିବ ବୋଲି ରାଜନୈତିକ ମହଲରେ ଆଲୋଚନା ହେଉଛି । 

    Maximum 500 characters

    ରାଜନୀତି View all

    Find Us on Facebook