Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଇଭିଏମ ଖରାପ ପାଇଁ ୨ ଘଣ୍ଟା ଛିଡ଼ା ହେଲେ କେନ୍ଦ୍ରମନ୍ତ୍ରୀ

    Share on :
    Date: Dec 7, 2018    Views: 89

    ନୂଆଦିଲ୍ଲୀ: ଶୁକ୍ରବାର ରାଜସ୍ଥାନ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଚାଲିଛି । ତେବେ ରାଜସ୍ଥାନର ଜୟସାଲେମରର ୩ଟି ବୁଥରେ  ମତଦାନ ଆରମ୍ଭ ହୋଇନଥିବା ଜଣାଯାଇଛି । ବହୁ ସ୍ଥାନରେ ଇଭିଏମ ମେସିନ ଖରାପ ହେଉଥିବାର ସମସ୍ୟା ଦେଖାଦେଇଛି ।  ତେଣୁ ମତଦାନରେ ସମସ୍ୟା ଉପୁଜୁଛି । ବହୁ ସ୍ଥାନରେ ଇଭିଏମ ମେସିନ ମଧ୍ୟ ପରିବର୍ତ୍ତନ କରାଯାଉଛି । ଏଭଳି କିଛି ମତଦାନ କେନ୍ଦ୍ର ମଧ୍ୟ ରହିଛି ଯେଉଁଠାରେ ଭିଆଇପି ନେତା ମତଦାନ କରିବାକୁ ଯାଇ ଘଣ୍ଟାଘଣ୍ଟା  ଅପେକ୍ଷା କରିଛନ୍ତି । 

    ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ବିକାନୋରର ବୁଥ ନମ୍ବର ୧୭୨ରେ । ସେଠାରେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମେଘବାଲ ଇଭିଏମ ମେସିନ ଖରାପ ପାଇଁ ୨ ଘଣ୍ଟା ଅପେକ୍ଷା କରିଥିଲେ । ସେଭିଭଳି ଜାଲୌରର ଅହୋରରେ ମତଦାନ ବୁଥ ସଂଖ୍ୟା ୨୫୩ ଓ ୨୫୪ରେ ଇଭିଏମ ଖରାପ ଥିବା କାରଣରୁ ମତଦାତାମାନେ ହଙ୍ଗାମା କରିଥିଲେ । 

    Maximum 500 characters

    ଦେଶ ବିଦେଶ View all

    Find Us on Facebook