Odia Spot News | ଓଡିଆ ସ୍ପଟ୍ ନ୍ୟୁଜ୍
banner

ଦେଶ ବିଦେଶ

ମୁଖ୍ୟ ଖବର

    ଚାଲିଛି ରାଜସ୍ଥାନ ଓ ତେଲେଙ୍ଗାନା ଭୋଟ, ସନ୍ଧ୍ୟାରେ ଏକଜିଟ ପୋଲ

    Share on :
    Date: Dec 7, 2018    Views: 91

    ନୂଆଦିଲ୍ଲୀ: ଶୁକ୍ରବାର ରାଜସ୍ଥାନ ଓ ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ଚାଲିଛି । ଦୁଇ ରାଜ୍ୟରେ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଭୋଟ ଗ୍ରହଣ କରାଯାଉଛି । ରାଜସ୍ଥାନର ୨୦୦ ଆସନରୁ ୧୯୯ ଆସନ ପାଇଁ ସକାଳ ୮ଟାରୁ ମତଦାନ ଆରମ୍ଭ ହୋଇଛି । ଅପରାହ୍ନ ୫ଟା ବେଳକୁ ମତଦାନ ଶେଷ ହେବ । ଏଥିସହିତ ସାଧାରଣ ନିର୍ବାଚନ ପୂର୍ବରୁ ସେମିଫାଇନାଲଭାବେ ଅଭିହିତ ୫ ରାଜ୍ୟର ବିଧାନସଭା ନିର୍ବାଚନ ଶେଷ ହେବ । ଡିସେମ୍ବର ୧୧ରେ ଫଳ ବାହାରିବାକୁ ଥିଲେ ମଧ୍ୟ ବୁଥ ଫେରନ୍ତା ମତଦାତାଙ୍କ ମତକୁ ନେଇ ସନ୍ଧ୍ୟାରେ ପ୍ରକାଶ ପାଇବ ଏକଜିଟ ପୋଲ । ପ୍ରାକ ନିର୍ବାଚନୀ ଏକଜିଟ ପୋଲ ଅପେକ୍ଷା ଏହି ଏକଜିଟ ପୋଲ ଅଧିକ ଗ୍ରହଣୀୟ ଥିବାରୁ ଏହା ଉପରେ ସମସ୍ତଙ୍କ ନଜର ରହିଛି ।  

    ରାଜସ୍ଥାନର ଅଲୱାର ଜିଲ୍ଲାର ରାମଗଡ଼ ଆସନରେ ବହୁଜନ ସମାଜ ପାର୍ଟି ପ୍ରାର୍ଥୀ ଲକ୍ଷ୍ମଣ ସିଂହଙ୍କ ହୃଦଘାତରେ ମୃତୁ୍ୟ ଘଟିଥିବାରୁ ସେଠାରେ ନିର୍ବାଚନ ସ୍ଥଗିତ ରଖାଯାଇଛି । ୩୩ଟି ଜିଲ୍ଲାରେ ପ୍ରାୟ ୫୨ ହଜାର ପୋଲିଂ ବୁଥରେ ୨ ଲକ୍ଷ ଇଭିଏମ ଓ ଭିଭିପାଟ ବ୍ୟବହାର କରାଯାଇଛି ।  ରାଜ୍ୟର ୪ କୋଟି ୭୬ ଲକ୍ଷରୁ ଅଧିକ ଭୋଟର ୨,୨୯୪୪ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ ।

    ସେହିଭଳି ତେଲେଙ୍ଗାନାର ୧୧୯ଟି ଆସନ ପାଇଁ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି । ୧୩ଟି ବାମପନ୍ଥୀ ମାଓବାଦୀ ଉପଦ୍ରତ ଆସନରେ ଅପରାହ୍ନ ୪ଟାରେ ମତଦାନ ଶେଷ ହେବ । ରାଜ୍ୟର ୩୧ଟି ଜିଲ୍ଲାରେ ପ୍ରାୟ ୩୩ ହଜାର ପୋଲିଂ ବୁଥ ପ୍ରତିଷ୍ଠା କରାଯାଇଛି । ରାଜ୍ୟର ୨ କୋଟି ୮୦ ଲକ୍ଷରୁ ଅଧିକ ଭୋଟର ୧,୮୨୧ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଣ୍ଣୟ କରିବେ  ।

    ପ୍ରକାଶ ଯେ, ଆଜି ମତଦାନ ଶେଷ ହେବା ପରେ ନଭେମ୍ବର ୧୨ରୁ ଆରମ୍ଭ ହୋଇଥିବା ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ପ୍ରକ୍ରିୟା ଶେଷ ହେବ । ପୂର୍ବରୁ ମଧ୍ୟପ୍ରଦେଶ, ଛତିଶଗଡ଼ ଓ ମିଜୋରମରେ ମତଦାନ ଶେଷ ହୋଇଛି । ଛତିଶଗଡ଼ରେ ୨ଟି ପର୍ଯ୍ୟାୟ ଯଥା ନଭେମ୍ବର ୧୨ ଓ ୨୦ରେ ମତଦାନ ଶେଷ ହୋଇଥିବାବେଳେ ମଧ୍ୟପ୍ରଦେଶ ଓ ମିଜୋରମରେ ନଭେମ୍ବର ୨୮ରେ ଗୋଟିଏ ପର୍ଯ୍ୟାୟରେ ମତଦାନ ହୋଇଥିଲା । ଆସନ୍ତା ୧୧ ତାରିଖରେ ସମସ୍ତ ୫ଟି ଯାକ ରାଜ୍ୟରେ ଭୋଟ ଗଣତି କରାଯିବା ସହ ଫଳାଫଳ ଘୋଷଣା ହେବ ।

    Maximum 500 characters

    ଦେଶ ବିଦେଶ View all

    Find Us on Facebook